ଡଲାର ତୁଳନାରେ 78 ଟଙ୍କାରେ ପହଞ୍ଚିଲା ଭାରତୀୟ ମୁଦ୍ରା, ଅଶୋଧିତ ତେଲର ମୂଲ୍ୟରେ ଡଲାର ବୃଦ୍ଧି
ଭାରତୀୟ ମୁଦ୍ରା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଆଜି 78 ରେ ପହଞ୍ଚିଛି । ଏହା ପ୍ରଥମ ଥର ଡଲାର ତୁଳନାରେ ଟଙ୍କା 78 ଅତିକ୍ରମ କରିଛି ।
ନୂଆଦିଲ୍ଲୀ : ଭାରତୀୟ ମୁଦ୍ରା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଆଜି 78 ରେ ପହଞ୍ଚିଛି । ଏହା ପ୍ରଥମ ଥର ଡଲାର ତୁଳନାରେ ଟଙ୍କା 78 ଅତିକ୍ରମ କରିଛି । ଆଜି ଭାରତୀୟ ମୁଦ୍ରା ଡଲାର ତୁଳନାରେ 78.14 ଟଙ୍କା ରେ ପହଞ୍ଚିଥିବାବେଳେ ଶୁକ୍ରବାର ଦିନ ଏହା 77.84 ଥିଲା । ଯେପରି ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ହେଉଛି ଡଲାର ମଜବୁତ ହେଉଛି ଏବଂ ସ୍ଥାନୀୟ ବଜାରରୁ ବିଦେଶୀ ପାଣ୍ଠି କ୍ରମାଗତ ଭାବରେ ବାହାରକୁ ଯାଉଛି, ଯେଉଁ କାରଣରୁ ଘରୋଇ ମୁଦ୍ରା ଉପରେ ପ୍ରବଳ ଚାପ ରହିଛି । ଗତ ସପ୍ତାହରେ ଭାରତୀୟ ମୁଦ୍ରା 21 ପଇସା ହ୍ରାସ ପାଇଥିଲା ।

ଆନ୍ତଃ ବ୍ୟାଙ୍କ ବୈଦେଶିକ ମୁଦ୍ରା ବଜାରରେ ଟଙ୍କା 36 ପଇସା ହ୍ରାସ ପାଇ 78.29 ରେ ପହଞ୍ଚିଛି । ଆଜି ବଜାର ଆରମ୍ଭରୁ ହିଁ ଭାରତୀୟ ମୁଦ୍ରାରେ ବଡ଼ ଧରଣର ପତନ ହୋଇଛି । ଏଥିସହିତ ଆଜି ଷ୍ଟକ୍ ମାର୍କେଟରେ ବହୁତ ହ୍ରାସ ଘଟିଛି । ସେନସେକ୍ସରେ ଆଜି 1467.90 ପଏଣ୍ଟ ହ୍ରାସ ପାଇଛି । 2.70 ପ୍ରତିଶତ ହ୍ରାସ ସହିତ ସେନସେକ୍ସ 52835.54 ପଏଣ୍ଟରେ ପହଞ୍ଚିଥିବାବେଳେ ନିଫ୍ଟି 417 ପଏଣ୍ଟ ହ୍ରାସ କରି 15783 ପଏଣ୍ଟରେ ପହଞ୍ଚିଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ












Click it and Unblock the Notifications