କାରବାର ଆରମ୍ଭରୁ ଟଙ୍କାର ମୂଲ୍ୟରେ ରେକର୍ଡ ହ୍ରାସ, ଡଲାର ତୁଳନାରେ ହେଲା 82 ଟଙ୍କା
ଘରୋଇ ମୁଦ୍ରା ପ୍ରାରମ୍ଭିକ ବାଣିଜ୍ୟରେ ଆମେରିକୀୟ ଡଲାର ତୁଳନାରେ 40 ପଇସା ହ୍ରାସ ପାଇ 81.93 ରେ ପହଞ୍ଚିଛି । ଏଥି ସହିତ ବ୍ଲୁମବର୍ଗ ଡଲାର ପିଛା 81.9050 ଟଙ୍କା ଦେଖାଇଥିବାବେଳେ ପୂର୍ବ ଦିନ ଏହା 81.5788 ରେ ବନ୍ଦ ହୋଇଥିଲା ।
ନୂଆଦିଲ୍ଲୀ : ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଟଙ୍କାର ଅବସ୍ଥା ଚିନ୍ତାଜନକ ରହିଛି । ବୁଧବାର ଦିନ ବ୍ୟବସାୟ ଆରମ୍ଭ ହେବା ମାତ୍ରେ ଟଙ୍କା ପୁଣି ସମସ୍ତ ରେକର୍ଡ ଭାଙ୍ଗିଛି । ରିପୋର୍ଟ ଅନୁଯାୟୀ, ଘରୋଇ ମୁଦ୍ରା ପ୍ରାରମ୍ଭିକ ବାଣିଜ୍ୟରେ ଆମେରିକୀୟ ଡଲାର ତୁଳନାରେ 40 ପଇସା ହ୍ରାସ ପାଇ 81.93 ରେ ପହଞ୍ଚିଛି । ଏଥି ସହିତ ବ୍ଲୁମବର୍ଗ ଡଲାର ପିଛା 81.9050 ଟଙ୍କା ଦେଖାଇଥିବାବେଳେ ପୂର୍ବ ଦିନ ଏହା 81.5788 ରେ ବନ୍ଦ ହୋଇଥିଲା ।

ବିଶେଷଜ୍ଞଙ୍କ ଅନୁଯାୟୀ, ଟଙ୍କା ମୂଲ୍ୟରେ ହ୍ରାସ ଦେଶର ଅର୍ଥନୀତି ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ । ଭାରତ ବିଦେଶରୁ ଅନେକ ଜିନିଷ ଆମଦାନୀ କରେ, ଯାହା ଡଲାରରେ ଦିଆଯାଏ । ଏଭଳି ପରିସ୍ଥିତିରେ ଟଙ୍କାର ଦୁର୍ବଳତା ହେତୁ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ ।
ଉଲ୍ଲେଖଥାଉ କି, କେବଳ ଭାରତରେ ନୁହେଁ, ଅନ୍ୟାନ୍ୟ ଦେଶରେ ମଧ୍ୟ ପରିସ୍ଥିତି ଚିନ୍ତାଜନକ ରହିଛି । ଉଦାହରଣ ସ୍ୱରୂପ, ବ୍ରିଟିଶ ପାଉଣ୍ଡ ମଧ୍ୟ ଏକ ଐତିହାସିକ ହ୍ରାସ ରେକର୍ଡ ହୋଇଛି । ଏହା ତାର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ବିଶେଷଜ୍ଞମାନେ କହୁଛନ୍ତି ଯେ ଡଲାର ପାଇଁ ବିଶ୍ୱବ୍ୟାପୀ ଚାହିଦା ବଢିବା ଏବଂ ବିଦେଶୀ ନିବେଶକମାନଙ୍କ ଦ୍ୱାରା ଲଗାତାର ବିକ୍ରି ଦ୍ୱାରା ଟଙ୍କାର ମୂଲ୍ୟ ହ୍ରାସ ହେଉଛି ।
ଯଦି ଆପଣ ଆମେରିକା ଯାଆନ୍ତି ତେବେ ଆପଣଙ୍କୁ ଏହା ପୂର୍ବରୁ ଡଲାର କିଣିବାକୁ ପଡିବ । ଡଲାର ମଜବୁତ ହେବା ପରେ, ବର୍ତ୍ତମାନ ଗୋଟିଏ ଡଲାର କିଣିବା ପାଇଁ ଆପଣଙ୍କୁ 81.93 ଟଙ୍କା ଦେବାକୁ ପଡିବ । ଏଥି ସହିତ, ଯଦି ଜଣେ ଆମେରିକୀୟ ଭାରତକୁ ଆସନ୍ତି, ତେବେ ତାଙ୍କୁ ଗୋଟିଏ ଡଲାର ପାଇଁ 81.93 ଟଙ୍କା ମିଳିବ । ଡଲାର ମଜବୁତ ହେବା ଫଳରେ ଅନ୍ତର୍ଜାତୀୟ ବାଣିଜ୍ୟ ଅଧିକ ପ୍ରଭାବିତ ହୋଇଛି, କାରଣ ଭାରତ ଅଧିକାଂଶ ଦେଶ ସହିତ ଡଲାରରେ କାରବାର କରୁଛି ।












Click it and Unblock the Notifications