ଗ୍ରାହକଙ୍କୁ ଏସବିଆଇର ସୂଚନା, ମେ 23 ଯାଏଁ ବନ୍ଦ ରହିବ ଏହି ସବୁ ସେବା
ଏସବିଆଇ ଗ୍ରାହକଙ୍କ ପାଇଁ INB/YONO/YONO Lite/UPI ସର୍ଭିସର ବ୍ୟବହାର ବନ୍ଦ ରହିବ । ଏସବିଆଇ ଦ୍ଵାରା ଦିଆଯାଇଥିବା ସୂଚନା ମୁତାବକ, ୟୁପିଆଇ ପ୍ଲାଟଫର୍ମକୁ ଆହୁରି ଉନ୍ନତ କରାଯାଉଛି ।
ନୂଆଦିଲ୍ଲୀ : ବନ୍ଦ ରହିବ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ଜରୁରୀ ସେବା । ମେ 21 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ କେତେକ ସେବା ବନ୍ଦ ରହିବ ବୋଲି ଏସବିଆଇ ସୂଚନା ଦେଇଛି । ବ୍ୟାଙ୍କ ଟ୍ଵିଟ୍ କରି ନିଜ ଗ୍ରାହକଙ୍କୁ ଏ ନେଇ ଶୁକ୍ରବାର ଆଲର୍ଟ କରିଛି । ନିଜ ଆବଶ୍ୟକ ମୁତାବକ ବ୍ୟାଙ୍କ୍ ସମ୍ବନ୍ଧିତ କାମ ପୂର୍ବରୁ ସାରି ଦେବାକୁ ବ୍ୟାଙ୍କ ଗ୍ରାହକଙ୍କୁ ଅପିଲ୍ କରିଛି ।

ଟ୍ୱିଟ ଯୋଗେ ଜରୁରୀ ସୂଚନା ଜାରି କରି ଏସବିଆଇ କହିଛି, ଗ୍ରାହକଙ୍କୁ ବିନା କୌଣସି ସମସ୍ୟାରେ ସେବା ଯୋଗାଇ ଦେବାକୁ ସର୍ଭିସେସ୍କୁ ଉନ୍ନତ କରିବ ପାଇଁ ମେଣ୍ଟନାନ୍ସ କାମ କରାଯାଉଛି । ସେଥିପାଇଁ ମେ 21 ରାତି 10 ଟା 45 ରୁ ମେ 22 ରାତି 1ଟା 15 ମିନିଟ୍ ପର୍ଯ୍ୟନ୍ତ ଏବଂ ମେ 23 ରାତି 2 ଟା 40 ରୁ ସକାଳ 6 ଟା 10 ପର୍ଯ୍ୟନ୍ତ ବ୍ୟାଙ୍କ ମେଣ୍ଟନାନ୍ସ କାମ ଜାରି ରହିବ ।
We request our esteemed customers to bear with us as we strive to provide a better banking experience.#SBI #StateBankOfIndia #ImportantNotice #InternetBanking #OnlineSBI pic.twitter.com/a3zwn5qprb
— State Bank of India (@TheOfficialSBI) May 21, 2021
ଏହି ସମୟରେ ଏସବିଆଇ ଗ୍ରାହକଙ୍କ ପାଇଁ INB/YONO/YONO Lite/UPI ସର୍ଭିସର ବ୍ୟବହାର ବନ୍ଦ ରହିବ । ଏସବିଆଇ ଦ୍ଵାରା ଦିଆଯାଇଥିବା ସୂଚନା ମୁତାବକ, ୟୁପିଆଇ ପ୍ଲାଟଫର୍ମକୁ ଆହୁରି ଉନ୍ନତ କରାଯାଉଛି । ଏହି ସମୟରେ ଗ୍ରାହକଙ୍କ ୟୁପିଆଇ ଟ୍ରାଞ୍ଜେକ୍ସନ ବନ୍ଦ ରହିବ ।












Click it and Unblock the Notifications