ଅନଲାଇନରେ ସ୍ୱାସ୍ଥ୍ୟ ବୀମା କିଣୁଛନ୍ତି କି ? ଜାଣନ୍ତୁ କେଉଁ ଦିଗ ପ୍ରତି ଧ୍ୟାନ ଦେବାକୁ ହେବ

କରୋନା ମହାମାରୀ ପରେ ବିଶେଷଜ୍ଞମାନେ ପରାମର୍ଶ ଅନୁସାରେ ସଞ୍ଚୟ ଆରମ୍ଭ କରିବା ପୂର୍ବରୁ ମଧ୍ୟ ନିଜ ପାଇଁ ଏବଂ ପରିବାର ସଦସ୍ୟଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା କିଣିବା ଉଚିତ୍ ।

ସାଧାରଣତଃ ଅଧିକାଂଶ ଲୋକ ଆର୍ଥିକ ଜରୁରୀକାଳୀନ ପରିସ୍ଥିତିକୁ ଅପେକ୍ଷା କରନ୍ତି ଏବଂ ତାପରେ ଏକ ବୀମା ଚୟନ କରନ୍ତି । କିନ୍ତୁ ବୀମା ଚୟନର ଏହା ସଠିକ୍ ଉପାୟ ନୁହେଁ । କରୋନା ମହାମାରୀ ପରେ ବିଶେଷଜ୍ଞମାନେ ପରାମର୍ଶ ଅନୁସାରେ ସଞ୍ଚୟ ଆରମ୍ଭ କରିବା ପୂର୍ବରୁ ମଧ୍ୟ ନିଜ ପାଇଁ ଏବଂ ପରିବାର ସଦସ୍ୟଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା କିଣିବା ଉଚିତ୍ ।

ଅବଶ୍ୟ, କରୋନାଭାଇରସ୍ ବିସ୍ତାର ପରେ, ଯଦିଓ ସ୍ୱାସ୍ଥ୍ୟ ବୀମା ପଲିସି କ୍ରୟରେ ଏକ ମହତ୍ତ୍ୱପୂର୍ଣ୍ଣ ବୃଦ୍ଧି ଘଟିଛି । ଉଭୟ ନିୟମିତ ସ୍ୱାସ୍ଥ୍ୟ ବୀମା ଯୋଜନା ଏବଂ COVID-19 ପାଇଁ ସ୍ୱତନ୍ତ୍ର କଭର କିଣିବା ସମୟରେ ଧ୍ୟାନ ଦେବା ଆବଶ୍ୟକ ।

Insurance

ଉଦାହରଣ ସ୍ୱରୂପ, ଯଦି ପଲିସିଧାରୀଙ୍କ ଉରରେ ଅନ୍ୟ ବ୍ୟକ୍ତି ନିର୍ଭର କରୁଥିବା ବ୍ୟକ୍ତିଥାନ୍ତି, ତେବେ ସେ କେବଳ ନିଜ ପାଇଁ ନୁହେଁ ବରଂ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଯୋଜନା କରିବା ଉଚିତ୍ । ଏହା ସହିତ, ପଲିସିଧାରୀ ମଧ୍ୟ ପ୍ରଦାନ କରାଯାଇଥିବା ପ୍ରିମିୟମ ଉପରେ ଟିକସ ସୁବିଧା ଉପଭୋଗ କରି ପାରିବେ ।

ସ୍ୱାସ୍ଥ୍ୟ ବୀମା ପଲିସି ବିନା, ଡାକ୍ତରଖାନାରେ ଭର୍ତ୍ତି ହେବା ସମୟରେ ବ୍ୟକ୍ତିବିଶେଷଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ପୂରଣ କରିବା କଷ୍ଟସାଧ୍ୟ ହୋଇପାରେ । ସ୍ୱାସ୍ଥ୍ୟ ବୀମାଧାରୀଙ୍କ ପାଇଁ ଟିକସ ସଞ୍ଚୟ ପାଇଁ ଅତିରିକ୍ତ ଲାଭ ମିଳିପାରେ ।

ଯଦି ଆପଣଙ୍କର ଏ ସମ୍ପର୍କରେ ଏତେ ଜ୍ଞାନ ନାହିଁ କିମ୍ବା ଏ କ୍ଷେତ୍ରରେ ନୂଆ, ତେବେ ଆପଣ ଏହି ସ୍ୱାସ୍ଥ୍ୟ ବୀମା ଯୋଜନା ବୀମା ଏଜେଣ୍ଟ, ଅନଲାଇନ୍ ବୀମା ଏଗ୍ରିଗେଟର କିମ୍ବା ସିଧାସଳଖ ବୀମାକାରୀଙ୍କ ୱେବସାଇଟ୍ ପରିଦର୍ଶନ କରି ପଲିସି କିଣି ପାରିବେ । ବର୍ତ୍ତମାନ ଅନଲାଇନରେ ବୀମା କିଣିବାକୁ ଲୋକମାନେ ବେଶୀ ଆଗ୍ରହୀ ହେଉଛନ୍ତି । କିନ୍ତୁ ଅନଲାଇନ ପଲିସି କିଣିବା ବେଳେ ସାବଧାନ ହେବା ଉଚିତ୍ । ପଲିସି କିଣିବା ପୂର୍ବରୁ ଗ୍ରାହକ ମାନେ ପଲିସିର ନୀତି, ସର୍ତ୍ତାବଳୀ, ଲାଭ ଆଦି ବିଷୟରେ ଜାଣିବା ଉଚିତ୍ ।

ଅନଲାଇନରେ ସ୍ୱାସ୍ଥ୍ୟ ବୀମା ଯୋଜନା କିଣିବା ସମୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ନୀତି, ସର୍ତ୍ତାବଳୀ, ଏହାର ଲାଭ ଆଦି ବିଷୟରେ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ୱାସ୍ଥ୍ୟ ବୀମା ଯୋଜନାରେ ଥିବା ସମସ୍ତ ଚୁକ୍ତି ଏବଂ ପଲିସିର ସର୍ତ୍ତାବଳୀ ବିଷୟରେ ଜାଣିବା ଆବଶ୍ୟକ, ଫଳରେ ପରବର୍ତ୍ତୀ ସମୟରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଅନଲାଇନରେ ପଲିସି କିଣିବା ସମୟରେ ଏହାର ସମସ୍ତ ଡକ୍ୟୁମେଣ୍ଟକୁ ସାଇତି ରଖିବା ଆବଶ୍ୟକ, ଯାହାକି ପରବର୍ତ୍ତୀ ସମୟରେ ଆୟକର ଟିକସ ଦାଖଲ ବେଳେ ଆବଶ୍ୟକ ପଡ଼ିବ । ଏଥିସହ ଅନଲାଇନ ପ୍ରିମିୟମ ଭରିବା ପାଇଁ ମଧ୍ୟ ଏହି ପଲିସିର ଡକ୍ୟୁମେଣ୍ଟ ମଧ୍ୟ ଆବଶ୍ୟକ ।

ଅନଲାଇନରେ ସ୍ୱାସ୍ଥ୍ୟ ବୀମା କିଣିବା ଅଫଲାଇନ କିଣିବା ସହ ସମାନ । ପଲିସି କିଣିବା ସମୟରେ ଅଫଲାଇନରେ ସ୍ୱାସ୍ଥ୍ୟ ବୀମା କିଣିବା ପରି ସ୍ୱାସ୍ଥ୍ୟ କମ୍ପାନୀକୁ ଆପଣଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସମସ୍ତ ସୂଚନା ଦେବାକୁ ହେବ । ଯଦି ଅନଲାଇନ୍ ଫର୍ମ ପୂରଣ କରିବା ସମୟରେ ଆପଣଙ୍କର ଯଦି କୌଣସି ପୂର୍ବ-ଅସୁସ୍ଥତା ଥାଏ, ତେବେ ଆପଣଙ୍କୁ ବୀମାକାରୀଙ୍କ ନିକଟରେ ପ୍ରକାଶ କରିବାକୁ ପଡିବ । କେତେକ ବୀମାକାରୀ ମଧ୍ୟ ପଲିସିଧାରୀମାନଙ୍କୁ ପଲିସି ଦେବା ପୂର୍ବରୁ ଡାକ୍ତରୀ ପରୀକ୍ଷା କରିବାକୁ କୁହନ୍ତି । ଏଥିସହ ଧ୍ୟାନ ଦିଅନ୍ତୁ, ପଲିସି କିଣିବା ସମୟରେ ଦିଆଯାଇଥିବା ସୂଚନା ଯଦି ଡାକ୍ତରଖାନାରେ ଭର୍ତ୍ତି ହେବା ସୂଚନା ସହ ଭିନ୍ନ ହୁଏ ତେବେ ସେଟେଲମେଣ୍ଟ କରିବା ସମୟରେ ଅସୁବିଧା ହେବାକୁ ପଡ଼ିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+