2021ରେ ରୋଜଗାର ପାଇବା ପାଇଁ ଭଲ ରହିବ ଏହି 10ଟି ସେୟାର ; ହୋଇପାରେ ଭଲ ଲାଭ
ମାର୍କେଟ୍ ଉଚ୍ଚ ଥାଉ ଅବା ନିମ୍ନ ବିଶେଷଜ୍ଞମାନେ ସର୍ବଦା ଷ୍ଟକରେ ବିନିଯୋଗ କରିବାକୁ ପରାମର୍ଶ ଦିଅନ୍ତି | ଯେଉଁ କମ୍ପାନୀର ସେୟାରରେ ବିନିଯୋଗ କରିବାର ଅଭିବୃଦ୍ଧି ସମ୍ଭାବନା ଅଛି ସେଠାରେ ବିନିଯୋଗ କରିବା ଫାଇଦା ହୋଇପାରେ |
New Year 2021 : ନୂଆଦିଲ୍ଲୀ : ଭାରତୀୟ ଷ୍ଟକ୍ ମାର୍କେଟ୍ କରୋନା ମହାମାରୀ ଏବଂ ଲକଡାଉନ ଯୋଗୁଁ ବିଶେଷ ଭାବେ ପ୍ରଭାବିତ ହୋଇଛି | ମାର୍ଚ୍ଚମାସର ଶେଷ ଦିନରେ ଷ୍ଟକ୍ ମାର୍କେଟରେ ହ୍ରାସ ହୋଇଥିଲା | ଅବଶ୍ୟ, ଏହା ପରେ ଧୀରେ ଧୀରେ ପୁନରୁଦ୍ଧାର ହେଲା ଏବଂ ତା'ପରେ ସେନ୍ସେକ୍ସ ଏବଂ ନିଫ୍ଟି ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଲା | ଏହି ସମୟରେ ମଧ୍ୟ ବଜାର ବହୁତ ଭଲ ରହିଛି | ଏପରି ପରିସ୍ଥିତିରେ, ନିବେଶକଙ୍କ ମନରେ ପ୍ରଶ୍ନ ଆସିପାରେ ଯେ ସେମାନେ ବର୍ତ୍ତମାନ ସେୟାରରେ ବିନିଯୋଗ କରିବା ଉଚିତ୍ କି ? ମାର୍କେଟ୍ ଉଚ୍ଚ ଥାଉ ଅବା ନିମ୍ନ ବିଶେଷଜ୍ଞମାନେ ସର୍ବଦା ଷ୍ଟକରେ ବିନିଯୋଗ କରିବାକୁ ପରାମର୍ଶ ଦିଅନ୍ତି | ଯେଉଁ କମ୍ପାନୀର ସେୟାରରେ ବିନିଯୋଗ କରିବାର ଅଭିବୃଦ୍ଧି ସମ୍ଭାବନା ଅଛି ସେଠାରେ ବିନିଯୋଗ କରିବା ଫାଇଦା ହୋଇପାରେ | HDFC ସିକ୍ୟୁରିଟିର ବିଶ୍ଳେଷକମାନଙ୍କ ଅନୁସାରେ ଏପରି ଅନେକ ସେୟାର ଅଛି ଯେଉଁଥିରେ 2021 ରେ ବିନିଯୋଗ କରି ଲାଭବାନ ହୋଇପାରିବେ |

ବନ୍ଧନ ବ୍ୟାଙ୍କ
ବନ୍ଧନ ବ୍ୟାଙ୍କ ହେଉଛି ଭାରତର ସର୍ବବୃହତ MFI (ମାଇକ୍ରୋ ଫାଇନାନ୍ସ ଇନଷ୍ଟିଚ୍ୟୁସନ୍) କମ୍ପାନୀ ଯାହାର 20% ରୁ ଅଧିକ ଭାରତ ବଜାର ସେୟାର ରହିଛି | ସେହିପରି ପୂର୍ବ ଏବଂ ଉତ୍ତର-ପୂର୍ବରେ ଏହାର ବଜାର ଅଂଶ 50 ପ୍ରତିଶତରୁ ଅଧିକ | ଏହାର ବାଲାନ୍ସ ସିଟ୍ / ରୋଜଗାରକୁ କ୍ରମାଗତ ଭାବରେ ବୃଦ୍ଧି କରିବା ଦିଗରେ ଏହାର ଭଲ ଟ୍ରାକ୍ ରେକର୍ଡ ଅଛି | ବନ୍ଧନ ବ୍ୟାଙ୍କ ପୁଞ୍ଜି ବିନିଯୋଗ ପାଇଁ ଏକ ଭଲ ଷ୍ଟକ୍ ହୋଇପାରେ |
ବିର୍ଲା କର୍ପୋରେସନ୍
ଭାରତୀୟ ସିମେଣ୍ଟ ଶିଳ୍ପରେ ଏହାର ବଜାର ଅଂଶ 4.2 ପ୍ରତିଶତ ରହିଛି | କମ୍ପାନୀର ଲକ୍ଷ୍ୟ ହେଉଛି ଏହାର ବିଦ୍ୟମାନ 15.6 MTPA (ବାର୍ଷିକ ମିଲିୟନ୍ ଟନ୍) କ୍ଷମତାକୁ 2025 ସୁଦ୍ଧା 25 MTPA କୁ ବୃଦ୍ଧି କରିବା, ଅର୍ଥାତ୍ ଭବିଷ୍ୟତରେ ଏହାର ଅଭିବୃଦ୍ଧି ଜାରି ରହିପାରେ |
ଗେଲ୍ (GAIL)
GAIL ପେଟ୍ରୋକେମିକାଲ୍ସ, ସ୍ପେସିଆଲିଟି ରାସାୟନିକ ପଦାର୍ଥ ଏବଂ ନବୀକରଣ ଯୋଗ୍ୟ ସାମଗ୍ରୀକୁ ବିସ୍ତାର କରିବାକୁ ଯୋଜନା କରିଛି | ଏହା ବ୍ୟତୀତ ଜାତୀୟ ଗ୍ୟାସ ପାଇପଲାଇନ ଗ୍ରୀଡ୍ ଏବଂ ସହରରେ ଗ୍ୟାସ ବିତରଣ ନେଟୱାର୍କକୁ ବିସ୍ତାର କରିବା ପାଇଁ ଆସନ୍ତା ପାଞ୍ଚ ବର୍ଷ ପାଇଁ 45,000 କୋଟିରୁ ଅଧିକ ଟଙ୍କା ବିନିଯୋଗ କରିବାକୁ ଯୋଜନା କରିଛି |

HPCL
HPCL ଭିତ୍ତିଭୂମି ନିର୍ମାଣ ଏବଂ ବିକାଶ ପାଇଁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ 60,000 କୋଟିରୁ ଅଧିକ ଟଙ୍କା ବିନିଯୋଗ କରିବାକୁ ଯୋଜନା କରିଛି | ଯେଉଁଥିରେ ଏହାର ବିଶୋଧନାଗାରରେ କ୍ଷମତା ସମ୍ପ୍ରସାରଣ, ପାଇପଲାଇନ ନେଟୱାର୍କର ସମ୍ପ୍ରସାରଣ ଏବଂ ନୂତନ ପାଇପଲାଇନ ସ୍ଥାପନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ରହିଛି |
ହିନ୍ଦୁସ୍ତାନ ୟୁନିଲିଭର
ହିନ୍ଦୁସ୍ତାନ ୟୁନିଲିଭର ଅନେକ FMCG ବର୍ଗରେ ବଜାର ଅଗ୍ରଣୀ ଏବଂ ଏହାର 70 ଲକ୍ଷରୁ ଅଧିକ ଆଉଟଲେଟ୍ ଅଛି | ଏହା ଏକ ଋଣମୁକ୍ତ କମ୍ପାନୀ | ଆର୍ଥିକ ବର୍ଷ 2019-20 ସୁଦ୍ଧା କମ୍ପାନୀ ନିକଟରେ ନଗଦ 5113 କୋଟି ଟଙ୍କା ରହିଛି | ଏହା ବ୍ୟତୀତ କମ୍ପାନୀ ଜିଏସକେର ଗ୍ରାହକ ବ୍ୟବସାୟକୁ ମଧ୍ୟ ମଧ୍ୟ କିଣିଛି |
ଇନଫୋସିସ୍
ଆର୍ଥିକ ବର୍ଷ 2020-21 ର ଦ୍ୱିତୀୟ ତ୍ରୟମାସରେ ଇନଫୋସିସ୍ ଏକ ରେକର୍ଡ 3.15 ବିଲିୟନ ଡ଼ଲାର୍ ହାସଲ କରିଛି | ଏହି ସମୟରେ କମ୍ପାନୀ 16 ଟି ପ୍ରମୁଖ କାରବାର କରିଥିଲା | କମ୍ପାନୀର ଆଇଟି ଚୁକ୍ତି କ୍ରମାଗତ ଭାବେ ବୃଦ୍ଧି ପାଉଛି | ଏହି ପରିପ୍ରେକ୍ଷୀରେ, ଇନଫୋସିସ୍ ନିବେଶ ପାଇଁ ଏକ ସ୍ତାନ ହୋଇପାରେ |
NAM ଭାରତ
NAM (ନିପନ୍ ଲାଇଫ୍ ଇଣ୍ଡିଆ ଆସେଟ୍ ମ୍ୟାନେଜମେଣ୍ଟ) ଭାରତର ସବୁଠାରୁ ବଡ ସମ୍ପତ୍ତି ପରିଚାଳନା କମ୍ପାନୀ ମଧ୍ୟରୁ ଅନ୍ୟତମ | ଭାରତୀୟ ନିବେଶକଙ୍କ ମଧ୍ୟରେ ନିପନ୍ ବ୍ରାଣ୍ଡର ଗ୍ରହଣୀୟତା ବୃଦ୍ଧି ପାଉଛି | ଆଗାମୀ ବର୍ଷରେ NAM ଇଣ୍ଡିଆ ଏହାର ଲାଭ ବୃଦ୍ଧି କରିବ ବୋଲି ଆଶା କରାଯାଉଛି |

ONGC
ବର୍ତ୍ତମାନ ସମୟରେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଏବଂ ଏଥିରେ ଆଶା କରାଯାଉଥିବା ବୃଦ୍ଧି ONGC ର ବର୍ତ୍ତମାନର ମୂଲ୍ୟରେ ସମ୍ପୂର୍ଣ୍ଣ ପ୍ରତିଫଳିତ ହୋଇନାହିଁ | ONGC ର ହାରାହାରି କ୍ୟାପେକ୍ସ (ଷ୍ଟାଣ୍ଡାଲୋନ) ବାର୍ଷିକ 30,000 କୋଟିରୁ 32,000 କୋଟି ଟଙ୍କା ମଧ୍ୟରେ ରହିଛି | ଏଥିମଧ୍ୟରୁ ପ୍ରାୟ 23-25% ବିକାଶ କ୍ଷେତ୍ରରେ, 23-25% ଅନୁସନ୍ଧାନ କ୍ଷେତ୍ରରେ, 38-40% ପୁଞ୍ଜି ପ୍ରକଳ୍ପ ଏବଂ 10-12% ସର୍ଭେ, ଅନୁସନ୍ଧାନ ଏବଂ ବିକାଶ, ଏକୀକରଣ ଏବଂ ମିଳିତ ଉଦ୍ୟୋଗରେ ଖର୍ଚ୍ଚ ହୋଇଛି |
SBI
ଏସବିଆଇ ହେଉଛି ଦେଶର ସବୁଠାରୁ ବଡ ବ୍ୟାଙ୍କ | ଏହାର ସମସ୍ତ ବିଭାଗ ଯେଉଁଥିରେ ବୀମା, ସମ୍ପତ୍ତି ପରିଚାଳନା, କ୍ରେଡିଟ୍ କାର୍ଡ ଏବଂ ଅନ୍ୟାନ୍ୟ ସେବା ଅନ୍ତର୍ଭୁକ୍ତ, ବହୁତ ଭଲ କାର୍ଯ୍ୟ କରୁଛି | ଏହା ସହିତ ବ୍ୟାଙ୍କର ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି | ତେଣୁ ଏସବିଆଇ ସେୟାରରେ ବିନିଯୋଗ କରିବା ଭଲ ରହିବ |
ସନ୍ ଫାର୍ମା
ଭାରତୀୟ ବଜାରରେ 8.2% ଅଂଶଧନ ଥିବା ସନ୍ ଫାର୍ମା ହେଉଛି ସର୍ବ ବୃହତ ଭାରତୀୟ ଫାର୍ମା କମ୍ପାନୀ | ଏହା ଅଧିନରେ ଆଇପିଏମ କମ୍ପାନୀର ଶ୍ରେଷ୍ଠ -300 ବ୍ରାଣ୍ଡ ମଧ୍ୟରୁ 31 ଟି ଅଛି | ଘରୋଇ ବଜାରରେ ସିଏନ୍ଏସ୍, କାର୍ଡିଆକ୍, ଅର୍ଥୋପେଡିକ୍, ଚର୍ମ ରୋଗ, ନେଫ୍ରୋଲୋଜି ଏବଂ ୟୁରୋଲୋଜିରେ ଏହାକୁ ଏକ ନମ୍ବର ସ୍ଥାନ ମିଳିଛି | ତେଣୁ ଏହାର ସେୟାର କିଣିବାରେ ଭବିଷ୍ୟତରେ ଲାଭବାନ ହେବାର ସମ୍ଭାବନା ରହିଥିବା ନେଇ ବିଶେଷଜ୍ଞମାନେ ଆଶା କରୁଛନ୍ତି |












Click it and Unblock the Notifications