ପୁଣି ବଦଳିଲା ହ୍ଵାଟସ୍ଆପ୍ ପଲିସି : ଆଉ ହେବନି ହ୍ଵାଟସ୍ଆପ୍ ଡିଲିଟ୍ , କରିବାକୁ ପଡିବ ଏ ସବୁ କାମ

ବାର୍ତ୍ତାଳାପକୁ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ଠାରୁ ସର୍ବଦା ରକ୍ଷା କରିଥାଉ ଏବଂ ଆଗକୁ ଏହି ପ୍ରକ୍ରିୟା ଜାରି ରହିବ । ଯେପରିକି ଆପଣଙ୍କ ହ୍ୱାଟସ୍ଆପ୍ କିମ୍ବା ଫେସବୁକରେ କରୁଥିବା ବ୍ୟକ୍ତିଗତ ବାର୍ତ୍ତାଳପକୁ କେହି ଦେଖିପାରିବେ ନାହିଁ ।

ହ୍ୱାଟସ୍ଆପ୍ ନିଜର ପ୍ରାଇଭେସି ପଲିସିରେ ପୁଣି କରିଛି ପରିବର୍ତ୍ତନ । ବର୍ତ୍ତମାନ କିଛି ଦିନ ପାଇଁ ଏହି ପ୍ରାଇଭେସି ପଲିସି ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ କମ୍ପାନୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।ଗତ କିଛି ଦିନ ହେବ ହ୍ୱାଟସ୍ଆପ୍ ନୀତିକୁ ନେଇ ଉପଭୋକ୍ତଙ୍କ ମଧ୍ୟରେ ଏତେ ଦ୍ୱନ୍ଦ ରହିଛି ଯେ, ଅନେକ ଗ୍ରାହକ ହ୍ୱାଟସ୍ଆପ୍ ଛାଡ଼ି ଟେଲିଗ୍ରାମ୍ ଓ ସିଗନାଲ୍ ଆପ୍ ବ୍ୟବହାର କରିବା ଆରମ୍ଭ କରିଦେଲେଣି । ତେଣୁ ହ୍ୱାଟସ୍ଆପ୍ ନିଜର ଗ୍ରାହକମାନଙ୍କୁ ବାନ୍ଧି ରଖିବା ପାଇଁ ଏକ ବ୍ଲଗ୍ ପୋଷ୍ଟ କରିଛି । ଏହି ବ୍ଲଗ୍ ପୋଷ୍ଟ କରି ହ୍ୱାଟସ୍ଆପ୍ ପକ୍ଷରୁ ସୂଚନା ଦିଆଯାଇଛି ।

Whatsapp

ଗ୍ରାହକଙ୍କ ଦ୍ୱନ୍ଦକୁ ନେଇ ବ୍ଲଗ୍ ଜାରି କଲା ହ୍ୱାଟସ୍ଆପ୍

"ଆମେ ଅନେକ ଲୋକଙ୍କ ଠାରୁ ଶୁଣୁଛୁ ଯେ ହ୍ୱାଟସ୍ଆପ୍ ଅପଡେଟ୍ ଏବଂ ପ୍ରାଇଭେସି ପଲିସି ନେଇ ଉପଭୋକ୍ତାଙ୍କ ମନରେ ବହୁ ଦ୍ୱନ୍ଦ ରହିଛି । ଗ୍ରାହକଙ୍କୁ ବହୁତ୍ ଭୁଲ୍ ତଥ୍ୟ ଦିଆଯାଇଛି । ତେଣୁ ଏସବୁକୁ ଦୂର କରିବା ସହ ସମସ୍ତ ଉପଭୋକ୍ତାଙ୍କୁ ବୁଝିବାକୁ ସାହାଯ୍ୟ କରିବାକୁ ହ୍ୱାଟସ୍ଆପ୍ ପ୍ରସ୍ତୁତ ଅଛି । ଏଥିରେ ଆହୁରି ମଧ୍ୟ କୁହାଯାଇଛି, ହ୍ୱାଟସ୍ଆପ୍ ଏକ ସରଳ ଉପାୟରେ ତିଆରି କରାଯାଇଥିଲା । ଆପଣ ଆପଣଙ୍କ ବନ୍ଧୁ ପରିଜନଙ୍କ ସହ କରୁଥିବା ଚାଟ୍ କେବଳ ଆପଣଙ୍କ ମଧ୍ୟରେ ରହିଥାଏ ।

ଏହାର ଅର୍ଥ ହେଉଛି ଯେ ଆପଣଙ୍କର ବ୍ୟକ୍ତିଗତ ବାର୍ତ୍ତାଳାପକୁ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ଠାରୁ ସର୍ବଦା ରକ୍ଷା କରିଥାଉ ଏବଂ ଆଗକୁ ଏହି ପ୍ରକ୍ରିୟା ଜାରି ରହିବ । ଯେପରିକି ଆପଣଙ୍କ ହ୍ୱାଟସ୍ଆପ୍ କିମ୍ବା ଫେସବୁକରେ କରୁଥିବା ବ୍ୟକ୍ତିଗତ ବାର୍ତ୍ତାଳପକୁ କେହି ଦେଖିପାରିବେ ନାହିଁ । କାହିଁକି ନା ଆମେ ସମସ୍ତଙ୍କ ମେସେଜିଂ କିମ୍ବା କଲିଂର ଲଗ୍ ରଖୁନାହୁଁ ।

Whatsapp

ନୂତନ ନୀତି ବିଷୟରେ ହ୍ୱାଟସ୍ଆପର ପ୍ରତିକ୍ରିୟା

ଏହି ନୂତନ ପଲିସି ଅପଡେଟ୍ କରିବା ଫଳରେ କୌଣସି ପରିବର୍ତ୍ତନ ହେବା ନାହିଁ । ଏହି ଅପଡେଟରେ ଆହୁରି ଅନେକ ବିକଳ୍ପ ରହିଛି ଯାହା ଫଳରେ ଲୋକଙ୍କୁ ହ୍ୱାଟସ୍ଆପରେ ବ୍ୟବସାୟ ସମ୍ପର୍କରେ ବାର୍ତ୍ତା ଦେବାକୁ ହେବ । ଏଥିସହିତ ହ୍ୱାଟସ୍ଆପ୍ କିପରି ତଥ୍ୟ ଏକତ୍ର କରେ ଏବଂ ଉପଯୋଗ କରେ ସେ ସମ୍ପର୍କରେ ମଧ୍ୟ ଅଧିକ ସ୍ୱଚ୍ଛତା ପ୍ରଦାନ କରାଯାଇଛି ।

ଆଜି ସମସ୍ତେ ହ୍ୱାଟସ୍ଆପ୍ ଦ୍ୱାରା ବ୍ୟବସାୟ ସହିତ ଜଡ଼ିତ ହୋଇନାହାନ୍ତି । ଆମେ ଭାବୁଛୁ ଭବିଷ୍ୟତରେ ଅଧିକରୁ ଅଧିକ ଲୋକ ଏହା କରିବାକୁ ପସନ୍ଦ କରିବେ ଏବଂ ଏହି ସେବାଗୁଡିକ ବିଷୟରେ ଲୋକମାନେ ଜାଣିବା ଗୁରୁତ୍ୱପୂର୍ଣ୍ଣ । ଏହାର ଅର୍ଥ ହେଉଛି ଏହି ନୂତନ ଅପଡେଟ୍ ଆସିବା ପରେ ଫେସବୁକରେ ବ୍ୟବସାୟ ସମ୍ପର୍କରେ କାହାକୁ ସୂଚନା ସେୟାର କରିବାକୁ ପଡିବ ନାହିଁ ।

ଫେବୃଆରୀ 8 ରେ ବନ୍ଦ ହେବ ନାହିଁ ଆକାଉଣ୍ଟ

ହ୍ୱାଟସ୍ ଆପ୍ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, "ଫେବୃଆରୀ 8 ରେ କାହାକୁ ସେମାନଙ୍କ ଆକାଉଣ୍ଟକୁ ସ୍ଥଗିତ କିମ୍ବା ଡିଲିଟ୍ କରିବାକୁ ପଡିବ ନାହିଁ । ହ୍ୱାଟସ୍ଆପରେ ଗୋପନୀୟତା ଏବଂ ସୁରକ୍ଷା କିପରି କାର୍ଯ୍ୟ କରେ ସେ ସମ୍ବନ୍ଧରେ ସୂଚନା ଦେବା ପାଇଁ ଆମେ ଅଧିକ କିଛି କରିବାକୁ ଯାଉଛୁ । ମେ 15 ତାରିଖରେ ନୂଆ ବାଣିଜ୍ୟ ବିକଳ୍ପ ଉପଲବ୍ଧ ହେବା ପୂର୍ବରୁ ଆମେ ଆମର ନୀତି ସମୀକ୍ଷା କରିବାକୁ ଧୀରେ ଧୀରେ ଲୋକଙ୍କ ନିକଟକୁ ଯିବୁ ।"

ହ୍ୱାଟସ୍ ଆପ୍ ସମଗ୍ର ବିଶ୍ୱର ଲୋକଙ୍କ ନିକଟରେ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ପହଞ୍ଚାଇବାରେ ସାହାଯ୍ୟ କରିଛି ଏବଂ ବ୍ୟକ୍ତିଗତ ଆକାଉଣ୍ଟ ତଥ୍ୟ ତଥା ବାର୍ତ୍ତାଳପକୁ ସୁରକ୍ଷିତ ଏବଂ ଗୋପନୀୟ ରଖିଛୁ ଏବଂ ଏହାକୁ ଆଗକୁ ରଖିବା ପାଇଁ ପ୍ରତିଶୃତିବଦ୍ଧ । ଏଥିସହିତ ହ୍ୱାଟସ୍ ଆପ୍ ଆହୁରି କହିଛି ଯେ, ଆମେ ବ୍ୟକ୍ତିଗତ ଭାବରେ ଯୋଗାଯୋଗ କରିବା ପାଇଁ ହ୍ୱାଟସ୍ ଆପକୁ ସର୍ବୋତ୍ତମ ଉପାୟ । ଯେଉଁମାନେ ହ୍ୱାଟସ୍ଆପର ସମସ୍ତ ସଠିକ୍ ତଥ୍ୟ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ସହ ସେମାନଙ୍କ ମନରେ ଥିବା ଦ୍ୱନ୍ଦକୁ ଦୂର କରୁଥିବା ଲୋକମାନଙ୍କୁ ମଧ୍ୟ ହ୍ୱାଟସ୍ଆପ୍ ପକ୍ଷରୁ ଧନ୍ୟବାଦ୍ ଦେଉଛି ବୋଲି ଏଥିରେ ଲେଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+