Get Updates
Get notified of breaking news, exclusive insights, and must-see stories!

ପୁରା ଟ୍ୱିଟର କିଣିବାକୁ ଚାହୁଁଛନ୍ତି ଏଲୋନ୍ ମସ୍କ, ରଖିଲେ ବିଶାଳ ଅଫର୍

ବିଶ୍ୱର ଧନୀଶାଳୀ ବ୍ୟବସାୟୀ ଏଲୋନ୍ ମସ୍କ, ଯିଏ ନିଜର ନୂଆ ନୂଆ କାରବାର ପାଇଁ ଚର୍ଚ୍ଚାରେ ରହିଥାନ୍ତି ଏପରିକି ମଙ୍ଗଳ ଗ୍ରହରେ ରହିବାକୁ ଇଚ୍ଛା କରୁଥିବା ବ୍ୟକ୍ତି ବଡ଼ ସୋଶାଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରକୁ କିଣିବାକୁ ଚାହୁଁଛନ୍ତି ।

ୱାଶିଂଟନ୍ : ବିଶ୍ୱର ଧନୀଶାଳୀ ବ୍ୟବସାୟୀ ଏଲୋନ୍ ମସ୍କ, ଯିଏ ନିଜର ନୂଆ ନୂଆ କାରବାର ପାଇଁ ଚର୍ଚ୍ଚାରେ ରହିଥାନ୍ତି ଏପରିକି ମଙ୍ଗଳ ଗ୍ରହରେ ରହିବାକୁ ଇଚ୍ଛା କରୁଥିବା ବ୍ୟକ୍ତି ବଡ଼ ସୋଶାଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରକୁ କିଣିବାକୁ ଚାହୁଁଛନ୍ତି । ଏନେଇ ଟ୍ୱିଟର ମ୍ୟାନେଜମେଣ୍ଟକୁ ଏକ ବିଶାଳକାୟ ଅଫର୍ ମଧ୍ୟ ଦେଇଛନ୍ତି ।

Elon Musk

ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲା ଏବଂ ସ୍ପେସ୍ କମ୍ପାନୀ ସ୍ପେସ୍ ଏକ୍ସ କମ୍ପାନୀର ମାଲିକ ଏଲୋନ୍ ମସ୍କ ଗତ କିଛି ଦିନ ମଧ୍ୟରେ ଟ୍ୱିଟରର ପ୍ରାୟ 9 ପ୍ରତିଶତ ଅଂଶଧନ କିଣିଥିଲେ । ଟ୍ୱିଟରରେ ଏଲୋନ୍ ମସ୍କଙ୍କ ପୁଞ୍ଜି ବିନିଯୋଗର ଖବର ବଜାରକୁ ଆସିବା ମାତ୍ରେ ଟ୍ୱିଟରର ସେୟାରର ଦାମରେ ଅହେତୁକ ବୃଦ୍ଧି ହୋଇଥିଲା । ଖବର ଅନୁଯାୟୀ, ଟ୍ୱିଟରରେ ଏଲୋନ୍ ମସ୍କଙ୍କ ନାମ ଯୋଡିବା ମାତ୍ରେ ଟ୍ୱିଟରର ସେୟାରରେ 16 ପ୍ରତିଶତ ବୃଦ୍ଧି ପାଇଥିଲା । ଏପରିକି ଏଲୋନ୍ ମସ୍କ ଟ୍ୱିଟର ସୋୟରରେ ଖୋଲାଖୋଲି ଭାବେ ଯୋଗଦେବାକୁ ସ୍ୱାଗତ କରିଥିଲେ, କିନ୍ତୁ ଏକ ନାଟକୀୟ ନିଷ୍ପତ୍ତି ନେଇ ଏଲୋନ୍ ମସ୍କ ଟ୍ୱିଟର ଇଙ୍କର ବୋର୍ଡ ଅଫ୍ ଡାଇରେକ୍ଟର୍ସରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ବର୍ତ୍ତମାନ ଏଲୋନ୍ ମସ୍କ ପୁରା ଟ୍ୱିଟରକୁ କିଣିବା ନେଇ ଏହାର ମ୍ୟାନେଜମେଣ୍ଟକୁ ଅଫର କରିଛନ୍ତି ।

ମିଣ୍ଟ ଖବରକାଗଜ ରିପୋର୍ଟ ଅନୁଯାୟୀ, ବିଲିୟନେୟାର ବ୍ୟବସାୟୀ ଏଲୋନ ମସ୍କ ଟ୍ୱିଟରକୁ ସେୟାର ପ୍ରତି 54.20 ଡଲାର ନଗଦ ରାଶିରେ କିଣିବାକୁ ଅଫର ଦେଇଛନ୍ତି । ଟ୍ୱିଟର ମ୍ୟାନେଜମେଣ୍ଟକୁ ଟ୍ୱିଟର କିଣିବା ପାଇଁ ସେ 43 ବିଲିୟନ ଡଲାରର ଅଫର ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ଦୁନିଆର ସବୁଠାରୁ ଧନୀ ବ୍ୟବସାୟୀ ଟ୍ୱିଟରକୁ ନଗଦ ଅଂଶରେ 54.20 ଡଲାର ଦେବାକୁ ପ୍ରସ୍ତାବ ଦେଇଛନ୍ତି, ଯାହା ଜାନୁୟାରୀ 28 ତୁଳନାରେ 54% ପ୍ରିମିୟମକୁ ପ୍ରତିନିଧିତ୍ୱ କରୁଛି ଏବଂ ଏହିପରି ଭାବରେ ଟ୍ୱିଟରର ମୋଟ ମୂଲ୍ୟ 43 ବିଲିୟନ ଡଲାର ହେଉଛି ।

50 ବର୍ଷୀୟ ଏଲୋନ୍ ମସ୍କ ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ କମିଶନଙ୍କ ନିକଟରେ ଏହି ପ୍ରସ୍ତାବ ଘୋଷଣା କରିଛନ୍ତି । ଟେସଲା ଇଙ୍କ କମ୍ପାନୀର ମାଲିକ ଥିବା ଅରବପତି ବ୍ୟବସାୟୀ ପ୍ରଥମେ ଅପ୍ରେଲ 4 ରେ ଟ୍ୱିଟରର ପ୍ରାୟ 9% ଅଂଶଧନ କ୍ରୟ ବିଷୟରେ ପ୍ରକାଶ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+