ଏଲୋନ୍ ମସ୍କଙ୍କ ଅଫରରେ ଆଗ୍ରହ ଦେଖାଉଛି ଟ୍ୱିଟର୍, 43 ବିଲିଅନ୍ ଡଲାର ଚୁକ୍ତି ନିଶ୍ଚିତ
ଏଲୋନ୍ ମସ୍କଙ୍କ ପ୍ରସ୍ତାବରେ ଟ୍ୱିଟର ରାଜି ହୋଇଥିବା ଜଣାପଡିଛି । ଟ୍ୱିଟର ଇଙ୍କ (TWTR.N) ଏଲୋନ୍ ମସ୍କର 43 ବିଲିୟନ ଡଲାର ଅଫର ଉପରେ ପୁନର୍ବିଚାର କରୁଥିବା ଜଣାପଡ଼ିଛି ।
ନ୍ୟୁୟର୍କ : ଦୁନିଆର ଧନୀ ବ୍ୟକ୍ତିଙ୍କ ଗଣନାରେ ଆସୁଥିବା ତଥା ଟେସଲା କମ୍ପାନୀର ସିଇଓ ଏଲୋନ୍ ମସ୍କର ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର କିଣିବା ବିଷୟରେ ଆଲୋଚନା ତୀବ୍ର ହେବାରେ ଲାଗିଛି । ବର୍ତ୍ତମାନ ସର୍ବଶେଷ ଅପଡେଟ୍ ଅନୁଯାୟୀ, ଏଲୋନ୍ ମସ୍କଙ୍କ ପ୍ରସ୍ତାବରେ ଟ୍ୱିଟର ରାଜି ହୋଇଥିବା ଜଣାପଡିଛି । ଟ୍ୱିଟର ଇଙ୍କ (TWTR.N) ଏଲୋନ୍ ମସ୍କର 43 ବିଲିୟନ ଡଲାର ଅଫର ଉପରେ ପୁନର୍ବିଚାର କରୁଥିବା ଜଣାପଡ଼ିଛି । ଏକ ପ୍ରକାରେ ଏହ ଚୁକ୍ତି ପକ୍କା ବୋଲି ମଧ୍ୟ କୁହାଯାଇପାରେ ।

ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ କରିଛି ଯେ ଟ୍ୱିଟର ଇଙ୍କ (TWTR.N) ଏଲୋନ୍ ମସ୍କକୁ ପ୍ରାୟ 43 ବିଲିୟନ ଡଲାର ନଗଦ ରାଶିରେ ବିକ୍ରି କରିବାକୁ ରାଜି ହୋଇଛି । କମ୍ପାନୀ ଏଲୋନ୍ ମସ୍କଙ୍କୁ ସେୟାର ପ୍ରତି 54.20 ଡଲାରରେ ବିକ୍ରୟ କରିବା ନେଇ ନିକଟତର ବୋଲି କୁହାଯାଉଛି । ମସ୍କ ଏହି ମୂଲ୍ୟରେ ଟ୍ୱିଟରକୁ କିଣିବାକ ପ୍ରସ୍ତାବ ଦେଇଥିଲେ । ଟେସଲା ଇଙ୍କ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଏହାକୁ ତାଙ୍କର "ସର୍ବୋତ୍ତମ ଏବଂ ଅନ୍ତିମ" ବୋଲି କହିଛନ୍ତି ।
Twitter Inc TWTR.N is nearing a deal to sell itself to Elon Musk for .20 per share in cash, the price that he originally offered to the social media company and called his 'best and final', people familiar with the matter said: Reuters
— ANI (@ANI) April 25, 2022
ରିପୋର୍ଟ ଅନୁଯାୟୀ, ଟ୍ୱିଟର ସୋମବାର ପରେ ସେୟାର ପିଛା 54.20 ଡଲାରରେ ଏକ ଡିଲ୍ ଘୋଷଣା କରିପାରେ, କିନ୍ତୁ ଅପରପକ୍ଷରେ ଏହା ମଧ୍ୟ କୁହାଯାଉଛି ଶେଷ ମୁହୂର୍ତ୍ତରେ ଏହି ଚୁକ୍ତି ଭାଙ୍ଗି ପାରେ । ସୂତ୍ରରୁ ପ୍ରକାଶ ଯେ ଟ୍ୱିଟର ମସ୍କ ସହିତ ହୋଇଥିବା ଚୁକ୍ତି ଅନୁଯାୟୀ ଏକ 'ଗୋ-ସପ୍' ବ୍ୟବସ୍ଥାକୁ ସୁରକ୍ଷିତ କରିପାରି ନାହିଁ, ଯାହା ଚୁକ୍ତି ସ୍ୱାକ୍ଷର ହେବା ପରେ ଏହାକୁ ଅନ୍ୟ ବିଡ୍ ମାଗିବାକୁ ଅନୁମତି ଦେବ । ତଥାପି ଟ୍ୱିଟରକୁ ମସ୍କକୁ ବ୍ରେକ୍ ଅପ୍ ଫି ଦେଇ ଅନ୍ୟ ଦଳର ଅଫର ଗ୍ରହଣ କରିବାକୁ ଅନୁମତି ଦିଆଯିବ ।
ଏପଟେ, ନ୍ୟୁୟର୍କରେ ପ୍ରି-ମାର୍କେଟ କାରବାରରେ ସୋମବାର ଟ୍ୱିଟର ସେୟାରଗୁଡିକ 51.15 ଡଲାରରେ 4.5% ବୃଦ୍ଧି ପାଇଛି । ଅଭିବ୍ୟକ୍ତିର ସ୍ୱାଧୀନତା ପାଇଁ ପ୍ରକୃତ ପ୍ଲାଟଫର୍ମ ହେବା ପାଇଁ ଟ୍ୱିଟରକୁ ବ୍ୟକ୍ତିଗତ ଭାବେ ନିଆଯିବା ଆବଶ୍ୟକ ବୋଲି ମସ୍କ କହିଛନ୍ତି । ଏହା ଟ୍ୱିଟର ବୋର୍ଡକୁ ଡିଲକୁ ଅଧିକ ଗମ୍ଭୀରତାର ସହ ନେବାକୁ ପ୍ରେରିତ କଲା ଏବଂ ଅନେକ ଅଂଶୀଦାର କମ୍ପାନୀକୁ ଏହି ଡିଲକୁ ହାତଛଡ଼ା ନ କରିବାକୁ ପ୍ରସ୍ତାବ ଦେଇଛନ୍ତି ।












Click it and Unblock the Notifications