34 ମାସ ପରେ କମିଲା ହୋଲସେଲ ମୁଦ୍ରାସ୍ଫୀତି, କମିଲା ଖାଦ୍ୟ ମୂଲ୍ୟ

ମୁଦ୍ରାସ୍ଫୀତିକୁ ନେଇ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି । 34 ମାସ ପରେ, ହୋଲସେଲ ମୁଦ୍ରାସ୍ଫୀତି ହାର ମାଇନସ୍ ତଥା ନେଗେଟିଭ୍ ହୋଇଯାଇଛି । ଅପ୍ରେଲରେ ହୋଲସେଲ ମୁଦ୍ରାସ୍ଫୀତି ହାର ମାଇନସ୍ (-) 0.92 ପ୍ରତିଶତରେ ରେକର୍ଡ କରାଯାଇଥିଲା । ଖାଦ୍ୟ ସାମଗ୍ରୀ, ତେଲ ଏବଂ ଉତ୍ପାଦନ ସାମଗ୍ରୀର ମୂଲ୍ୟ ହ୍ରାସ ଯୋଗୁଁ ଏହା ହୋଇଛି ।
ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଇ) ଉପରେ ଆଧାରିତ ମୁଦ୍ରାସ୍ଫୀତି ଗତ 11 ମାସ ଧରି ହ୍ରାସ ପାଉଛି ଏବଂ ଅପ୍ରେଲରେ ନେଗେଟିଭ୍ ଜୋନ ରେ ରହିଥିଲା । ଜୁନ୍, 2020 ରେ ହୋଲସେଲ ମୂଲ୍ୟ ସୂଚକାଙ୍କ (-) 1.81 ରେ ଥିଲା ।
ମାର୍ଚ୍ଚରେ ହୋଲସେଲ ମୂଲ୍ୟ ସୂଚକାଙ୍କ ମୁଦ୍ରାସ୍ଫୀତି 1.34 ପ୍ରତିଶତ ଏବଂ ଗତ ବର୍ଷ ଅପ୍ରେଲରେ 15.38 ପ୍ରତିଶତ ରହିଥିଲା । ମାର୍ଚ୍ଚ ତୁଳନାରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ମଧ୍ୟ ଅପ୍ରେଲରେ ହ୍ରାସ ପାଇଛି । ମାର୍ଚ୍ଚରେ ଖାଦ୍ୟ ମୁଦ୍ରାସ୍ଫୀତି 5.48% ଥିବାବେଳେ ଅପ୍ରେଲରେ 3.54% କୁ ଖସି ଆସିଥିଲା ।
ସୋମବାର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ କହିଛି, 'ଅପ୍ରେଲ, 2023 ରେ ମୁଦ୍ରାସ୍ଫୀତି ହାରରେ ହ୍ରାସ ପାଇଁ ମୁଖ୍ୟ ଅବଦାନ ହେଉଛି ମୌଳିକ ଧାତୁ, ଖାଦ୍ୟ ପଦାର୍ଥ, ଖଣିଜ ତେଲ, ବସ୍ତ୍ର, ଅଣ-ଖାଦ୍ୟ ପଦାର୍ଥ, ରାସାୟନିକ ଏବଂ ରାସାୟନିକ ପଦାର୍ଥ, ରବର ଏବଂ ପ୍ଲାଷ୍ଟିକ୍ ଉତ୍ପାଦ ଏବଂ କାଗଜ ତଥା ଏଥିରୁ ନିର୍ମିତ ଦ୍ରବ୍ୟର ମୂଲ୍ୟରେ ହ୍ରାସ ଘଟିଛି ।
ତୈଳ ଏବଂ ଶକ୍ତି ବାସ୍କେଟ୍ ମୁଦ୍ରାସ୍ଫୀତି ଅପ୍ରେଲରେ 0.93% କୁ ମାର୍ଚ୍ଚରେ 8.96% କୁ ହ୍ରାସ ପାଇଛି । ମାର୍ଚ୍ଚରେ 0.77% ତୁଳନାରେ ଉତ୍ପାଦନ ମୁଦ୍ରାସ୍ଫୀତି ହାର (-) 2.42% ରେ ରହିଥିଲା ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍...












Click it and Unblock the Notifications