ନିର୍ମଳାଙ୍କ 'ବଜେଟ୍' କାର୍ଡ : ବିଧାନସଭା ନିର୍ବାଚନ ହେବାକୁ ଥିବା 5 ରାଜ୍ୟକୁ ଉପହାର

ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ଚାରିଟି ରାଜ୍ୟ ପାଇଁ ଆଜି କେନ୍ଦ୍ର ସରକାରଙ୍କ ବଜେଟ୍ ଅଧିନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ରାଶି ଘୋଷଣା କରିଛନ୍ତି ।

Union Budget 2021-22 : ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ଚାରିଟି ରାଜ୍ୟ ପାଇଁ ଆଜି କେନ୍ଦ୍ର ସରକାରଙ୍କ ବଜେଟ୍ ଅଧିନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ରାଶି ଘୋଷଣା କରିଛନ୍ତି । ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ ଏବଂ ଆସାମ ରାଜ୍ୟ ପାଇଁ ପ୍ରମୁଖ ରାଜପଥ ପ୍ରକଳ୍ପ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ସୂଚନଯୋଗ୍ୟ, ଚଳିତ ବର୍ଷ ଏପ୍ରିଲ-ମେ ମାସରେ ଏହି ଚରୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ ।

Nirmala-Sitharaman

ଘୋଷଣା ହୋଇଥିବା ରାଜପଥ ପ୍ରକଳ୍ପ ମଧ୍ୟରେ ତାମିଲନାଡୁ ପାଇଁ ସର୍ବାଧିକ 1 ଲକ୍ଷ 3ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଛି । ଏହି ପ୍ରକଳ୍ପରେ 3500 କିଲୋମିଟର ରାସ୍ତା ନିର୍ମାଣ କରାଯିବ । ସେହିପରି 1,500 କିଲୋମିଟର ରାସ୍ତା ନିର୍ମାଣ ପାଇଁ କେରଳକୁ 65,000 କୋଟି ଘୋଷଣା କରାଯାଇଛି । ପଶ୍ଚିମବଙ୍ଗରେ 95,000 କୋଟି ଟଙ୍କା ବ୍ୟୟରେ 675 କିଲୋମିଟର ରାସ୍ତା ନିର୍ମାଣ କରିବାକୁ ଘୋଷଣା ହୋଇଥିବାବେଳେ ଏହାର ପଡୋଶୀ ଆସାମରେ 1300 କିଲୋମିଟର ରାସ୍ତା ନିର୍ମାଣ କରାଯିବ ବୋଲି ଘୋଷଣା କରାଯାଇଛି । ଏହି ରାଜପଥ ପ୍ରକଳ୍ପଗୁଡିକ ଆସନ୍ତା ତିନି ବର୍ଷ ମଧ୍ୟରେ ଶେଷ ହେବାର ଯୋଜନା ରହିଛି ।

ଆସନ୍ତା ଆର୍ଥିକ ବର୍ଷରେ 8,500 କିଲୋମିଟର ରାଜପଥ ନିର୍ମାଣ ହେବାକୁ ଥିବାବେଳେ 11,000 କିଲୋମିଟର ଜାତୀୟ ରାଜପଥ କରିଡର କାର୍ଯ୍ୟ ଶେଷ ହେବ ବୋଲି ଅର୍ଥମନ୍ତ୍ରୀ ଆଜିର କେନ୍ଦ୍ରୀୟ ବଜେଟରେ ଘୋଷଣା କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ପ୍ରଥମ ଥର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କାଗଜହୀନ ବଜେଟ୍ ଉପସ୍ଥାପନ କରୁଛନ୍ତି ଏବଂ ସେ ଟାବଲେଟରୁ ବଜେଟ୍ ଭାଷଣ ପଢୁଛନ୍ତି ।

ଆଜିର ବଜେଟ୍ ଉପସ୍ଥାପନ ସମୟରେ ଶିରୋମାନି ଅକାଳୀ ଦଳର ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ହର୍ଷିମରତ କୌର ବାଦଲ, ଆମ୍ ଆଦମୀ ଦଳର ଭାଗଂବତ ମନ ଏବଂ ରାଷ୍ଟ୍ରୀୟ ଲୋକତନ୍ତ୍ର ପାର୍ଟିର ହନୁମାନ ବେନିୱାଲ ଗୃହରେ ତିନୋଟି କୃଷି କାନୁନ ବିରୋଧରେ ପ୍ରଦର୍ଶନ କରିଥିଲେ । ସେମାନେ 'କଳା ନିୟମକୁ ଫେରାଇ ନିଅ' ଲେଖାଥିବା ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+