ଏସବିଆଇର ମୌସୁମୀ ଧମାକା ଅଫର : ବିନା ଫି' ରେ ମିଳିବି ହୋମ୍ ଲୋନ୍, ମାସେ ପାଇଁ ରହିଛି ଅଫର... ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ
31 ଅଗଷ୍ଟ 2021 ପର୍ଯ୍ୟନ୍ତ SBI ହୋମ୍ ଲୋନ୍ ଉପରେ୍ ଲାଗୁଥିବା ପ୍ରୋସେସିଂ ଫି ଛାଡ଼ କରି ଏହାର ଗ୍ରାହକଙ୍କୁ ଘର କରିବାର ସ୍ୱପ୍ନକୁ ସାକାର କରିବାକୁ ନିଷ୍ପତ୍ତି ନେଇଛି ।
ନୂଆଦିଲ୍ଲୀ : ଦେଶର ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲୋକଙ୍କ ପାଇଁ ଏକ ଖୁସି ଖବର ଆଣିଛି । ଲକ୍ଷ ଲକ୍ଷ ଗ୍ରାହକଙ୍କ ପାଇଁ ହୋମ୍ ଲୋନ୍ ନେଇ ବ୍ୟାଙ୍କ ଏକ ଅଫର୍ ଜାରି କରିଛି । ହୋମ୍ ଲୋନ୍ ଉପରେ ବ୍ୟାଙ୍କ ପ୍ରୋସେସିଂ ଫି କୁ ଛାଡ କରିବା ନେଇ ଘୋଷଣା କରିଛି । 31 ଅଗଷ୍ଟ 2021 ପର୍ଯ୍ୟନ୍ତ SBI ହୋମ୍ ଲୋନ୍ ଉପରେ୍ ଲାଗୁଥିବା ପ୍ରୋସେସିଂ ଫି ଛାଡ଼ କରି ଏହାର ଗ୍ରାହକଙ୍କୁ ଘର କରିବାର ସ୍ୱପ୍ନକୁ ସାକାର କରିବାକୁ ନିଷ୍ପତ୍ତି ନେଇଛି ।

ଯଦି ଆପଣ ଏସବିଆଇରେ ହୋମ୍ ଲୋନ୍ ପାଇଁ ଆବେଦନ କରନ୍ତି, ତେବେ ଆପଣଙ୍କୁ କୌଣସି ପ୍ରୋସେସିଂ ଫି' ଦେବାକୁ ପଡ଼ିବ ନାହିଁ । ବ୍ୟାଙ୍କ ଟ୍ୱିଟ୍ କରି ଏହି ସୂଚନା ଦେଇଛି । ଏହା ଅନୁଯାୟୀ ଅଗଷ୍ଟ 31 ପର୍ଯ୍ୟନ୍ତ ହୋମ୍ ଲୋନ୍ ଉପରେ କୌଣସି ପ୍ରୋସେସିଂ ଫି ଆଦାୟ କରାଯିବ ନାହିଁ । ବ୍ୟାଙ୍କ ଏହାର ନାମ ରଖିଛି 'ମୌସୁମୀ ଧାମାକା ଅଫର' ।
ଆମେ ଆପଣଙ୍କୁ କହି ରଖୁଛୁ, ଲୋନ୍ ଆବେଦନ କରିବା ସମୟରେ ବ୍ୟାଙ୍କ ଏହା ଉପରେ ଏକ ପ୍ରୋସେସିଂ ଫି ଆଦାୟ କରିଥାଏ । ଏହି ଫି ଲୋନ୍ ନେବା ସମୟରେ ଦେବାକୁ ପଡ଼ିଥାଏ । ଅଧିକାଂଶ ବ୍ୟାଙ୍କ ହୋମେ ଲୋନ୍ ର ପ୍ରାୟ 0.40 ପ୍ରତିଶତ ପ୍ରୋସେସିଂ ଫି ଆଦାୟ କରନ୍ତି, ଯେଉଁଥିରେ ସମସ୍ତ ଲୋନ୍ ସମ୍ବନ୍ଧୀୟ ପ୍ରକ୍ରିୟା ଏବଂ ଦାଖଲ ଚାର୍ଜ ଅନ୍ତର୍ଭୁକ୍ତ ।
It’s raining offers for new home buyers! Apply for a Home Loan with NIL* processing fee.
— State Bank of India (@TheOfficialSBI) July 31, 2021
What are you waiting for? Visit: https://t.co/N45cZ1V1Db
*T&C Apply
#HomeLoan #SBI #StateBankOfIndia #MonsoonDhamakaOffer pic.twitter.com/nDbPb7oBhF
ଯଦି ଆପଣ SBI ରୁ ଅଗଷ୍ଟ 31 ମଧ୍ୟରେ ହୋମ୍ ଲୋନ୍ ନିଅନ୍ତି, ତେବେ ଆପଣଙ୍କୁ ଏହି ଦେୟ ଦେବାକୁ ପଡିବ ନାହିଁ । ଫଳରେ ଆପଣ ଅନ୍ୟ ବ୍ୟାଙ୍କ ଅପେକ୍ଷା ଏଠାରେ ଶସ୍ତା ହୋମ୍ ଲୋନ୍ ପାଇବେ ।
ଏସବିଆଇର ହୋମ୍ ଲୋନ୍ ର ସୁଧ ହାର ବାର୍ଷିକ 6.70 ପ୍ରତିଶତରୁ ଆରମ୍ଭ ହୋଇଥାଏ । ଆପଣ ପାଇଥିବା ଋଣର ସୁଧ ହାର ଋଣ ରାଶି, ଗ୍ରାହକଙ୍କ ସିଭିଲ୍ ସ୍କୋର ଆଦିକୁ ଦେଖି ସ୍ଥିର କରାଯାଇଥାଏ ।












Click it and Unblock the Notifications