ବ୍ରହ୍ମପୁର କଲେଜ ରାଗିଂ ଘଟଣା: କଲେଜରୁ ବିଦା ହେଲ ୧୨ ଛାତ୍ର, ବନ୍ଧା ହେଲେ ୫
ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ରାଗିଂ ଘଟଣାରେ ୧୨ ଛାତ୍ର କଲେଜରୁ ତଡା ଖାଇଥିବା ବେଳେ ୫ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଅଧ୍ୟକ୍ଷା ପ୍ରମିଳା ଖାଡ଼ଙ୍ଗା।
ବ୍ରହ୍ମପୁର: ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ରାଗିଂ ଘଟଣାରେ ୧୨ ଛାତ୍ର କଲେଜରୁ ତଡା ଖାଇଥିବା ବେଳେ ୫ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଅଧ୍ୟକ୍ଷା ପ୍ରମିଳା ଖାଡ଼ଙ୍ଗା। ତେବେ ଗିରଫ ୫ ଜଣଙ୍କ ମଧ୍ୟରୁ ୩ ଜଣ ସାବାଳକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ନାବାଳକଙ୍କୁ ବାଳସୁଧାର ଗୃହ ପଠା ଯାଇଛି ।

ଉଲ୍ଲେଖଥାଉ କି, ଗତକାଲି ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ବିନାୟକ ଆଚାର୍ଯ୍ୟ କଲେଜର ଏକ ଭିଡିଓ ଭାଇରଲ ହୋଇଥିଲା । ଭିଡିଓଟିରେ କଲେଜର କିଛି ଛାତ୍ରଛାତ୍ରୀ ଜଣେ ଛାତ୍ରୀଙ୍କୁ ରାଗିଂ କରିବାର ଦେଖିବାକୁ ମିଳିଥିଲା । ଛାତ୍ରୀଙ୍କୁ ଜୋରଜବରଦସ୍ତି କିସ୍ କରାଯାଉଥିଲା ଓ ହାତ ଟାଣି ଆଣି ପ୍ରେମ ନିବେଦନ କରାଯାଉଥିଲା । ଛାତ୍ରୀ ଜଣକ ଏହି ସ୍ଥାନରୁ ବର୍ତ୍ତିବାକୁ ଯେତେଥର ଚେଷ୍ଟା କରୁଛନ୍ତି, ତାଙ୍କୁ ପ୍ଲାଷ୍ଟିକ୍ ପାଇପ୍ରେ ମାଡ଼ ମାରିବାକୁ ଧମକ ଦିଆଯାଉଥିଲା । ଭାଇରାଲ ଭିଡିଓ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଗିରଫ ଛାତ୍ର ଜଣକ ହେଲେ ହରଡ଼ାଖଣ୍ଡିସ୍ଥିତ ଶାନ୍ତି ନଗରର ଅଭିଷେକ ନାହାକ ।
ତେବେ ଭାଇରାଲ୍ ଭିଡିଓକୁ ନେଇ ଆଜି କଲେଜ କ୍ୟାମ୍ପସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକ ପରେ କଲେଜ ଅଧ୍ୟକ୍ଷା ପ୍ରମିଳା ଖଡ଼ଙ୍ଗା କହିଛନ୍ତି, ଆଜି ଆଣ୍ଟି ରାଗିଂ କମିଟି ଓ ଶୃଙ୍ଖଳା କମିଟିର ବୈଠକ ବସିଥିଲା। ପୂରା ଘଟଣା ଉପରେ ଆଲୋଚନା ହୋଇଥିଲା। ଏହା ପରେ ଦୁଇ କମିଟି ମୋତେ ଗୋଟିଏ ରିପୋର୍ଟ ଦେଇଛନ୍ତି। ଯେଉଁଥିରେ +୩ର ଛାତ୍ର ଅଭିଷେକ ନାୟକ ଓ ଅନ୍ୟ ଜଣେ ଛାତ୍ରଙ୍କୁ କଲେଜରୁ ବାହାର କରିଦେବାକୁ ନିଷ୍ପତ୍ତି ହୋଇଛି। ଏହାଛଡ଼ା ସେମାନଙ୍କ ସାଙ୍ଗରେ ଥିବା +୨ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଉଛି। ସେମାନଙ୍କୁ ଟିସି ଦିଆଯାଇ କଲେଜରୁ ବାହାର କରିଦିଆଯିବ। ଏଥିରେ ଅନ୍ୟ ଯେଉଁ ପିଲାଙ୍କ ସମ୍ପୃକ୍ତି ଥିବା ପ୍ରମାଣ ମିଳିଲେ, ସେମାନଙ୍କୁ କଲେଜରୁ ବାହାର କରିଦିଆଯିବ।












Click it and Unblock the Notifications