Whatsapp: 69 ଲକ୍ଷ ଆକାଉଣ୍ଟ ବନ୍ଦ କରୁଛି ହ୍ୱାଟସ୍ଆପ୍, ତାଲିକାରେ ନାହିଁ ତ ଆପଣଙ୍କ ନମ୍ବର ?
Whatsapp Ban: ଆପଣ ସୋସିଆଲ ମିଡ଼ିଆ ଆକାଉଣ୍ଟ ହ୍ୱାଟସ୍ଆପ୍ ବ୍ୟବହାର କରୁଛନ୍ତି କି ? ତେବେ ଏହି ଖବର ଆପଣଙ୍କ ପାଇଁ ବେଶ୍ ଜରୁରୀ । ହ୍ୱାଟସ୍ଆପ୍ ର ମାଲିକାନା ଏକ ବ଼ଡ଼ ନିଷ୍ପତ୍ତି ନେବାକୁ ଯାଉଛି । କମ୍ପାନୀର ଏହି ନିଷ୍ପତ୍ତି ଆପଣଙ୍କ ଉପରେ କଣ ପ୍ରବାବ ପକାଇବ ସେ ନେଇ ଏହି ଆର୍ଟିକିଲରେ ଉଲ୍ଲେଖ ରହିଛି । ତେବେ ଆସନ୍ତୁ ଜାଣିବା ହ୍ୱାଟସ୍ଆପ୍ କଣ ନିଷ୍ପତ୍ତି ନେଉଛି ...

ହ୍ୱାଟସଆପ୍ ପକ୍ଷରୁ ଏଥର ଏକ ବଡ ପଦକ୍ଷେପ ନିଆଯାଇଛି । ମେଟାର ମାଲିକାନା ବିଶିଷ୍ଟ ଏହି କମ୍ପାନୀ ପ୍ରାୟ 69 ଲକ୍ଷ ଆକାଉଣ୍ଟକୁ ବ୍ୟାନ କରିଦେଇଛି । ଏ ବିଷୟରେ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଲିଷ୍ଟରେ ଆପଣଙ୍କ ହ୍ୱାଟସଆପ୍ ନମ୍ବର ବି ଥାଇପାରେ । ଏଣୁ ଆପଣଙ୍କୁ ଏବେ ବହୁତ ସତର୍କ ରହିବାର ଆବଶ୍ୟକତା ରହିଛି ।
ଯେଉଁମାନେ କମ୍ପାନୀର ନିୟମ ପାଳନ କରୁନାହାଁନ୍ତି ହ୍ୱାଟସଆପ୍ ଏପରି ଆକାଉଣ୍ଟ ଉପରେ ସତର୍କତାର ସହିତ ନଜର ରଖୁଛି । ଲଗାତର ଅନଲାଇନ୍ ଫ୍ରଡ୍ ଓ ସ୍କାମ ମାମଲା ବୃଦ୍ଧି ପାଉଥିବାରୁ ଏଭଳିୁ ପଦକ୍ଷେପ ନେଉଛି କମ୍ପାନୀ । ଏ ସଂପର୍କରେ ସୂଚନା ଦେଇ କମ୍ପାନୀ କହିଛି ନୂଆ ଆଇଟି ନିୟମର ଉଲଙ୍ଘନ କରିଥିବା ପ୍ରାୟ 69 ଲକ୍ଷ ଆକାଉଣ୍ଟକୁ ବ୍ୟାନ କରିଦିଆଯାଇଛି ।
ହ୍ୱାଟସଆପ୍ କହିଛି କମ୍ପାନୀ ଏହି ପଦକ୍ଷେପ 2023 ରେ ଉଠାଇଛି । ମିଳିଥିବା ସୂଚନା ଅନୁସାରେ 1 ଡିସେମ୍ବର 2023 ରୁ ଆରମ୍ଭ କରି 31 ଡିସେମ୍ବର 2023 ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଆକାଉଣ୍ଟକୁ ପ୍ରାଇଭେସୀ ପଲିସି ନ ମାନିବା କାରଣରୁ ବ୍ୟାନ କରିଦିଆଯାଇଛି । ଏହି କାରଣରୁ କମ୍ପାନୀ 69 ଲକ୍ଷ 34 ହଜାର ଆକାଉଣ୍ଟକୁ ବନ୍ଦ କରି ଦେଇଛି ।
ଗତ କିଛିମାସ ମଧ୍ୟରେ ହ୍ୱାଟସଆପ୍ ଫ୍ରଡ୍ ମାମଲା ମଧ୍ୟ ଦୃତ ଗତିରେ ବଢିବାରେ ଲାଗିଛି । ଅନଲାଇନ୍ ଫ୍ରଡ୍ ବିରୁଦ୍ଧରେ ଏବେ କମ୍ପାନୀ ସମସ୍ତଙ୍କ ଆକାଉଣ୍ଟ ଉପରେ କଡା ନଜର ରଖିଛି । ଡିସେମ୍ବର ପୂର୍ବରୁ ନଭେମ୍ବରରେ ହ୍ୱାଟସଆପ୍ ପ୍ରାୟ 71 ଲକ୍ଷ ଆକାଉଣ୍ଟ ବ୍ୟାନ କରିଦେଇଥିଲା ।












Click it and Unblock the Notifications