ଦେଶରେ ଖୋଲିବ ନୂଆ ନ୍ୟାସନାଲ ବ୍ୟାଙ୍କ, ଡିଏଫ୍ଆଇକୁ ମୋଦୀ କ୍ୟାବିନେଟର ଅନୁମୋଦନ
ସାଧାରଣ ବଜେଟ୍ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ନୂତନ ନ୍ୟାସନାଲ ବ୍ୟାଙ୍କ ବିଷୟରେ ଘୋଷଣା କରିଛନ୍ତି । ଏନେଇ ଆଜି ମୋଦୀ କ୍ୟାବିନେଟ ଏହାକୁ ଅନୁମୋଦନ କରିଛନ୍ତି ।
ନୂଆଦିଲ୍ଲୀ : ସାଧାରଣ ବଜେଟ୍ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ନୂତନ ନ୍ୟାସନାଲ ବ୍ୟାଙ୍କ ବିଷୟରେ ଘୋଷଣା କରିଛନ୍ତି । ଏନେଇ ଆଜି ମୋଦୀ କ୍ୟାବିନେଟ ଏହାକୁ ଅନୁମୋଦନ କରିଛନ୍ତି । ବଜେଟ୍ ସମୟରେ ଘୋଷଣା ପରେ ବର୍ତ୍ତମାନ ମୋଦୀ କ୍ୟାବିନେଟ୍ ଏହାକୁ ମୋହର ମାରିବା ସହ ସବୁଜ ସଙ୍କେତ ଦେଇଛି । ଏଥିପାଇଁ ସରକାର ନୂତନ ବ୍ୟାଙ୍କ ବିକାଶ ଅର୍ଥ ପ୍ରତିଷ୍ଠାନକୁ ପ୍ରାରମ୍ଭିକ ପାଣ୍ଠି ଯୋଗାଇ ଦେବେ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମୋଦୀ କ୍ୟାବିନେଟ ଏକ ନୂତନ ବ୍ୟାଙ୍କ ବିକାଶ ଅର୍ଥ ପ୍ରତିଷ୍ଠାନ (ଡିଏଫଆଇ) ଗଠନକୁ ଅନୁମୋଦନ କରିଛି । ଏହା ନ୍ୟାସନାଲ ବ୍ୟାଙ୍କ ଇନଭେଷ୍ଟମେଣ୍ଟ ବ୍ୟାଙ୍କ ଭାବେ କାର୍ଯ୍ୟ କରିବ । ଏହି ବ୍ୟାଙ୍କ ଗଠନ ପରେ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଅର୍ଥ ପ୍ରଦାନ କରାଯିବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ ବଜେଟରେ ଆମକୁ ସୂଚନା ଦିଆଯାଇଛି ଯେ ପାଣ୍ଠି ଭିତ୍ତିଭୂମି ତଥା ବିକାଶ କାର୍ଯ୍ୟକଳାପ ପାଇଁ ଏକ ଜାତୀୟ ବ୍ୟାଙ୍କ ଗଠନ କରାଯିବ, ଯାହା ଆଜି ମୋଦୀ କ୍ୟାବିନେଟରୁ ଅନୁମୋଦନ ମିଳିଛି ।
ଏହି DFI ର ସାହାଯ୍ୟରେ, ଦୀର୍ଘମିଆଦୀ ପାଣ୍ଠିର ସାହାଯ୍ୟ କରିବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଡିଏଫଆଇ ସହାୟତାରେ ଦେଶରେ ଚାଲିଥିବା ବୃହତ ଭିତ୍ତିଭୂମି ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଇବ । ସରକାର ଏହାକୁ ଶୂନରୁ ଆରମ୍ଭ କରିଛନ୍ତି । ଏଥିପାଇଁ ଏକ ବୋର୍ଡ ଗଠନ କରାଯିବ, ଯାହା ଏହା ସହ ଜଡିତ ନିଷ୍ପତ୍ତି ନେବ । ସରକାରଙ୍କୁ ଏଫଡିଆଇକୁ 2000 କୋଟି ଟଙ୍କାର ପ୍ରାରମ୍ଭିକ ପାଣ୍ଠି ଦିଆଯିବ । ଯାହାଫଳରେ କାରବାର ଆରମ୍ଭ ହୋଇପାରିବ । ଏଥିରେ ବଣ୍ଡ ଜାରି କରି ବିନିଯୋଗ କରାଯିବ । ଆସନ୍ତା କିଛି ବର୍ଷ ମଧ୍ୟରେ DFI ରେ 3 ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ସରକାର ଲକ୍ଷ୍ୟ ରଖାଯାଇଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications