ଡଲାର ତୁଳନାରେ କାହିଁକି ଦୁର୍ବଳ ହେଲା ଟଙ୍କା, ଜାଣନ୍ତୁ - କଣ କହିଲେ ଆରବିଆଇ ଗଭର୍ଣ୍ଣର
ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ଟଙ୍କା ଦୁର୍ବଳ ହେବାର ମୁଖ୍ୟ କାରଣ ହେଉଛି ଆମେରିକୀୟ ଡଲାରର ମଜବୁତ ହେବା । ଭାରତୀୟ ଅର୍ଥନୀତି କିମ୍ବା ଦେଶର ମାକ୍ରୋକ୍ନୋମିକ୍ସର ଦୁର୍ବଳତା ଏହାର କାରଣ ନୁହେଁ ।
ମୁମ୍ବାଇ : ଗତ କିଛି ଦିନ ମଧ୍ୟରେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଯେପରି ଦୁର୍ବଳ ହୋଇଛି ସେ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏହା ବିଶ୍ୱ ପରିସ୍ଥିତି କାରଣରୁ ହୋଇଛି ।
ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ଟଙ୍କା ଦୁର୍ବଳ ହେବାର ମୁଖ୍ୟ କାରଣ ହେଉଛି ଆମେରିକୀୟ ଡଲାରର ମଜବୁତ ହେବା । ଭାରତୀୟ ଅର୍ଥନୀତି କିମ୍ବା ଦେଶର ମାକ୍ରୋକ୍ନୋମିକ୍ସର ଦୁର୍ବଳତା ଏହାର କାରଣ ନୁହେଁ । ଭାରତୀୟ ମୁଦ୍ରା ବହୁତ ଭଲ ପ୍ରଦର୍ଶନ କରୁଛି, ଏହା ବିଶ୍ୱର ଅନ୍ୟାନ୍ୟ ମୁଦ୍ରାଠାରୁ ଅଧିକ ଅଟେ ।

ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଆରବିଆଇ ଦ୍ୱାରା ବଜାରରେ ହସ୍ତକ୍ଷେପ ଟଙ୍କାକୁ ମଜବୁତ କରିଛି, ଟଙ୍କାରେ କୌଣସି ବଡ଼ ହ୍ରାସ ଘଟିନାହିଁ । ଆମେ ଏହାକୁ ମନିଟରିଂ କରୁଛୁ ଏବଂ ଟଙ୍କା ସ୍ଥିର ରଖିବା ଉପରେ ଆମର ଧ୍ୟାନ ରହିଛି ।
ଆଜି ଆରବିଆଇର ମୁଦ୍ରା ନୀତି ଘୋଷଣା କରିବାବେଳେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ବିବୃତ୍ତି ଦେଇଛନ୍ତି । ଚଳିତ ଆର୍ଥିକ ବର୍ଷ ବିଷୟରେ କହିବାକୁ ଗଲେ ଆମେରିକୀୟ ଡଲାର ସୂଚକାଙ୍କରେ 8 ପ୍ରତିତ ଦୃଢ ହୋଇଥିବା ଦେଖିବାକୁ ମିଳିଛି । ଯେତେବେଳେ କି ଭାରତୀୟ ଟଙ୍କା 4.7 ପ୍ରତିଶତ ହ୍ରାସ ପାଇଛି । ସୂଚନାଯୋଗ୍ୟ ଯେ ଜୁଲାଇରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା 80 ରେ ପହଞ୍ଚିଥିଲା । ଇତିହାସରେ ପ୍ରଥମ ଥର ପାଇଁ ଟଙ୍କା 80 ରେ ପହଞ୍ଚିଥିଲା । ବିଶ୍ଳେଷକମାନେ କହିଛନ୍ତି ଯେ ଏହା ପଛରେ ମୁଖ୍ୟ କାରଣ ହେଉଛି ବାଣିଜ୍ୟ ନିଅଣ୍ଟ, ଆମେରିକୀୟ ଡଲାରର ମଜବୁତ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ।
ଅନ୍ୟପକ୍ଷରେ ଆରବିଆଇର ମୁଦ୍ରା ନୀତି ବିଷୟରେ କହି ରିଜର୍ଭ ବ୍ୟାଙ୍କ ଆଜି ସୁଧ ହାରରେ ବୃଦ୍ଧି ଘୋଷଣା କରିଛି । ରିଜର୍ଭ ବ୍ୟାଙ୍କ ଆଜି ରେପୋ ହାରକୁ 50 ବେସିକ୍ ପଏଣ୍ଟ ବୃଦ୍ଧି କରିଛି । ଏହି ବୃଦ୍ଧି ପରେ ରେପୋ ହାର 5.40 ପ୍ରତିଶତକୁ ବୃଦ୍ଧି ପାଇଛି । ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ପାଇଁ ଆରବିଆଇ ପୁଣି ଥରେ ସୁଧ ହାର ବୃଦ୍ଧି କରିଛି । ଆଜିର ବୃଦ୍ଧି ପରେ, ରେପୋ ହାର କରୋନା ମହାମାରୀ ଆରମ୍ଭ ପୂର୍ବରୁ 5.15 ସ୍ତର ଅତିକ୍ରମ କରିଛି ।












Click it and Unblock the Notifications