ବିଷାକ୍ତ ମଦ ପିଇ ୧୯ ମୃତ: ମନୋହର ଲାଲ୍ ଖଟ୍ଟର ସରକାରଙ୍କୁ ସମାଲୋଚନା
19 Dead After Consuming Suspected Spurious Liquor: ବିଷାକ୍ତ ମଦ ପିଇ ହରିୟାଣାରେ ପ୍ରାୟ 19 ଜଣଙ୍କର ମୃତ୍ୟୁ ଘଟିଠି । ଏହି ମାମଲାରେ ପୋଲିସ 7 ଜଣଙ୍କୁ ଗିରଫ କରିଛି। ଯମୁନାନଗର ଏବଂ ଅମ୍ବାଲା ଜିଲ୍ଲାର ବିଭିନ୍ନ ଗ୍ରାମର ଏପରି ଅଘଟଣ ଘଟିଛି । ଏହି ମାମଲାରେ କଂଗ୍ରେସ ଓ ଜନନାୟକ ଜନତା ପାର୍ଟିର ନେତାଙ୍କ ଦୁଇ ପୁଅଙ୍କ ସମେତ ସାତ ଜଣଙ୍କୁ ଗରିଫ କରାଯାଇଛି ।
ସୂଚନାଅନୁସାରେ, ଯମୁନାଗର ଏବଂ ପଡୋଶୀ ଆମ୍ବାଲା ଜିଲ୍ଲାର ମାଣ୍ତେୱରୀ, ପାନଜେଟୋ କା ମଜ୍ରା, ଫୋସଗଡ଼ ଏବଂ ସରୋନ ଗାଁର 19 ଜଣ ବିଷାକ୍ତ ମଦି ପିଇ ପ୍ରାଣ ହରାଇଛନ୍ତି । ଏହି ଘଟଣାକୁ ନେଇ ବିରୋଧି ମନହୋର ଲାଲ ଖଟ୍ଟର ସରକାରଙ୍କୁ ସମାଲୋଚନା କରିଛନ୍ତି । ସେପଟେ ପୋଲିସ ପକ୍ଷରୁ ମିଳିଥିଲା ସୂଚନା ଅନୁସାରେ, ଗୁରୁବାର ଅମ୍ବାଲାରେ ଦୁଇଜଣ ପ୍ରବାସୀ ଶ୍ରମିକ ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିଲେ ।

ବିଷାକ୍ତ ମକ ପିଇ ଲୋକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳକେ ଉତ୍ତେଜନା ସୃଷ୍ଟି ହୋଇଛି । ମଦ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି । ସେହିପରି ପୋଲିସ 200କ୍ରେଟ୍ ନକଲି ମଦ, 14ଟି ଖାଲି ଡ୍ରେମ୍ ଏବଂ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଏହି ମାମଲାର ତଦନ୍ତ ପାଇଁ ଯମୁନା ନଗର ପୋଲିସ ଏକ ସ୍ୱତନ୍ତ୍ର ଏସଆଇଟି ଟିମ୍ ଗଠନ କରିଛି ।












Click it and Unblock the Notifications