ହ୍ୱାଟସଆପରେ କରିପାରିବେ ଗ୍ୟାସ୍ ବୁକିଂ, ଜାଣନ୍ତୁ କଣ ରହିଛି ପ୍ରକ୍ରିୟା
ଆଜିକାଲି ଡିଜିଟାଲ ଯୁଗରେ ଘରେ ବସି ହାତ ପାହାନ୍ତାରେ ସମସ୍ତ କାମ ହୋଇପାରୁଛି । ସାମାନ୍ୟ ଗୋଟେ କଲ୍ କିମ୍ବା ମେସେଜରେ ଆବଶ୍ୟକୀୟ ଜିନି। ଘରେ ଆସି ପହଞ୍ଚିପାରୁଛି । ଏଭଳି ସମୟରେ ରୋଷେଇ ସମୟରେ ଗ୍ୟାସ୍ ଶେଷ ହୋଇଗଲେ ଏବେ ଆପଣଙ୍କୁ ଆଉ ଖାଲି ପେଟରେ ରହିବାକୁ ହେବନି କିମ୍ବା ବାହାରୁ ଖାଇବା ମଗେଇବାକୁ ପଡ଼ିବନି । ଏବେ ଆପଣ ମାତ୍ର 10-15 ମିନିଟ୍ରେ ସିଲିଣ୍ଡର ମଗାଇପାରିବେ ।

ପୂର୍ବରୁ ସିଲିଣ୍ଡର ବୁକ୍ କରିବାକୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡୁଥିଲା । ସିଲିଣ୍ଡର ବୁକ୍ ହୋଇଗଲେ ବି ଏହା ଘରେ ପହଞ୍ଚିବାକୁ 4-5 ଦିନ ସମୟ ଲାଗୁଥିଲା । କିନ୍ତୁ ଏବେ ଆପଣ ଘରେ ବସି ଆପଣଙ୍କ ହ୍ୱାଟସଆପ ସହାୟତାରେ ହିଁ ମାତ୍ର 15 ମିନିଟ୍ ଭିତରେ ସିଲିଣ୍ଡର ଘରକୁ ମଗାଇ ପାରିବେ ।
ଏଥିପାଇଁ ଆପଣଙ୍କୁ ପ୍ରଥମେ ବିତରକ କମ୍ପାନୀର ନମ୍ବର ସେଭ୍ କରିବାକୁ ହେବ । ଏହାପରେ ସିଲିଣ୍ଡର ଦେଉଥିବା କମ୍ପାନୀର ହ୍ୱାଟସଆପ ନମ୍ବର ସେଭ୍ କରନ୍ତୁ । ହ୍ୱାଟସଆପ ନମ୍ବରରେ HI ମେସେଜ୍ ଦିଅନ୍ତୁ । ଆପଣଙ୍କୁ ବହୁ ଅପ୍ସନ ମିଳିବ ଯେଉଁଥିରେ ବୁକିଂ ଅପ୍ସନ ବି ରହିଥିବ । ଗ୍ୟାସ ବୁକିଂ ସିଲେକ୍ଟ କରନ୍ତୁ । ଏହାପରେ ଆପଣଙ୍କ ପାଖରେ ସିଲିଣ୍ଡର ପହଞ୍ଚିଯିବ ।












Click it and Unblock the Notifications