Get Updates
Get notified of breaking news, exclusive insights, and must-see stories!

ବଢିପାରେ ସିଦ୍ଧୁଙ୍କ ସମସ୍ଯା, ୩୦ ବର୍ଷ ପୁରୁଣା ମାମଲାର ହେବ ସୁପ୍ରିମକୋର୍ଟରେ ଶୁଣାଣୀ

ନୂଆଦିଲ୍ଲୀ : ବଢିପାରେ ନବଜୋତ ସିଂ ସିଦ୍ଧୁଙ୍କ ସମସ୍ଯା । 30 ବର୍ଷ ପୂର୍ବେ ଘଟାଇଥିବା ଏକ ଅପରାଧ ଅଭିଯୋଗର ପୁନଃ ଶୁଣାଣୀ ହେବ ସର୍ବୋଚ୍ଚ ନ୍ୟାୟଳୟରେ । ପଞ୍ଜାବ ବିଧାନସଭା ନିର୍ବାଚନ ଠିକ୍ ପୂର୍ବରୁ ବଢିବ ସିଦ୍ଧୁଙ୍କ ମୁସ୍କିଲ । ପଞ୍ଜାବ କଂଗ୍ରେସର ରାଜ୍ୟ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ହାଇକୋର୍ଟରେ ବିଚାର ସମାପ୍ତ ହୋଇଥିବା ଏକ ମାମଲା ପହଞ୍ଚିଛି ସୁପ୍ରିମ କୋର୍ଟରେ। 30 ବର୍ଷ ଧରି ପଡିଥିବା ରୋଡ୍ ରେଜ୍ କେସ୍‌ ପୁଣି ଥରେ ଖୋଲିଛି । କ୍ରିକେଟରୁ ନେତା ପଲାଟିଥିବା ସିଦ୍ଧୁଙ୍କ ଦଣ୍ଡ ଅବଧି ବୃଦ୍ଧି କରିବା ଆବେଦନ ଉପରେ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରିବେ ।

navjat singh siddhu

୧୯୮୮ର ରୋଡ୍ ରେଜ୍ ମାମଲାରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଥିବା ନେଇ ସିଦ୍ଧୁଙ୍କ ବିରୋଧରେ ମକଦ୍ଦମା ଚାଲିଥିଲା । ତେବେ ଏହି ମାମଲାରେ ସିଦ୍ଧୁଙ୍କୁ ମାତ୍ର ୧୦୦୦ ଟଙ୍କା ଜରିମାନା ସହିତ ଛାଡି ଦିଆଯାଇଥିଲା। ବିଚାରପତି ଏଏମ ଖାନଓ୍ଵିଲକବଂ ବିଚାରପତି କିଶନ କୌଲଙ୍କ ପୀଠ ୨୦୧୮ରେ ସିଦ୍ଧୁଙ୍କୁ ନୋଟିସ୍ ଜାରି କରିଥିଲେ। ତେବେ ରୋଡ୍ ରେଜ୍ ଘଟଣାରେ ପ୍ରାଣ ହରାଇଥିବା ପଟିଆଲା ବାସିନ୍ଦାଙ୍କ ପରିବାର ସଦସ୍ୟଙ୍କ ଦ୍ଵାରା ଦାଖଲ ସମୀକ୍ଷା ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଏବେ ବିଚାର କରିବେ। ଏତେ ବଡ ଅପରାଧ ଅଭିଯୋଗ ବିରୋଧରେ ଏତେ କମ ଦଣ୍ଡ ବିଧାନ କେମିତ ସମ୍ଭବପର ହେଲା ସେନେଇ ଶୁଣାଣୀ କରିବେ ସୁପ୍ରିମ କୋର୍ଟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+