‘ଆକ୍ସିଡେଣ୍ଟାଲ୍ ଡିଲିଟ୍' ସୁବିଧା ଆରମ୍ଭ କଲା ହ୍ୱାଟସ୍ଆପ୍, ଜାଣନ୍ତୁ କଣ ରହିଛି ଏହାର ବିଶେଷତ୍ୱ
ଲୋକପ୍ରିୟତାକୁ ନଜରରେ ରଖି ଆପ୍ ମଧ୍ୟ ଏହାର ବୈଶିଷ୍ଟ୍ୟରେ ଅନେକ ପରିବର୍ତ୍ତନ ଆଣିଛି । ବର୍ତ୍ତମାନ ଏଥିରେ ‘ଆକ୍ସିଡେଣ୍ଟାଲ୍ ଡିଲିଟ୍' ସୁବିଧା ଆରମ୍ଭ ହୋଇଛି । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହାର ବୈଶିଷ୍ଟ୍ୟ ।
ନୂଆଦିଲ୍ଲୀ : ଆଜିକାଲି ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନରେ ହ୍ୱାଟସ୍ଆପ୍ ଏକ ନିତାନ୍ତ ଆବଶ୍ୟକତା ପାଲଟିଛି । ଏହି ମେସେଜିଂ ଆପ୍ ବର୍ତ୍ତମାନ ବହୁଳ ବ୍ୟବହାର ହେଉଛି । ମେସେଜ୍, ଭିଡ଼ିଓ କଲ୍ ଆଦି କରିବା ନେଇ ଲୋକେ ଏହି ଆପ୍ କୁ ବ୍ୟବହାର କରୁଛନ୍ତି । ଏହାର ଲୋକପ୍ରିୟତାକୁ ନଜରରେ ରଖି ଆପ୍ ମଧ୍ୟ ଏହାର ବୈଶିଷ୍ଟ୍ୟରେ ଅନେକ ପରିବର୍ତ୍ତନ ଆଣିଛି । ବର୍ତ୍ତମାନ ଏଥିରେ 'ଆକ୍ସିଡେଣ୍ଟାଲ୍ ଡିଲିଟ୍' ସୁବିଧା ଆରମ୍ଭ ହୋଇଛି । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହାର ବୈଶିଷ୍ଟ୍ୟ ।

ଆପଣ ହ୍ୱାଟସ୍ଆପ୍ ବ୍ୟବହାର କରିବା ବେଳେ ସାଧାରଣତଃ କୌଣସି ମେସେଜକୁ ଭୁଲରେ ଯଦି 'ଡିଲିଟ୍ ଫର୍ ମି' କରିଦେଇଛନ୍ତି, ତେବେ ଏହି ମେସେଜକୁ ପୁଣି ଫେରାଇ ଆଣି ସମ୍ପୂର୍ଣ୍ଣ ଡିଲିଟ୍ କରିବା ପାଇଁ ହ୍ୱାଟସ୍ ଆପ୍ ଏକ ନୂତ ବୈଶିଷ୍ଟ୍ୟ ଆଣିଛି । ଏହି 'ଆକ୍ସିଡେଣ୍ଟାଲ୍ ଡିଲିଟ୍' ମାଧ୍ୟମରେ ଆପଣ ଭୁଲରେ ଡିଲିଟ୍ କରିଦେଇଥିବା ମେସେଜକୁ ପାଇପାରିବେ ।
ସମସ୍ତଙ୍କ ପାଇଁ ମେସେଜ୍କୁ ଡିଲିଟ୍ କରିବା ଲାଗି ଚାହୁଥିବା ବ୍ୟକ୍ତି ଯଦି ଭୁଲବଶତଃ ତାହାକୁ 'ଡିଲିଟ୍ ଫର ମି' ବ୍ୟବହାର କରି ଡିଲିଟ୍ କରନ୍ତି, ତେବେ ସେହି ମେସେଜ୍କୁ ସେ 'ଆକ୍ସିଡେଣ୍ଟାଲ୍ ଡିଲିଟ୍' ସୁବିଧା ବ୍ୟବହାର କରି ପୁଣି ଫେରାଇ ଆଣିପାରିବେ ଏବଂ 'ଡିଲିଟ୍ ଫର ଏଭ୍ରିୱାନ୍' ବ୍ୟବହାର କରି ତାହାକୁ ଡିଲିଟ୍ କରିପାରିବେ । ତେବେ ମେସେଜ୍ ପଠାଇବାର କିଛି ସମୟ ପାଇଁ ଏହି ସୁବିଧା ଉପଲବ୍ଧ ହେବ ।












Click it and Unblock the Notifications