ପର୍ସନାଲ ଚାଟ୍ କରିପାରିବେ ଲକ୍ ! ହ୍ୱାଟସ୍ ଆପ୍ ଆଣିଲା ନୂଆ ଫିଚର, ଜାଣନ୍ତୁ କିପରି କରିବେ ବ୍ୟବହାର

ହ୍ୱାଟସ୍ ଆପ୍ ଏହାର ୟୁଜରମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ନୂଆ ଫିଚର ଆଣୁଛି । ମେଟା କମ୍ପାନୀ ହ୍ୱାଟସ୍ ଆ ରେ ଏକ ନୂଆ ଫିଚର ଆଣିଛି, ଯାହା ଦ୍ୱାରା ବ୍ୟବହାରକାରୀ ନିର୍ଦ୍ଦିଷ୍ଟ ଚାଟ୍ ଲକ୍ କରିପାରିବେ । ଏହି ଫିଚର ର ନାଁ ହେଉଛି ଚାଟ୍ ଲକ୍ । ଏହି ଫିଚରରେ ନିର୍ଦ୍ଦିଷ୍ଟ ଚାଟ୍ କୁ ଲକ୍ କରିବା ବ୍ୟତୀତ ଏକ ଅଲଗା ଫୋଲ୍ଡରରେ ଚାଟ୍ ଗଚ୍ଛିତ କରିବ । ଆପଣ ଅନ୍ ଲକ୍ କରିବା ପରେ ହିଁ ଏହି ଚାଟ୍ ଦେଖିପାରିବେ ।
ଏହି ଫିଚର ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଫୋନରେ ଉପଲବ୍ଧ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ, ଉପଭୋକ୍ତାମାନେ ବାୟୋମେଟ୍ରିକ୍ସ କିମ୍ବା ଏକ ପିନ୍ କୋଡ୍ ବ୍ୟବହାର କରି ହ୍ୱାଟସ୍ ଆପ୍ ଲକ୍ କରୁଥିଲେ. କିନ୍ତୁ ନୂଆ ଫିଚର ପରେ ଉପଭୋକ୍ତାମାନେ ନିର୍ଦ୍ଦିଷ୍ଟ ବ୍ୟକ୍ତିଗତ ଚାଟ୍ କୁ ଅଧିକ ସୁରକ୍ଷା ଦେଇପାରିବେ ।
ଆପଣଙ୍କୁ କହି ରଖୁଛୁ ସୁରକ୍ଷା ଏବଂ ଗୋପନୀୟତା ସମ୍ବନ୍ଧରେ ହ୍ୱାଟସ୍ ଆପରେ ଅନେକ ଫିଚର ଯୋଡି ହୋଇସାରିଛି । ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍, ଏନକ୍ରିପ୍ଟ ହୋଇଥିବା ଚାଟ୍ ବ୍ୟାକଅପ୍, ଅଦୃଶ୍ୟ ବାର୍ତ୍ତା, ସ୍କ୍ରିନସଟ୍ ବ୍ଲକିଂ ଭଳି କେତେକ ଫିଚର ଆସିସାରିଛି । ଏହି ନୂଆ ଫିଚର ସହିତ ମେଟା କମ୍ପାନୀ ହ୍ୱାଟସ୍ ଆପ ର ଗୋପନୀୟତା ଏବଂ ସୁରକ୍ଷାକୁ ଆହୁରି ମଜବୁତ କରିବାକୁ ଚାହୁଁଛି ।
କିପରି କରିବେ ଚାଟ୍ ଲକ୍ ?
ପ୍ରଥମେ, ଆପଣ ଯେଉଁ ଚାଟ୍ କୁ ଲକ୍ କରିବାକୁ ଚାହୁଁଛନ୍ତି, ତାକୁ ହ୍ୱାଟସ୍ ଆପରେ ଖୋଲିବାକୁ ହେବ । ଏହା ପରେ, ସେହି ଚାଟ୍ ର ପ୍ରୋଫାଇଲକୁ ଯାଇ ଚାଟ୍ ଲକ୍ ର ବିକଳ୍ପ କୁ ଚୟନ କରିବାକୁ ହେବ । ଏହା ପରେ ଏହି ଫିଚର ସେହି ନିର୍ଦ୍ଦିଷ୍ଟ ଚାଚ୍ ପାଇଁ ସକ୍ରିୟ ହୋଇଯିବ । ବର୍ତ୍ତମାନ ଲକ୍ ହୋଇଥିବା ଚାଟ୍ ଦେଖିବାକୁ, ଉପଭୋକ୍ତାମାନଙ୍କୁ ଫୋନ୍ ପାସୱାର୍ଡ ପ୍ରବେଶ କରିବାକୁ କିମ୍ବା ବାୟୋମେଟ୍ରିକ୍ ପ୍ରାମାଣିକିକରଣକୁ ଅନୁମତି ଦେବାକୁ ପଡିବ ।












Click it and Unblock the Notifications