ଅଧିକ ଆୟକର ଦେଉଥିବା ପ୍ରଥମ 10ଟି ଦେଶର ତାଲିକା, ଜାଣନ୍ତୁ ଭାରତର ସ୍ଥାନ କେତେ ନମ୍ବର

ବିଶେଷଜ୍ଞମାନଙ୍କ ମତ ଅନୁସାରେ ଦେଶକୁ ଅଭିବୃଦ୍ଧି ଟ୍ରାକକୁ ଫେରାଇ ଆଣିବା ପାଇଁ ବଜେଟରେ ଅନେକ ବଡ ଘୋଷଣା କରାଯାଇଛି । କିନ୍ତୁ ଟିକସ ଦୃଷ୍ଟିରୁ ସରକାର କୌଣସି ରିହାତି ଦେଇନାହାଁନ୍ତି ।

ନୂଆଦିଲ୍ଲୀ : ଫେବୃଆରୀ 1 ତାରିଖରେ ଭାରତର ସାଧାରଣ ବଜେଟ୍ ଉପସ୍ଥାପନ କରାଯାଇଛି । ବିଶେଷଜ୍ଞମାନଙ୍କ ମତ ଅନୁସାରେ ଦେଶକୁ ଅଭିବୃଦ୍ଧି ଟ୍ରାକକୁ ଫେରାଇ ଆଣିବା ପାଇଁ ବଜେଟରେ ଅନେକ ବଡ ଘୋଷଣା କରାଯାଇଛି । କିନ୍ତୁ ଟିକସ ଦୃଷ୍ଟିରୁ ସରକାର କୌଣସି ରିହାତି ଦେଇନାହାଁନ୍ତି । ବରଂ ଟିକସଯୋଗ୍ୟ ଆୟରେ PF ଅବଦାନ ଉପରେ 2.5 ଲକ୍ଷରୁ ଅଧିକ ସୁଧ ଆୟ ଅନ୍ତର୍ଭୁକ୍ତ କରି ସାଧାରଣ ଲୋକଙ୍କୁ ଏକ ଝଟକା ଦିଆଯାଇଛି । କିନ୍ତୁ ଆପଣ ଜାଣନ୍ତି କି ସମଗ୍ର ବିଶ୍ୱରେ କେଉଁ ଦେଶରେ ସର୍ବାଧିକ ଟ୍ୟାକ୍ସ ଆଦାୟ ହୋଇଥାଏ ? ଜାଣନ୍ତୁ ଶ୍ରେଷ୍ଠ ୧୦ଟି ଦେଶର ତାଲିକା ଯାହାକି ଟ୍ୟାକ୍ସରୁ ଅଧିକ ରୋଜଗାର କରିଥାଏ, ଏବଂ ଭାରତର ସ୍ଥାନ କେଉଁଠି ।

Income-Tax

ଏକ ନମ୍ବରରେ ରହିଛି ସ୍ୱିଡେନ୍

ଜନସାଧାରଣଙ୍କ ଠାରୁ ଟିକସ ଆଦାୟ ଦୃଷ୍ଟିରୁ ସ୍ୱିଡେନ ଏକ ନମ୍ବର ସ୍ଥାନରେ ରହିଛି । ଏଠାରେ ଅଧିର ଆୟ କରୁଥିବା ଲୋକଙ୍କ ଆୟ ଉପରେ 57% ଟିକସ ଆଦାୟ କରାଯାଏ । କିନ୍ତୁ ଏହାର ପ୍ରତିବଦଳରେ ଏହି ଦେଶର ସରକାର ନାଗରିକମାନଙ୍କୁ ଉତ୍କୃଷ୍ଟ ସୁବିଧା ଯୋଗାଇଥାଏ । ନାଗରିକମାନଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାରେ ସ୍ୱିଡେନ ମଧ୍ୟ ସବୁଠାରୁ ଆଗରେ ରହିଛି ।

ଦ୍ୱିତୀୟ ରହିଛି ଜାପାନ

ଜାପାନରେ ମଧ୍ୟ ଲୋକଙ୍କୁ ବହୁମାତ୍ରାରେ ଟିକସ ଆଦାୟ କରାଯାଏ । ଏଠାରେ ଅଧିକ ଆୟ କରୁଥିବା ଲୋକଙ୍କଠାରୁ 55.95 ପ୍ରତିଶତ ଟିକସ ଆଦାୟ କରାଯାଏ । ବିଶ୍ୱର ଅନେକ ବଡ ଦେଶ ଅପେକ୍ଷା ଜାପାନ କ୍ଷେତ୍ରଫଳରେ ବହୁତ ଛୋଟ । କିନ୍ତୁ ବିକାଶ କ୍ଷେତ୍ରରେ ଏହି ଦେଶ ବହୁତ ଆଗରେ ଅଛି ।

ତୃତୀୟ ସ୍ଥାନରେ ରହିଛି ଅଷ୍ଟ୍ରିଆ

ଟିକସ୍ ଆଦାୟ ତାଲିକାରେ ତୃତୀୟ ସ୍ଥାନରେ ରହିଛି ୟୁରୋପୀୟ ଦେଶ ଅଷ୍ଟ୍ରିଆ । ବିଳାସପୂର୍ଣ୍ଣ ସାମଗ୍ରୀ ପାଇଁ ଅଷ୍ଟ୍ରିଆ ପ୍ରସିଦ୍ଧ । ଏଠାରେ ଉଚ୍ଚ ଆୟକାରୀ ଲୋକଙ୍କୁ 55% ଟିକସ ଦେବାକୁ ପଡିଥାଏ । ଅଷ୍ଟ୍ରିଆରେ ବହୁଳ ସଂଖ୍ୟାରେ ଗାଡ଼ି ନିର୍ମାଣ କରାଯାଇଥାଏ । ମେକାନିକାଲ୍ ଇଞ୍ଜିନିୟରିଂ କ୍ଷେତ୍ରରେ ଏହି ଦେଶ ବହୁ ଆଗରେ ।

ନେଦରଲ୍ୟାଣ୍ଡ

ଦେଶର ନାଗରିକଙ୍କ ଠାରୁ ଟିକସ୍ ଆଦାୟ କ୍ଷେତ୍ରରେ ଚତୁର୍ଥ ସ୍ଥାନରେ ରହିଛି ନେଦରଲ୍ୟାଣ୍ଡ । ତୈଳ ଏବଂ ପ୍ରାକୃତିକ ଗ୍ୟାସ, ବୈଷୟିକ କ୍ଷେତ୍ର ଏବଂ ରାସାୟନିକ ଇତ୍ୟାଦି ପାଇଁ ଏହି ଦେଶ ବେଶ୍ ପ୍ରସିଦ୍ଧ । ଏଠାରେ ଉଚ୍ଚ ଆୟକାରୀ ଲୋକଙ୍କୁ 51.75% ଟିକସ ଦେବାକୁ ପଡିଥାଏ ।

ବେଲଜିୟମ

ସର୍ବାଧିକ ଟିକସ ସଂଗ୍ରହ କରୁଥିବା ଦେଶ ତାଲିକାରେ ବେଲଜିୟମ ପଞ୍ଚମ ସ୍ଥାନରେ ରହିଛି । ଏହା ମଧ୍ୟ ଏକ ୟୁରୋପୀୟ ଦେଶ । ଏଠାରେ ଅଧିକ ଆୟ ଥିବା ଲୋକ ଆୟର 50% ଟିକସ ଦେଇଥାନ୍ତି । ଇସ୍ପାତ, ବସ୍ତ୍ର, ରାସାୟନିକ ପଦାର୍ଥ ଏବଂ କାଚ ଆଦି କ୍ଷେତ୍ରରେ ବେଲଜିୟମ୍ ସର୍ବାଧିକ ରୋଜଗାର କରିଥାଏ ।

ଆୟରଲାଣ୍ଡ

ଧନୀ ଦେଶ ମାନଙ୍କ ମଧ୍ୟରେ ଆୟରଲାଣ୍ଡ ମଧ୍ୟ ତାଲିକାରେ ରହିଛି । ଏଠାରେ ଅଧିକ ରୋଜଗାର କରୁଥିବା ଲୋକଙ୍କ ଠାରୁ ସରକାର 48% ଟିକସ ଆଦାୟ କରିଥାନ୍ତି । ଫାର୍ମାସ୍ୟୁଟିକାଲ୍ସ ଏବଂ କମ୍ପ୍ୟୁଟର ହାର୍ଡୱେର୍ ସଫ୍ଟୱେର୍ ପାଇଁ ଏହି ଦେଶ ବେଶ୍ ପ୍ରସିଦ୍ଧ ।

ଅଷ୍ଟ୍ରେଲିଆ

ଉଚ୍ଚ ଆୟ ବର୍ଗରେ ଥିବା ଅଷ୍ଟ୍ରେଲୀୟମାନଙ୍କୁ ସେମାନଙ୍କର ଆୟର 45% ଆୟକର ଭାବରେ ଦେବାକୁ ପଡିଥାଏ । ନିର୍ମାଣ ଏବଂ ସ୍ୱାସ୍ଥ୍ୟସେବା ବ୍ୟତୀତ ଏହି ଦେଶ ଖଣି କ୍ଷେତ୍ର ପାଇଁ ପ୍ରସିଦ୍ଧ ।

ଚୀନ୍

ଚାଇନାରେ ମଧ୍ୟ ଲୋକଙ୍କୁ ଉଚ୍ଚ ଆୟ ଉପରେ 45% ଆୟକର ଦେବାକୁ ପଡିଥାଏ । ଟେକ୍ନୋଲୋଜି, ଖଣି ଏବଂ ଉତ୍ପାଦନରେ ଚୀନ୍ ବହୁତ ଆଗରେ ରହିଛି ।

ଏହି ଉଭୟ ଦେଶରେ ମଧ୍ୟ 45% ଟ୍ୟାକ୍ସ

ଚୀନ୍ ଏବଂ ଅଷ୍ଟ୍ରେଲିଆ ପରି, ଫ୍ରାନ୍ସ ଏବଂ ଜର୍ମାନୀ ଉଭୟ ୟୁରୋପୀୟ ଦେଶ, ଲୋକଙ୍କ ଆୟ ଉପରେ 45% ଟିକସ ଲାଗୁ କରିଥାଏ । ଅଟୋ, ଅସ୍ତ୍ରଶସ୍ତ୍ର ଏବଂ ବୟନ କ୍ଷେତ୍ରରେ ଫ୍ରାନ୍ସ ଏକ ପ୍ରମୁଖ ଥିବାବେଳେ ଯନ୍ତ୍ରପାତି, ବିମାନ ଶିଳ୍ପ ଏବଂ ଇଞ୍ଜିନିୟରିଂରେ ଜର୍ମାନୀ ଉଚ୍ଚ ଆୟ କରିଥାଏ ।

କଣ ରହିଛି ଭାରତରେ ଟ୍ୟାକ୍ସ ବ୍ୟବସ୍ଥା

ଭାରତରେ ସର୍ବାଧିକ ଟ୍ୟାକ୍ସ ରହିଛି 42.74 ପ୍ରତିଶତ । 5କୋଟିରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କୁ ସର୍ବାଧିକ 42.74ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିଥାଏ । କିନ୍ତୁ ବିଶ୍ୱର ଅନ୍ୟ ଦେଶ ଭଳି ଅଧିକ ଟ୍ୟାକ୍ସ ବା ଆୟକର ଦେଉଥିବା ପ୍ରଥମ ଟି ଦେଶ ତାଲିକା ମଧ୍ୟରେ ଭାରତର ସ୍ଥାନ ନାହିଁ । ଅର୍ଥାତ୍ ଅନ୍ୟ ଦେଶ ତୁଳନାରେ ଭାରତର ଆୟକର କମ୍ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+