For Quick Alerts
Turn On Notification  
For Daily Alerts
Oneindia App Download

ଟ୍ୱିଟର କର୍ମୀଚାରୀଙ୍କ ପାଇଁ ଦୁଃଖଦ ଖବର, ପୁଣି ଛଟେଇ କରିବାକୁ ତାଲିକା ପ୍ରସ୍ତୁତ କରୁଛି କମ୍ପାନୀ

ଟ୍ୱିଟର ଇଙ୍କ୍ 50 କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି । ଏହା ପରେ ମୋଟ କର୍ମଚାରୀଙ୍କ ସଂଖ୍ୟା 2000 ରୁ କମ୍ ହେବ । କିନ୍ତୁ ଏହି ମାମଲାରେ ଟ୍ୱିଟର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

|
elon musk

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟର ସାମ୍ନା କରୁଥିବା ଟେକ୍ କମ୍ପାନୀ ଏବଂ ସୋଶାଲ ନେଟୱର୍କିଂ କମ୍ପାନୀ କର୍ମଚାରୀ ସଂଖ୍ୟା ହ୍ରାସ କରିବାରେ ଲାଗିଛନ୍ତି । ଆମାଜନ, ମାଇକ୍ରୋସଫ୍ଟ ଭଳି ବଡ଼ ବଡ଼ କମ୍ପାନୀ କଷ୍ଟ କଟିଂ ପାଇଁ କର୍ମଚାରୀ ଛଟେଇ କରୁଛନ୍ତି । ଏଥିରୁ ବାଦ୍ ପଡ଼ିନି ସୋଶାଲ ନେଟୱର୍କିଂ ସାଇଟ୍ ଟ୍ୱିଟର୍ । ଏଲନ୍ ମସ୍କଙ୍କ ହାତକୁ ଟ୍ୱିଟରର ମାଲିକାନା ଆସିବା ପର ଠାରୁ କମ୍ପାନୀ କ୍ଷତିରେ ଚାଲିଛି । ଏପରିକି ଅନେକ ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଛି । ଏହା ପୂର୍ବରୁ ଟ୍ୱିଟର ଏହାର 50 ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିଥିଲା । ବର୍ତ୍ତମାନ ପୁଣି ଛଟେଇ କରିବା ନେଇ କମ୍ପାନୀ ତାଲିକା ପ୍ରସ୍ତୁତ କରୁଥିବା କୁହାଯାଉଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ଟ୍ୱିଟର ଇଙ୍କ୍ 50 କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି । ଏହା ପରେ ମୋଟ କର୍ମଚାରୀଙ୍କ ସଂଖ୍ୟା 2000 ରୁ କମ୍ ହେବ । କିନ୍ତୁ ଏହି ମାମଲାରେ ଟ୍ୱିଟର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ରିପୋର୍ଟରେ ଦର୍ଶାଯାଇଛି ଯେ, ମସ୍କ ଟ୍ୱିଟର କିଣିବା ପରଠାରୁ କମ୍ପାନୀ କ୍ଷତିରେ ଚାଲୁଛି । ଫଳରେ କମ୍ପାନା ଛଟେଇ କରୁଛି । ଏହା ବ୍ୟତୀତ ଅନେକ କର୍ମଚାରୀ କମ୍ପାନୀର ପଲିସି ଓ ଆଚରଣରେ କ୍ଷୁବ୍ଧ ହୋଇ ନିଜେ ଚାକିରି ଛାଡ଼ିଦେଇଛନ୍ତି ।

ଏଥି ସହିତ, ଟ୍ୱିଟର ବ୍ଲୁ ସବସ୍କ୍ରିପସନ୍ ଆରମ୍ଭ କରିଛି । ଏହା ଅଧୀନରେ ବ୍ୟବହାରକାରୀଙ୍କଠାରୁ ଟଙ୍କା ନେଇ ବ୍ଲୁ ଟିକ୍ ଦିଆଯାଉଛି । ଏହା ଆରମ୍ଭ ହେବା ମାତ୍ରେ ବିବାଦ ଦେଖାଦେଇଥିଲା । ଏପରିକି କିଛି ନକଲି ଆକାଉଣ୍ଟ୍ କୁ ବ୍ଲୁ ଟିକ୍ ମିଳିଥିଲା । ତେବେ, ମସ୍କ ପରେ ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରି ଏହାକୁ କିଛି ଦିନ ପାଇଁ ରୋକ ଲଗାଇଛନ୍ତି ।
ଏକ ରିପୋର୍ଟ ଅନୁଯାୟୀ, ଚତୁର୍ଥ ତ୍ରୟମାସିକ ରେ ଟ୍ୱିଟରର ଆୟ ପ୍ରାୟ 35% ହ୍ରାସ ହୋଇ 1.025 ବିଲିୟନ ଡ଼ଲାରରେ ପହଞ୍ଚିଛି । ଏହି କାରଣରୁ ଏଲୋନ୍ ମସ୍କ ବହୁତ ବିବ୍ରତ ଅଛନ୍ତି । ବିଶେଷଜ୍ଞମାନେ ଦାବି କରୁଛନ୍ତି ଯେ ଯଦି ମସ୍କ ଶୀଘ୍ର କୌଣସି ଠୋସ୍ ପଦକ୍ଷେପ ନ ନିଅନ୍ତି, ତେବେ ଟ୍ୱିଟର ଚଳାଇବା ବହୁତ କଷ୍ଟକର ହୋଇଯିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Twitter Is Planning TO Lay Off 50 Percent Employees
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X