ନୂତନ ଆଇଟି ଆଇନ ଉପରେ ଟ୍ୱିଟରର ଉତ୍ତର- ଆମେ ଆମର ନୀତି ଅନୁସରଣ କରିବୁ

ନୂତନ ଆଇଟି ଆଇନ ଉପରେ ଟ୍ୱିଟରର ଉତ୍ତର ଦେଇଛି । ଆମେ ଆମର ନୀତି ଅନୁସରଣ କରିବୁ କହିଛି ଟ୍ୱିଟର ।

ନୂଆଦିଲ୍ଲୀ : ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ସହ ଜଡିତ ପ୍ରସଙ୍ଗରେ ଆଜି ଦିଲ୍ଲୀରେ ସଂସଦୀୟ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଛି । ସଂସଦ ଗୃହରେ ଅନୁଷ୍ଠିତ ବୈଠକରେ କମିଟି ଟ୍ୱିଟରର ପ୍ରତିନିଧୀଙ୍କୁ ଡକାଇଛି । ନୂତନ ନିୟମ ବିଷୟରେ ଟ୍ୱିଟର ପ୍ରତିନିଧୀଙ୍କୁ ପଚରାଯାଇଥିଲା, ଯେଉଁଥିରେ ଟ୍ୱିଟର ଜିଦଖୋର ମନୋଭାବ ଗ୍ରହଣ କରିଛି । ସେ ନିଜ ନୀତି ବାହାରେ ନଯାଇ ନିଜ ନୀତି ଅନୁସରଣ କରିବାକୁ କହିଛି । ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସହିତ ସଂଲଗ୍ନ ହୋଇଥିବା ଏହି କମିଟିର ନେତୃତ୍ୱ ନେଉଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର । ସୂଚନାନୁସାରେ, ବୈଠକରେ ସଂସଦୀୟ କମିଟି ଦ୍ୱାରା ନୂତନ ଆଇନର କାର୍ଯ୍ୟକାରିତା ସମ୍ବନ୍ଧୀୟ ପ୍ରଶ୍ନ ଉପରେ ଟ୍ୱିଟର ପ୍ରତିନିଧୀ କହିଛନ୍ତି ଯେ ଆମେ କେବଳ ଆମ ଦ୍ୱାରା ପ୍ରସ୍ତୁତ ନୀତି ଅନୁସରଣ କରୁଛୁ ।

ଟ୍ୱିଟର

ଏହୀକୁ ନେଇ ସଂସଦୀୟ କମିଟିର ସଦସ୍ୟମାନେ ଉପସ୍ଥିତ ଥିବା ଟ୍ୱିଟରର ପ୍ରତିନିଧୀଙ୍କୁ କହିଥିଲେ ଯେ ଆପଣଙ୍କୁ ଟ୍ୱିଟର ଇଣ୍ଡିଆରେ କିପରି ସ୍ଥାନିତ କରାଯାଇଛି ଏବଂ ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ନେବାକୁ ଆପଣଙ୍କ ନିକଟରେ କେଉଁ କାର୍ଯ୍ୟକାରୀ ଅଧିକାର ଅଛି ତାହା ଉପରେ ଏକ ଲିଖିତ ଉତ୍ତର ଦିଅନ୍ତି । ଯଦି ଆପଣ ଆପଣଙ୍କର ଗୋପନୀୟତା ନୀତି ଉଲ୍ଲେଖ କରୁଛନ୍ତି, ତେବେ ଏହା ଦେଶର ନିୟମଠାରୁ କଣ ଅଧିକ ବୋଲି କମିଟି ଟ୍ୱିଟର ଇଣ୍ଡିଆର ପ୍ରତିନିଧୀଙ୍କୁ ପ୍ରଶ୍ନ କରିଛନ୍ତି ।
ସୂଚନା ଅନୁଯାୟୀ, ଆଜିର ବୈଠକର ଏଜେଣ୍ଡାରେ ନାଗରିକଙ୍କ ଅଧିକାରକୁ ନେଇ ଟ୍ୱିଟରର ପ୍ରତିନିଧୀଙ୍କ କଥା କମିଟି ଶୁଣିଛନ୍ତି । ଟ୍ୱିଟରର ଅପବ୍ୟବହାର ଏବଂ ଡିଜିଟାଲ କ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ଉପରେ ମଧ୍ୟ ଆଲୋଚନା ହୋଇଛି ।
ଗତ କିଛି ଦିନ ହେବ ଟ୍ୱିଟର ଏବଂ ସରକାରଙ୍କ ମଧ୍ୟରେ କେନ୍ଦ୍ରର ନୂତନ ଆଇଟି ନିୟମକୁ ନେଇ ବିବାଦ ଲାଗି ରହିଛି । ଟ୍ୱିଟର ସମସ୍ତ ନୂତନ ନିୟମ ପାଳନ କରିବାରେ ଅକ୍ଷମତା ପ୍ରକାଶ କରୁଥିବାବେଳେ ଏହି ନିୟମ ପାଳନ କରିବାକୁ ପଡିବ ବୋଲି କେନ୍ଦ୍ର କହିଛି । ଟ୍ୱିଟରର ମଧ୍ୟସ୍ଥି ସ୍ଥିତିକୁ ମଧ୍ୟ କେନ୍ଦ୍ର ରଦ୍ଦ କରିଦେଇଛି । ଏହା ସହିତ କମ୍ପାନୀକୁ ଭାରତୀୟ ନିୟମର ସୀମା ମଧ୍ୟରେ ମଧ୍ୟ ଅଣାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+