ଡଲାର ତୁଳନାରେ ପୁଣି ଖସିଲା ଟଙ୍କାର ମୂଲ୍ୟ, 83 ପାର୍ ହେଲା ଟଙ୍କାର ମୂଲ୍ୟ
ବଜାର ଖୋଲିବା ମାତ୍ରେ ଟଙ୍କାରେ ରେକର୍ଡ ହ୍ରାସ ଘଟିଥିଲା । ଡଲାର ତୁଳନାରେ ପ୍ରଥମ ଥର ପାଇଁ ଟଙ୍କାର ମୂଲ୍ୟ 83.08 ରେ ପହଞ୍ଚିଛି ।
ନୂଆଦିଲ୍ଲୀ : ପୁଣି ଖସିଲା ଟଙ୍କାର ମୂଲ୍ୟ । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି । ଘରୋଇ ଷ୍ଟକ୍ ବଜାରରେ ଆଜି ପୁଣି ହ୍ରାସ ଘଟିଛି । ବଜାର ଖୋଲିବା ମାତ୍ରେ ଟଙ୍କାରେ ରେକର୍ଡ ହ୍ରାସ ଘଟିଥିଲା । ଡଲାର ତୁଳନାରେ ପ୍ରଥମ ଥର ପାଇଁ ଟଙ୍କାର ମୂଲ୍ୟ 83.08 ରେ ପହଞ୍ଚିଛି ।

ଆମେରିକୀୟ ଡଲାର ସୂଚକାଙ୍କ 113 ପଏଣ୍ଟରୁ ଅଧିକ ହେବା ପରେ ଭାରତୀୟ ଟଙ୍କା ଡଲାର ତୁଳନାରେ 83.08 ସର୍ବନିମ୍ନ ରେକର୍ଡ ସୃଷ୍ଟି କରିଛି ।
ଆଜି କାରବାର ଆରମ୍ଭରେ ସେନ୍ସେକ୍ସ ପ୍ରାୟ 228 ପଏଣ୍ଟ ହ୍ରାସ ହୋଇ 58,877 ପଏଣ୍ଟ ହୋଇଛି । ଅନ୍ୟପକ୍ଷରେ, ନିଫ୍ଟି 17500 ପଏଣ୍ଟ ସ୍ତରରୁ ତଳକୁ ଯାଇ 17434.90 ପଏଣ୍ଟରେ କାରବାର କରୁଛି ।












Click it and Unblock the Notifications