2021ରେ ଭାରତରେ ଗଡ଼ିବ ଟେସଲାର ଇଲେକ୍ଟ୍ରିକ୍ କାର
ଭାରତରେ ପ୍ରବେଶ କରିବାକୁ ଯାଉଛି ବୈଦ୍ୟୁତିକ କାର କମ୍ପାନୀ ଟେଲସା | 2021ରେ ଟେଲସାର ବିଦ୍ୟୁତ ଚାଳିତ କାର ଭାରତରେ ବିକ୍ରି ହେବା ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ସୂଚନା ଦେଇଛନ୍ତି | ଆସନ୍ତା ବର୍ଷ ଭାରତରେ ଏହାର କାର୍ଯ୍ୟ ଆରମ୍ଭ କରିବ |
ନୂଆଦିଲ୍ଲୀ : ଭାରତରେ ପ୍ରବେଶ କରିବାକୁ ଯାଉଛି ବୈଦ୍ୟୁତିକ କାର କମ୍ପାନୀ ଟେଲସା | 2021ରେ ଟେଲସାର ବିଦ୍ୟୁତ ଚାଳିତ କାର ଭାରତରେ ବିକ୍ରି ହେବା ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ସୂଚନା ଦେଇଛନ୍ତି | ଆସନ୍ତା ବର୍ଷ ଭାରତରେ ଏହାର କାର୍ଯ୍ୟ ଆରମ୍ଭ କରିବ | ଭାରତୀୟ କମ୍ପାନୀ ଏବଂ ଗବେଷକମାନେ ସୋମବାର (28 ଡିସେମ୍ବର) କହିଛନ୍ତି ଯେ ଆମେ ମଧ୍ୟ ବୈଦ୍ୟୁତିକ ଯାନ ବିକଶିତ କରିପାରିବୁ, ଯାହା ଟେକ୍ନୋଲୋଜି ଦୃଷ୍ଟିରୁ ଟେସଲା ସହିତ ସମାନ ହେବ |

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଆଇଡିଆ ଏକ୍ସଚେଞ୍ଜ କାର୍ଯ୍ୟକ୍ରମରେ ଇଣ୍ଡିଆନ ଏକ୍ସପ୍ରେସକୁ କହିଛନ୍ତି ଟେସଲା 2021 ମସିହାର ଆରମ୍ଭରେ ଭାରତରେ କାର୍ଯ୍ୟ ଆରମ୍ଭ କରିବ | ଗତ କିଛି ବର୍ଷ ଧରି ଭାରତରେ ଟେସଲାର ପ୍ରଚଳନ ନେଇ ଆଲୋଚନା ଜାରି ରହିଥିଲା | ଅକ୍ଟୋବର 2020 ରେ, ଏଲୋନ୍ ମସ୍କ ଟ୍ୱିଟ୍ କରିଛନ୍ତି ଯେ ଟେସଲା 2021 ରେ ଭାରତୀୟ ବଜାରରେ ପ୍ରବେଶ କରିବ | ଟେସଲା ଦେଶରେ ଏକ R&D କେନ୍ଦ୍ର ଏବଂ ବ୍ୟାଟେରୀ ଉତ୍ପାଦନ ୟୁନିଟ୍ ଖୋଲିବାକୁ ଯୋଜନା କରିଛି | 2016 ମସିହାରୁ ଟେସଲା ଏହାର ଉତ୍ପାଦକୁ ଭାରତୀୟ ବଜାରକୁ ଆଣିବା ନେଇ ଘୋଷଣା କରିଥିଲା |

ରିପୋର୍ଟ ଅନୁଯାୟୀ, ଜାନୁଆରୀ 2021 ସୁଦ୍ଧା ଟେସଲା ଆନୁଷ୍ଠାନିକ ଭାବେ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି | ଟେସଲା ଏହାର ଇଲେକ୍ଟ୍ରିକ୍ କାର୍ ମଡେଲ୍ -3ର ପ୍ରି-ବୁକିଂ ଆରମ୍ଭ କରିବ ଏବଂ ଜୁନ୍ ଶେଷ କିମ୍ବା 2021-2022ର ପ୍ରଥମ କ୍ୱାର୍ଟରରେ କାର ବିତରଣ ଆରମ୍ଭ କରିବ |
ଟେସଲା ପ୍ରଥମେ କାର ବିକ୍ରି କରିବ ଏବଂ ପରେ ଏହାର ଅପରେସନ କାମ ନେଇ କାର୍ଯ୍ୟକ୍ରମ ଆରମ୍ଭ କରିବ | ବଜାରରେ କାରଗୁଡିକର ଚାହିଦା ଏବଂ ପ୍ରଚଳନକୁ ଦେଖି ଆସେମ୍ବଲି ଏବଂ ଉତ୍ପାଦନ ଯୋଜନା କରିବ | ଏଥିସହିତ ଗଡକରୀ କହିଛନ୍ତି ଯେ ଅନେକ ଛୋଟଛୋଟ କମ୍ପାନୀ ଉତ୍ତରପ୍ରଦେଶ ତଥା ଦେଶର ଅନ୍ୟାନ୍ୟ ଅଞ୍ଚଳରେ ବୈଦ୍ୟୁତିକ ସ୍କୁଟର ଏବଂ ବାଇକ୍ ଉତ୍ପାଦନ ଆରମ୍ଭ କରିଛନ୍ତି | ଲିଥିୟମ୍ ଆୟନ ବ୍ୟାଟେରୀର ଏକ ବିକଳ୍ପ ବାହାର କରିବାକୁ କମ୍ପାନୀମାନେ ଗବେଷଣା କରୁଛନ୍ତି, କାରଣ ଅଧିକାଂଶ ଲିଥିୟମ୍ ଆୟନ ବ୍ୟାଟେରୀ ଚାଇନାରୁ ଆମଦାନୀ କରାଯାଇଥାଏ |












Click it and Unblock the Notifications