ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ହାର ଆକଳନକୁ କମାଇଲା ବିଶ୍ୱ ବ୍ୟାଙ୍କ
ବିଶ୍ୱ ବ୍ୟାଙ୍କ 2022-23 ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ 8.7 ପ୍ରତିଶତରୁ 8 ପ୍ରତିଶତକୁ ହ୍ରାସ କରିଛି । ବିଶ୍ୱ ବ୍ୟାଙ୍କ କହିଛି ଯେ କେବଳ ରୁଷ-ୟୁକ୍ରେନ ଯୁଦ୍ଧ ହେତୁ ଏହି ପରିସ୍ଥିତି ଉପୁଜିଛି
ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ଅର୍ଥନୈତିକ ସଙ୍କଟ ପରେ ଏସିଆର ଅନ୍ୟ ଦେଶର ଅବସ୍ଥା ମଧ୍ୟ ଭଲ ନାହିଁ । ଭାରତ, ପାକିସ୍ଥାନ, ବାଂଲାଦେଶ ଏବଂ ନେପାଳରେ ଦରଦାମ ବୃଦ୍ଧି ବର୍ତ୍ତମାନ ସର୍ବୋଚ୍ଚ ସ୍ତରରେ ରହିଛି । ଏଭଳି ପରିସ୍ଥିତିରେ ଭାରତ ସମେତ ଦକ୍ଷିଣ ଏସିଆର ସମସ୍ତ ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ପାଇବ ବୋଲି ବିଶ୍ୱ ବ୍ୟାଙ୍କ ପୂର୍ବାନୁମାନ କରିଛି । ରୁଷ-ୟୁକ୍ରେନ ଯୁଦ୍ଧ ହେତୁ ଯୋଗାଣ ସେବାରେ ଦେଖାଦେଇଥିବା ସମସ୍ୟା ହେତୁ ଦରଦାମ ବୃଦ୍ଧି ହେଉଥିବା ପ୍ରସଙ୍ଗ ମଧ୍ୟ ବିଶ୍ୱ ବ୍ୟାଙ୍କ କହିଛି ।

ବିଶ୍ୱ ବ୍ୟାଙ୍କ 2022-23 ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ 8.7 ପ୍ରତିଶତରୁ 8 ପ୍ରତିଶତକୁ ହ୍ରାସ କରିଛି । ବିଶ୍ୱ ବ୍ୟାଙ୍କ କହିଛି ଯେ କେବଳ ରୁଷ-ୟୁକ୍ରେନ ଯୁଦ୍ଧ ହେତୁ ଏହି ପରିସ୍ଥିତି ଉପୁଜିଛି । ଯୁଦ୍ଧ ଯୋଗାଣ ସେବାକୁ ବାଧା ଦେଇଛି, ଯାହାଦ୍ୱାରା ଦରଦାମ ବୃଦ୍ଧି ଆଶଙ୍କା ବଢି ଚାଲିଛି । ଆଫଗାନିସ୍ତାନ ପାଇଁ ଜିଡିପି ଅଭିବୃଦ୍ଧି ହାର ଆକଳନକୁ ବିଶ୍ୱ ବ୍ୟାଙ୍କ ମଧ୍ୟ ହ୍ରାସ କରିଛି । ବର୍ତ୍ତମାନ ଏହା 6.6% ରହିଛି ।
ବିଶ୍ୱ ବ୍ୟାଙ୍କ ଅନୁସାରେ କରୋନା ମହାମାରୀ ଏବଂ ମୁଦ୍ରାସ୍ଫୀତି ଚାପରୁ ଭାରତରେ ଘରୋଇ ଉପଯୋଗରେ ଶ୍ରମ ବଜାରର ଅଧା ପୁନରୁଦ୍ଧାରରେ ବାଧା ସୃଷ୍ଟି ହେବ । ବିଶ୍ୱ ବ୍ୟାଙ୍କର ଦକ୍ଷିଣ ଏସିଆର ଉପାଧ୍ୟକ୍ଷ ହାର୍ଟୱିଗ୍ ସେଫର୍ ଏକ ବିବୃତ୍ତିରେ କହିଛନ୍ତି ଯେ ୟୁକ୍ରେନ୍ ଯୁଦ୍ଧ ହେତୁ ତୈଳ ଏବଂ ଖାଦ୍ୟର ଦରଦାମ ବୃଦ୍ଧି ଲୋକଙ୍କ ପ୍ରକୃତ ଆୟ ଉପରେ ଗଭୀର ନକାରାତ୍ମକ ପ୍ରଭାବ ପକାଇବ । ଭାରତରେ ମହାମାରୀ ଏବଂ ମୁଦ୍ରାସ୍ଫୀତି ଚାପରୁ ଶ୍ରମ ବଜାରର ପୁନରୁଦ୍ଧାର ଘରୋଇ ବ୍ୟବହାରରେ ବାଧା ସୃଷ୍ଟି କରିବ ବୋଲି ବ୍ୟାଙ୍କ କହିଛି ।












Click it and Unblock the Notifications