ଆହୁରି ତିନି ବର୍ଷ ଆରବିଆଇ ମୁଖ୍ୟ ଦାୟିତ୍ୱ ସମ୍ଭାଳିବେ ଶକ୍ତିକାନ୍ତ ଦାସ
ବଢିଲା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ । ତିନି ବର୍ଷ କାର୍ଯ୍ୟକାଳ ବୃଦ୍ଧି ପରେ ଶ୍ରୀ ଦାସ 2024 ଡିସେମ୍ବର ପର୍ଯ୍ୟନ୍ତ ସେ ଆରବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ୱ ତୁଲାଇବେ ।
ନୂଆଦିଲ୍ଲୀ : ବଢିଲା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ । ତିନି ବର୍ଷ କାର୍ଯ୍ୟକାଳ ବୃଦ୍ଧି ପରେ ଶ୍ରୀ ଦାସ 2024 ଡିସେମ୍ବର ପର୍ଯ୍ୟନ୍ତ ସେ ଆରବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ୱ ତୁଲାଇବେ । ତାଙ୍କର କାର୍ଯ୍ୟକାଳ 2021 ମସିହା ଡିସେମ୍ବର 10 ରେ ଶେଷ ହୋଇଥାନ୍ତା । ଆଗାମୀ ଡିସେମ୍ବର 10 ତାରିଖ ଠାରୁ ଏହି ପୁନଃନିଯୁକ୍ତି ଲାଗୁ ହେବ । ଏହି ପଦବୀରେ ସେ ନିର୍ଦ୍ଧାରିତ ସମୟସୀମା ଅଥବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ।

କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି ଅନୁମୋଦନ କ୍ରମେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି । 2018 ଡିସେମ୍ବର 12 ରେ ତିନି ବର୍ଷ ପାଇଁ ଶ୍ରୀ ଦାସଙ୍କୁ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଥିଲା ।
ଶ୍ରୀ ଦାସ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ଥିଲେ । ପୂର୍ବରୁ ବିଶ୍ୱ ବ୍ୟାଙ୍କ, ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ, ନିଉ ଡେଭଲପମେଣ୍ଟ ବ୍ୟାଙ୍କ, ଏସିଆନ ଇନଫ୍ରାଷ୍ଟକଚର ଇନଭେଷ୍ଟମେଣ୍ଟ ବ୍ୟାଙ୍କରେ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି ।












Click it and Unblock the Notifications