ନଭେମ୍ବର ୩୦ରୁ ବନ୍ଦ ହେବାକୁ ଯାଉଛି SBIର ଏହି ସେବା
ଡିଜିଟାଲ୍ ବ୍ୟାଙ୍କିଙ୍ଗର ଏହି ଯୁଗରେ ଅର୍ଥ ପ୍ରେରଣ, ବିଲ୍ ପେମେଣ୍ଟ ଏବଂ ନିବେଶ ଭଳି ସେବାଗୁଡ଼ିକ ଏବଂ ମୋବାଇଲ୍ ପ୍ଲାଟଫର୍ମ ମାଧ୍ୟମରେ 24/7 ଉପଲବ୍ଧ ହୋଇପାରୁଛି। ଏହାରି ଭିତରେ ଦେଶର ସର୍ବବୃହତ ବ୍ୟାଙ୍କ SBI mCASH ସେବାକୁ ବନ୍ଦ କରିବାକୁ ଯାଉଛି। ଡିସେମ୍ବର ୧ , ୨୦୨୫ ରୁ ଏହି SBI ଏହି ସେବା ସମ୍ପୁର୍ଣ ବନ୍ଦ ହୋଇଯିବ ।
ଭାରତୀୟ ଷ୍ଟେଟ ବ୍ୟାଙ୍କ SBI ଘୋଷଣା କରିଛି ଯେ , ୩୦ ନଭେମ୍ବର, ୨୦୨୫ ପରେ SBI ଏବଂ YONO Lite ରେ ଅନଲାଇନରେ mCash ପଠାଇବା ଏବଂ ଦାବି କରିବାର ସୁବିଧା ବନ୍ଦ କରିଦେବ। ଏହାର ଅର୍ଥ ହେଉଛି ଡିସେମ୍ବର ୧ରୁ ଗ୍ରାହକମାନେ ବେନିଫିସିଆରି ପଞ୍ଜିକରଣ ବିନା mCash ଲିଙ୍କ୍ କିମ୍ବା ଆପ୍ ମାଧ୍ୟମରେ ଟଙ୍କା ପଠାଇବା କିମ୍ବା ପାଣ୍ଠି ଦାବି କରିବା ପାଇଁ mCash ବ୍ୟବହାର କରିପାରିବେ ନାହିଁ।

ଏହା ବଦଳରେ ବ୍ୟାଙ୍କ ହିତାଧିକାରୀଙ୍କୁ UPI, IMPS, NEFT, RTGS, ଇତ୍ୟାଦି ବିକଳ୍ପ ପଦ୍ଧତି ବ୍ୟବହାର କରିବାକୁ ଅନୁରୋଧ କରିଛି।ବର୍ତ୍ତମାନ ସମୟରେ ଟଙ୍କା ନେଣ ଦେଣ ବହୁ ଶିଘ୍ର ହେଉଥିବା ବେଳେ , mCASH ରେ ଟଙ୍କା ପଠାଇବା ପ୍ରଣାଳୀ ବହୁତ ପୁରୁଣା ଅଟେ। ତେବେ ଡିଜିଟାଲ ଟଙ୍କା କାରବାରକୁ ଅଧିକ ସୁରକ୍ଷିତ ଏବଂ ଦ୍ରୁତ କରିବା, ପାଇଁ ବ୍ୟାଙ୍କ mCASH ମାଧ୍ୟମରେ ଟଙ୍କା ପଠାଇବା ପଦ୍ଧତିକୁ SBI ବନ୍ଦ କରିବାକୁ ଯାଉଛି।












Click it and Unblock the Notifications