Get Updates
Get notified of breaking news, exclusive insights, and must-see stories!

ବଦଳିବ ଟ୍ୱିଟର ଲୋଗୋ ! 'ନୀଳ ପକ୍ଷୀ' ବଦଳରେ ହେବ ଏହି ଲୋଗୋ

ଗତ ବର୍ଷ ଏଲନ୍ ମସ୍କ ଟ୍ୱିଟର କିଣିବା ପରଠାରୁ ବାରମ୍ବାର ଚର୍ଚ୍ଚାରେ ରହିଆସୁଛନ୍ତି । ଟ୍ୱିଟର ହାତେଇବା ପରେ ଏଲନ୍ ମସ୍କ ଟ୍ୱିଟର ଲୋଗୋ ବଦଳାଇବାର ବଡ଼ ସମ୍ଭାବନା ଥିଲା । ଏ ନେଇ ସେ ଅନେକ ଥର ସୂଚନା ମଧ୍ୟ ଦେଇଛନ୍ତି ।

ବର୍ତ୍ତମାନ ଟ୍ୱିଟର ମାଲିକ ଏଲନ୍ ମସ୍କ ନିଜେ କହିଛନ୍ତି ଯେ ସେ ଟ୍ୱିଟର ଲୋଗୋ 'ନୀଳ ପକ୍ଷୀ'କୁ ହଟାଇବାକୁ ପ୍ରସ୍ତୁତି କରାଯାଉଛି । ମସ୍କ ଟ୍ୱିଟ୍ କରି କହିଛନ୍ତି ଯେ ସେ ଟ୍ୱିଟରର ଲୋଗୋ ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି ।

twitter

ମସ୍କ ଟ୍ୱିଟରରେ ଲେଖିଛନ୍ତି ଯେ ସେ ଶୀଘ୍ର ଟ୍ୱିଟର ବ୍ରାଣ୍ଡ ଏବଂ ନୀଳ ପକ୍ଷୀ କୁ ଧୀରେ ଧୀରେ ବିଦାୟ ଦେବେ । ଆପଣଙ୍କୁ କହି ରଖୁଛୁ ଟ୍ୱିଟର କିଣିବା ପରେ ମସ୍କ ଗୋଟିଏ ପରେ ଗୋଟିଏ ନୂଆ ପରିବର୍ତ୍ତନ କରୁଛନ୍ତିୁ ।

ଏହାପୂର୍ବରୁ ଏଲୋନ୍ ମସ୍କ ଅନ୍ୟ ଏକ ଟ୍ୱିଟ୍ କରିଥିଲେ । ଏଥିରେ ସେ କହିଥିଲେ ଯେ ଟ୍ୱିଟରର ନୀଳ ପକ୍ଷୀ ଲୋଗୋ କୁ X ଲୋଗୋ ଦ୍ୱାରା ବଦଳାଯିବ । ଏକ ଟ୍ୱିଟରେ ଏଲନ୍ ମସ୍କ କହିଛନ୍ତି ଯେ ଯଦି ଆଜି ରାତିରେ ଏକ ଭଲ X ଲୋଗୋ ପୋଷ୍ଟ କରାଯାଏ, ତେବେ ଆସନ୍ତାକାଲି ଏହାକୁ ସାରା ବିଶ୍ୱରେ ଲାଇଭ୍ କରିବୁ ।

ଏହା ସହିତ, ଅନ୍ୟ ଏକ ଟ୍ୱିଟରେ ସେ ଏକ ଛୋଟ ଭିଡିଓ ରିଟ୍ୱିଟ କରିଛନ୍ତି । ଏଥିରେ ଟ୍ୱିଟର ପକ୍ଷୀ ଲୋଗୋରେ ପରିବର୍ତ୍ତନଶୀଳ ଆଲୋକ ସହିତ ବଦଳିଯାଉଛି ।

ଆପଣଙ୍କୁ କହି ରଖୁଛୁ, ଏଲନ୍ ମସ୍କଙ୍କ ଅନେକ କମ୍ପାନୀର ନାମ X ରୁ ଆରମ୍ଭ ହୁଏ । ଏଲନ୍ ମସ୍କଙ୍କ ନୂତନ ଆର୍ଚଟିଫିସିଆଲ୍ ଇଣ୍ଟେଲିଜେନ୍ସ କମ୍ପାନୀ xAI ର ଲୋଗୋ ମଧ୍ୟ 'X' ରହିଛି । ଏହା ସେ କିଛି ଦିନ ପୂର୍ବରୁ ଲଞ୍ଚ କରିଥିଲେ ।

ଏହା ବ୍ୟତୀତ ମସ୍କଙ୍କ ସ୍ପେସ୍ ଏକ୍ସପ୍ଲୋରେସନ୍ ଟେକ୍ନୋଲୋଜି କର୍ପୋରେସନ୍ କମ୍ପାନୀର ନାମ ମଧ୍ୟ ସ୍ପେସ୍ ଏକ୍ସ ଅଟେ । ବର୍ତ୍ତମାନ ମସ୍କ ମଧ୍ୟ ଟ୍ୱିଟର ପକ୍ଷୀ ଲୋଗୋକୁ 'X'ରେ ବଦଳାଇବାକୁ ପ୍ରସ୍ତୁତ ହେଉଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+