Get Updates
Get notified of breaking news, exclusive insights, and must-see stories!

Paytm ବନ୍ଦ ହେବା ପରେ କଣ ହେବ ? କାମ କରିବ ତ ପେମେଣ୍ଟ ବ୍ୟାଙ୍କ, ପେଟିଏମ୍ ୱାଲେଟ୍...

Paytm: ଜଣାଶୁଣା ପେମେଣ୍ଟ ଆପ୍ଲିକେସନ୍ ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କ ଲିମିଟେଡ୍‌(ପିପିବିଏଲ୍‌) ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଆରବିଆଇ । ଏହା ଉପରେ ପ୍ରତିବନ୍ଧକ ଲଗାଯାଇଛି । ନିୟମ ପାଳନ କରୁନଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । 29 ଫେବୃୟାରୀ ପରଠୁ ଆକାଉଣ୍ଟ ଏବଂ ପେଟିଏମ୍ ଓ୍ବାଲେଟରେ ନୂଆ ଜମା ରାଶି ସ୍ୱୀକାର କରାଯିବନି ବୋଲି କୁହାଯାଇଛି ।

paytm

ତେବେ ଆପଣ ବି ପେଟିଏମ୍ ବ୍ୟବହାର କରୁଛନ୍ତି କି ? ଆପଣଙ୍କ Paytm ୱାଲେଟ୍ ରେ ଟଙ୍କା ଅଛି କି ? ଏହି ସମୟରେ Paytm ବନ୍ଦ ହୋଇଗଲେ ଆପଣଙ୍କ ପେମେଣ୍ଟ ବ୍ୟାଙ୍କ ଓ ୱାଲେଟ ର ଟଙ୍କା କଣ ହେବ ? ଏହି ସବୁ ପ୍ରଶ୍ନକୁ ନେଇ ଚିନ୍ତିତ ଅଛନ୍ତି କି ? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣଙ୍କ ମନରେ ଆସୁଥିବା ଏଭଳି ସମସ୍ତ ପ୍ରଶ୍ନର ଉତ୍ତର ଆମେ ଆପଣଙ୍କ ପାଇଁ ଆଣିଛୁ ।

ଆସନ୍ତୁ ଜାଣଇବା Paytm କୁ ନେଇ ଆପଣଙ୍କ ମନରେ ଆସୁଥିବା ସମସ୍ତ ପ୍ରଶ୍ନର ଉତ୍ତର...

Paytm ୱାଲେଟ୍‌ କିମ୍ବା ପେମେଣ୍ଟ ବ୍ୟାଙ୍କରେ ଜମା ଟଙ୍କା କ'ଣ ହେବ ?

Paytm ପେମେଣ୍ଟ ବ୍ୟାଙ୍କରେ ଥିବା ଟଙ୍କାକୁ ବାହାର କରିନେବାକୁ ପରାମର୍ଶ ଦେଇଛି ଆର୍‌ବିଆଇ । ଫେବୃଆରୀ 29 ପରେ ମଧ୍ୟ ସେମାନେ ଟଙ୍କା ବାହାର କରିପାରିବେ । ଏହାକୁ ଆପଣ ଟଙ୍କାଜମା ଖାତା, ଚାଲୁଥିବା ଆକାଉଣ୍ଟ, ପ୍ରିପେଡ୍‌ କାର୍ଡ, ନ୍ୟାଶନାଲ କମନ୍‌ ମୋବିଲିଟି କାର୍ଡ(ଏନ୍‌ସିଏମ୍‌ସି) ସହିତ ନିଜର ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର କରିପାରିବେ । ଫୋନ୍‌ରେ ରିଚାର୍ଜ ମଧ୍ୟ କରିପାରିବେ । ଏହାର ଅର୍ଥ ପ୍ରଥମରୁ ଜମା ରାଶିକୁ ଆପଣ ବ୍ୟବହାର କରିପାରିବେ । କିନ୍ତୁ ଫେବୃଆରୀ 29 ପରେ ପେଟିଏମ୍‌ ବ୍ୟାଙ୍କରେ ଟଙ୍କା ରଖିପାରିବେ ନାହିଁ । ଏହାଛଡ଼ା ଯଦି ଏହି ବ୍ୟାଙ୍କ ଜରିଆରେ ଆପଣ ଫାଇନାନ୍ସ କରିଛନ୍ତି, ପ୍ରତି ମାସରେ ଇଏମ୍‌ଆଇ ଯାଉଛି ତେବେ ଆପଣ ତାହାକୁ ଧାର୍ଯ୍ୟ ସମୟ ମଧ୍ୟରୁ କ୍ଳିଅର କରିନିଅନ୍ତୁ ।

Paytm ୱାଲେଟ୍‌ର କ'ଣ ହେବ ?

Paytm ଓ୍ବାଲେଟ୍‌ ଉପରେ ମଧ୍ୟ ରୋକ ଲଗାଯାଇଛି । ହେଲେ ଆପଣ ଏହାକୁ ଫେବୃଆରୀ 29 ଯାଏ ବ୍ୟବହାର କରିପାରିବେ । ପରେ ଏଥିରୁ ରିଚାର୍ଜ କରିହେବ ନାହିଁ । ସବୁଠାରୁ ଭଲ ବିକଳ୍ପ ଯେ ଆପଣ ନିଜର ଓ୍ବାଲେଟ୍‌ରେ ଥିବା ଟଙ୍କାକୁ ନିଜର ବ୍ୟାଙ୍କ ଆକାଉଣ୍ଟ(ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ବ୍ୟତିତ ଅନ୍ୟ ବ୍ୟାଙ୍କ)କୁ ଟ୍ରାନ୍ସଫର କରିପାରିବେ ।

ଏହି ସମୟରେ ପେଟିଏମର ଫାଉଣ୍ଡର ବିଜୟ ଶେଖର ଶର୍ମା ନିକଟରେ ଏକ ପୋଷ୍ଟ ଜରିଆରେ କହିଛନ୍ତି କି ପ୍ଲାଟଫର୍ମର ସମସ୍ତ ସେବା ପୂର୍ବ ଭଳି କାମ କରିବ । ଫାଉଣ୍ଡର ବିଜୟ ଶେଖର ଶର୍ମା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇ କହିଛନ୍ତି କି ପେଟିଏମ୍ ଫେବୃୟାରୀ 29 ପରେ ମଧ୍ୟ ଚାଲିବ ଏବଂ ଗ୍ରାହକ ଏଥିରେ ପୂର୍ବ ଭଳି ବାଲାନ୍ସ ଟ୍ରାନ୍ସଫର, ପେମେଣ୍ଟ ଆଦି କରିପାରିବେ । ଏହା ସହିତ ସେ ଏହାର ୟୁଜରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+