ଟୋୟୋଟା କିର୍ଲୋସ୍କାରର ଉପାଧ୍ୟକ୍ଷ ବିକ୍ରମ କିର୍ଲୋସ୍କରଙ୍କ ଦେହାନ୍ତ
ଭାରତର ଅଟୋମୋବାଇଲ ଶିଳ୍ପର ଜଣାଶୁଣା ଚେହେରା ତଥା ଟୋୟୋଟା କିର୍ଲୋସ୍କର ମୋଟରର ଉପାଧ୍ୟକ୍ଷ ବିକ୍ରମ ଏସ କିର୍ଲୋସ୍କରଙ୍କ ଦେହାନ୍ତ ହୋଇଛି । ମଙ୍ଗଳବାର ବିଳମ୍ବିତ ରାତିରେ କିର୍ଲୋସ୍କରଙ୍କ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ଭାରତର ଅଟୋମୋବାଇଲ ଶିଳ୍ପର ଜଣାଶୁଣା ଚେହେରା ତଥା ଟୋୟୋଟା କିର୍ଲୋସ୍କର ମୋଟରର ଉପାଧ୍ୟକ୍ଷ ବିକ୍ରମ ଏସ କିର୍ଲୋସ୍କରଙ୍କ ଦେହାନ୍ତ ହୋଇଛି । ମଙ୍ଗଳବାର ବିଳମ୍ବିତ ରାତିରେ କିର୍ଲୋସ୍କରଙ୍କ ମୃତ୍ୟୁ ହୋଇଛି । ଦେହାନ୍ତ ବେଳକୁ କିର୍ଲୋସ୍କରଙ୍କୁ 64 ବର୍ଷ ବୟସ ହୋଇଥିଲା । କମ୍ପାନୀ ଦେଇଥିବା ସୂଚନା ଅନୁଯାୟୀ, ନଭେମ୍ବର 29 ରେ ବିଳମ୍ବିତ ରାତିରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଭାରତରେ ଟୋୟୋଟା କାରକୁ ଲୋକପ୍ରିୟ କରିବାର ଶ୍ରେୟ ବିକ୍ରମ କିର୍ଲୋସ୍କାରଙ୍କ ନିକଟକୁ ଯାଇଥାଏ ।

ଟୋୟୋଟା ଇଣ୍ଡିଆର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ 'ନଭେମ୍ବର 29 ରେ ଟୋୟୋଟା କିର୍ଲୋସ୍କର ମୋଟର ଉପାଧ୍ୟକ୍ଷ ବିକ୍ରମ ଏସ କିର୍ଲୋସ୍କରଙ୍କ ଅକାଳ ବିୟୋଗ ବିଷୟରେ ସୂଚନା ଦେଇ ଆମେ ଅତ୍ୟନ୍ତ ଦୁଃଖିତ । ଦୁଃଖର ଏହି ସମୟରେ, ଆମେ ସମସ୍ତେ ପ୍ରାର୍ଥନା କରୁ ଯେ ତାଙ୍କ ଆତ୍ମା କୁ ଶାନ୍ତି ମିଳୁ । ଆମେ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ଆମର ଗଭୀର ସମବେଦନା ଜଣାଉଛୁ ।
ବିକ୍ରମ କିର୍ଲୋସ୍କରଙ୍କ ଶେଷ ରୀତି ଆଜି ଅପରାହ୍ନ 1 ଟା ବେଳେ ବାଙ୍ଗାଲୋରର ହେବ । ଆପଣଙ୍କୁ କହି ରଖୁଛୁ ଯେ ବିକ୍ରମ କିର୍ଲୋସ୍କାର ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (MIT) ରୁ ମେକାନିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ହୋଇଥିଲେ । ସେ ବର୍ଷ ବର୍ଷ ଧରି CII, SIAM ଏବଂ ARAI ରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଆସିଛନ୍ତି । ସେ କିର୍ଲୋସ୍କର ଗ୍ରୁପର ଚତୁର୍ଥ ପିଢିର ମୁଖ୍ୟ ଥିଲେ । ବିକ୍ରମ କିର୍ଲୋସ୍କର ସିଷ୍ଟମ ଲିମିଟେଡର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଥିଲେ । ସେ ଟୋୟୋଟା କିର୍ଲୋସ୍କର ମୋଟର ପ୍ରାଇଭେଟ ଲିମିଟେଡର ଉପାଧ୍ୟକ୍ଷ ମଧ୍ୟ ଥିଲେ ।












Click it and Unblock the Notifications