Get Updates
Get notified of breaking news, exclusive insights, and must-see stories!

ଟ୍ୱିଟର କର୍ମୀଚାରୀଙ୍କ ପାଇଁ ଦୁଃଖଦ ଖବର, ପୁଣି ଛଟେଇ କରିବାକୁ ତାଲିକା ପ୍ରସ୍ତୁତ କରୁଛି କମ୍ପାନୀ

ଟ୍ୱିଟର ଇଙ୍କ୍ 50 କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି । ଏହା ପରେ ମୋଟ କର୍ମଚାରୀଙ୍କ ସଂଖ୍ୟା 2000 ରୁ କମ୍ ହେବ । କିନ୍ତୁ ଏହି ମାମଲାରେ ଟ୍ୱିଟର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

elon musk

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟର ସାମ୍ନା କରୁଥିବା ଟେକ୍ କମ୍ପାନୀ ଏବଂ ସୋଶାଲ ନେଟୱର୍କିଂ କମ୍ପାନୀ କର୍ମଚାରୀ ସଂଖ୍ୟା ହ୍ରାସ କରିବାରେ ଲାଗିଛନ୍ତି । ଆମାଜନ, ମାଇକ୍ରୋସଫ୍ଟ ଭଳି ବଡ଼ ବଡ଼ କମ୍ପାନୀ କଷ୍ଟ କଟିଂ ପାଇଁ କର୍ମଚାରୀ ଛଟେଇ କରୁଛନ୍ତି । ଏଥିରୁ ବାଦ୍ ପଡ଼ିନି ସୋଶାଲ ନେଟୱର୍କିଂ ସାଇଟ୍ ଟ୍ୱିଟର୍ । ଏଲନ୍ ମସ୍କଙ୍କ ହାତକୁ ଟ୍ୱିଟରର ମାଲିକାନା ଆସିବା ପର ଠାରୁ କମ୍ପାନୀ କ୍ଷତିରେ ଚାଲିଛି । ଏପରିକି ଅନେକ ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଛି । ଏହା ପୂର୍ବରୁ ଟ୍ୱିଟର ଏହାର 50 ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିଥିଲା । ବର୍ତ୍ତମାନ ପୁଣି ଛଟେଇ କରିବା ନେଇ କମ୍ପାନୀ ତାଲିକା ପ୍ରସ୍ତୁତ କରୁଥିବା କୁହାଯାଉଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ଟ୍ୱିଟର ଇଙ୍କ୍ 50 କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି । ଏହା ପରେ ମୋଟ କର୍ମଚାରୀଙ୍କ ସଂଖ୍ୟା 2000 ରୁ କମ୍ ହେବ । କିନ୍ତୁ ଏହି ମାମଲାରେ ଟ୍ୱିଟର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ରିପୋର୍ଟରେ ଦର୍ଶାଯାଇଛି ଯେ, ମସ୍କ ଟ୍ୱିଟର କିଣିବା ପରଠାରୁ କମ୍ପାନୀ କ୍ଷତିରେ ଚାଲୁଛି । ଫଳରେ କମ୍ପାନା ଛଟେଇ କରୁଛି । ଏହା ବ୍ୟତୀତ ଅନେକ କର୍ମଚାରୀ କମ୍ପାନୀର ପଲିସି ଓ ଆଚରଣରେ କ୍ଷୁବ୍ଧ ହୋଇ ନିଜେ ଚାକିରି ଛାଡ଼ିଦେଇଛନ୍ତି ।

ଏଥି ସହିତ, ଟ୍ୱିଟର ବ୍ଲୁ ସବସ୍କ୍ରିପସନ୍ ଆରମ୍ଭ କରିଛି । ଏହା ଅଧୀନରେ ବ୍ୟବହାରକାରୀଙ୍କଠାରୁ ଟଙ୍କା ନେଇ ବ୍ଲୁ ଟିକ୍ ଦିଆଯାଉଛି । ଏହା ଆରମ୍ଭ ହେବା ମାତ୍ରେ ବିବାଦ ଦେଖାଦେଇଥିଲା । ଏପରିକି କିଛି ନକଲି ଆକାଉଣ୍ଟ୍ କୁ ବ୍ଲୁ ଟିକ୍ ମିଳିଥିଲା । ତେବେ, ମସ୍କ ପରେ ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରି ଏହାକୁ କିଛି ଦିନ ପାଇଁ ରୋକ ଲଗାଇଛନ୍ତି ।
ଏକ ରିପୋର୍ଟ ଅନୁଯାୟୀ, ଚତୁର୍ଥ ତ୍ରୟମାସିକ ରେ ଟ୍ୱିଟରର ଆୟ ପ୍ରାୟ 35% ହ୍ରାସ ହୋଇ 1.025 ବିଲିୟନ ଡ଼ଲାରରେ ପହଞ୍ଚିଛି । ଏହି କାରଣରୁ ଏଲୋନ୍ ମସ୍କ ବହୁତ ବିବ୍ରତ ଅଛନ୍ତି । ବିଶେଷଜ୍ଞମାନେ ଦାବି କରୁଛନ୍ତି ଯେ ଯଦି ମସ୍କ ଶୀଘ୍ର କୌଣସି ଠୋସ୍ ପଦକ୍ଷେପ ନ ନିଅନ୍ତି, ତେବେ ଟ୍ୱିଟର ଚଳାଇବା ବହୁତ କଷ୍ଟକର ହୋଇଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+