ମାର୍କେଟ୍ ଆରମ୍ଭରୁ 1200 ପଏଣ୍ଟ ଖସିଲା ସେନସେକ୍ସ, ଜାଣନ୍ତୁ କେଉଁ ଷ୍ଟକ୍ ଉପରେ ରହିବ ଆଜିର ନଜର

ସୋମବାର, ସପ୍ତାହର ପ୍ରଥମ ଦିନରେ 1211.97 ପଏଣ୍ଟ ହ୍ରାସ ହୋଇ ସେନସେକ୍ସ ଖୋଲିଛି । ଏଥି ସହିତ, ନିଫ୍ଟି ମଧ୍ୟ 356.55 ପଏଣ୍ଟ ହ୍ରାସ ହୋଇଛି । ହ୍ରାସ ପରେ ସେନସେକ୍ସ 47,620 ପଏଣ୍ଟ ସହିତ ଟ୍ରେଣ୍ଡ କରୁଥିବାବେଳେ ନିଫ୍ଟି 14,261.30 ପଏଣ୍ଟ ସହିତ କାରବାର କରୁଛି ।

ନୂଆଦିଲ୍ଲୀ : କରୋନା ମହାମାରୀର ପ୍ରଭାବ ଅର୍ଥନୀତି ଉପରେ ବେଶ୍ ପ୍ରଭାବ ପକାଇଛି । ସୋମବାର, ସପ୍ତାହର ପ୍ରଥମ ଦିନରେ 1211.97 ପଏଣ୍ଟ ହ୍ରାସ ହୋଇ ସେନସେକ୍ସ ଖୋଲିଛି । ଏଥି ସହିତ, ନିଫ୍ଟି ମଧ୍ୟ 356.55 ପଏଣ୍ଟ ହ୍ରାସ ହୋଇଛି । ହ୍ରାସ ପରେ ସେନସେକ୍ସ 47,620 ପଏଣ୍ଟ ସହିତ ଟ୍ରେଣ୍ଡ କରୁଥିବାବେଳେ ନିଫ୍ଟି 14,261.30 ପଏଣ୍ଟ ସହିତ କାରବାର କରୁଛି ।

BSE

ଆଜି ଏହି ଷ୍ଟକ୍ ଉପରେ ରହିବ ସମସ୍ତଙ୍କ ନଜର

ଆଜି ଦିନର କାରବାର ବିଷୟରେ ଯଦି ଚର୍ଚ୍ଚା କରାଯାଏ ତେବେ, HDFC ବ୍ୟାଙ୍କ, ମାକ୍ରୋଟେକ୍ ଡେଭଲପର୍ସ, ମାଇଣ୍ଡଟ୍ରି, ଆଇସିଆଇସିଆଇ ଲୋମ୍ବାର୍ଡ ଏବଂ PVR ପରି ଷ୍ଟକ୍ ଉପରେ ନିବେଶକମାନଙ୍କ ନଜର ରହିବ ।

HDFC ବ୍ୟାଙ୍କ- HDFC ବ୍ୟାଙ୍କ ଶନିବାର ଏହାର ତ୍ରୟମାସିକ ଫଳାଫଳ ଘୋଷଣା କରିଛି । ସେହି ଅନୁଯାୟୀ ବ୍ୟାଙ୍କର ବ୍ୟବସାୟ ଏବଂ ଲାଭ ବୃଦ୍ଧି ପାଇଛି । ବାର୍ଷିକ ଲାଭ ଆକାରରେ 18.2 ପ୍ରତିଶତ ବୃଦ୍ଧି ହୋଇ ମାର୍ଚ୍ଚ 2021 ତ୍ରୟମାସରେ 8186 କୋଟି ଟଙ୍କା ହୋଇଛି ।

ମାକ୍ରୋଟେକ୍ ଡେଭଲପର୍ସ- ମାକ୍ରୋଟେକ୍ ଆଜି ବଜାରରେ ଆରମ୍ଭ ହେଉଛି । ଏହା ଆଇପିଓ ମାଧ୍ୟମରେ 2500 କୋଟି ସଂଗ୍ରହ କରିଛି ଏବଂ ନିବେଶକ ମାନେ 1.3 ଗୁଣା ଅଧିକ ଥର ସବସ୍କ୍ରାଇବ କରିଛନ୍ତି ।

ମାଇଣ୍ଡଟ୍ରି - ମାର୍ଚ୍ଚ 2021 ତ୍ରୟମାସରେ ଆଇଟି କମ୍ପାନୀ ମାଇଣ୍ଡଟ୍ରି ଲାଭରେ ଏକ ଶକ୍ତିଶାଳୀ ଅଭିବୃଦ୍ଧି ଦେଖାଦେଇଛି ।

ଆଇସିଆଇସିଆଇ ଲୋମ୍ବାର୍ଡ - ମାର୍ଚ୍ଚ 2021 ତ୍ରୟମାସରେ କମ୍ପାନୀର ଲାଭ 24 ପ୍ରତିଶତ ବୃଦ୍ଧି ପାଇଛି ।

PVR- ରେଟିଂ ଏଜେନ୍ସି CRISIL PVR ର ଦୀର୍ଘକାଳୀନ ଏବଂ ଅଣ-ପରିବର୍ତ୍ତନଶୀଳ ଋଣ ଦେୟ ମୂଲ୍ୟାୟନକୁ AA ରୁ ମାଇନସ୍ AA କରିଦେଇଛି ।

ଆପଣଙ୍କୁ କହିରଖୁଛୁ, ପୂର୍ବ ସପ୍ତାହର ଶେଷ କାରବାର ଦିନ ଅପ୍ରେଲ 16 ତାରିଖରେ 30-ସେୟାର BSE ସେନସେକ୍ସ 759.29 ପଏଣ୍ଟ ତଥା 1.53 ପ୍ରତିଶତ ହରାଇଥିଲା । ଆଜି 183 ଟି ଷ୍ଟକ୍ ହାସଲ ହୋଇ 615 ସେୟାର ହ୍ରାସ ପାଇଥିବାବେଳେ 53 ଟି ଷ୍ଟକ୍ ଅପରିବର୍ତ୍ତିତ ରହିଛି । ଶୁକ୍ରବାର ଦିନ 28.35 ପଏଣ୍ଟ ବୃଦ୍ଧି ହୋଇ ସେନସେକ୍ସ 48,832.03 ପଏଣ୍ଟରେ ବନ୍ଦ ହୋଇଥିଲା । ଏହାସହିତ ନିଫ୍ଟି 36.40 ପଏଣ୍ଟ ହାସଲ କରି 14,617.85 ପଏଣ୍ଟରେ ବନ୍ଦ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+