ଅବୈଧ ସଂପର୍କର କରୁଣ ପରିଣତି, ପୁଅ ସହ ମିଶି ସ୍ବାମୀକୁ 22 ଖଣ୍ଡ କଲା ସ୍ତ୍ରୀ
ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ । ପୁଅ ସହ ମିଶି ସ୍ବାମୀ 22 ଖଣ୍ଡ କଲା ସ୍ତ୍ରୀ। କାରଣ ଥିଲା ବୋହୂ ସହିତ ଅବୈଧ ସଂପର୍କ।
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଶ୍ରଦ୍ଧା ୱାକର ମର୍ଡର କେସର ପୁନରାବୃତ୍ତି ଦେଖିବାକୁ ମିଳିଛି । ଏବେ ପତ୍ନୀର ଆକ୍ରୋଶର ଶିକାର ହୋଇ ପ୍ରାଣ ହରେଇଛନ୍ତି ଜଣେ ବ୍ୟକ୍ତି । ବୋହୂ ସହିତ ପରକୀୟ ପ୍ରୀତି ଯୋଗୁଁ ଦିଲ୍ଲୀ ପାଣ୍ଡବ ନଗରର ପୁନମ ନାମକ ଜଣେ ମହିଳା ସ୍ବାମୀ ଅଞ୍ଜନ ଦାସଙ୍କୁ ହତ୍ୟା କରିଛନ୍ତି । କେବଳ ଏତିକିରେ ଥମିନଥିଲା କ୍ରୋଧର ଅଗ୍ନି । ହତ୍ୟା କରିବା ପରେ ପୁଅ ସହିତ ମିଶି ସ୍ବାମୀଙ୍କ ଶରୀରକୁ 22 ଖଣ୍ଡ କରି ଘରେ ଥିବା ଫ୍ରିଜରେ ରଖି ରାତିରେ ସ୍ଥାନୀୟ ଅଞ୍ଚଳରେ ଥିବା ଅଳିଆ ଗଦାରେ ଫିଙ୍ଗୁଥିଲେ ।

ଏହି ମାମଲାରେ ପୁନମ ଏବଂ ପୁଅ ଦୀପକକୁ ପୋଲିସ ଗିରଫ କରିଛି । ଦୁହେଁ ଏଭଳି ନିର୍ମମ ହତ୍ୟା କରିଥିବା ନେଇ ମଧ୍ୟ ସ୍ବୀକାର କରିଛନ୍ତି । ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ବର୍ତ୍ତମାନ କିଛି ସିସିଟିଭି ଫୁଟେଜ ଜାରି କରିଛି । ସାମ୍ନାକୁ ଆସିଥିବା ଭିଡିଓରେ ମହିଳା ଏବଂ ତାଙ୍କ ପୁଅ ତାଙ୍କୁ ହତ୍ୟା କରିବା ପରେ ଅଞ୍ଜନଙ୍କ ଶରୀରର ଖଣ୍ଡବିଖଣ୍ଡିତ ଅଙ୍ଗକୁ ଫିଙ୍ଗୁ ଥିବାର ଦେଖାଯାଉଛି ।
ତେବେ ଏହି ଘଟଣାରେ ଜଣେ ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, "କୌଣସି କାରଣ ନେଇ ଏହି ଦମ୍ପତିଙ୍କ ଭିତରେ ପ୍ରତିଦିନ ବଚଶା ଲାଗି ରହିଥିଲା। କିନ୍ତୁ ଏହାପରେ ସକାଳେ ଅଞ୍ଜନ ନିଜ କାମକୁ ବାହାରି ଯାଆନ୍ତି । କିନ୍ତୁ ସେ ସର୍ବଦା ଚୁପଚାପ ରହୁଥିଲେ , କାହା ସହିତ ଭଲରେ କେବେ କଥାବାର୍ତ୍ତା ହେଉଥିବା ମଧ୍ୟ କେହି ଦେଖି ନାହାଁନ୍ତି । "
ପରିବାର ଭିତରେ ବୋହୂ ସହିତ ଅବୈଧ ସଂପର୍କ ବୋଲି ଅନୁମାନ କରି ପତ୍ନୀ ଅସନ୍ତୁଷ୍ଟ ରହିବା ସହିତ ଝଗଡା କରୁଥିଲେ । ଶେଷରେ ଏହା ଅସହ୍ୟ ହେବାରୁ ପୁନମ ତାଙ୍କର ପୂର୍ବତନ ସ୍ବାମୀଙ୍କର ପୁଅ ଦୀପକର ସାହାଯ୍ୟ ନେଇ ସ୍ବାମୀର ହତ୍ୟା କରିଥିବା କହିଛନ୍ତି । ପୁନମଙ୍କର ପୂର୍ବତନ ସ୍ବାମୀଙ୍କର ମୃତ୍ୟୁ ପରେ ସେ 2017ରେ ଅଞ୍ଜନଙ୍କୁ ବିବାହ କରିଥିଲେ । ହେଲେ ତାଙ୍କର ଏପରି ବ୍ୟବହାର ପୁନମଙ୍କୁ ବ୍ୟଥିତ କରୁଥିବାରୁ ଏଭଳି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି । ପୁରାଘଟଣାର ସତ୍ୟତା ଜାଣିବା ପାଇଁ ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି ।












Click it and Unblock the Notifications