Get Updates
Get notified of breaking news, exclusive insights, and must-see stories!

ଆରବିଆଇ MPC: 4 ପ୍ରତିଶତରେ ସ୍ଥିର ରହିଲା ରେପୋ ରେଟ୍, 2021-22 ରେ ଜିଡିପି 9.5% ଅଭିବୃଦ୍ଧି ଅନୁମାନ

ରେପୋ ରେଟ୍ 4 ପ୍ରତିଶତରେ ଅପରିବର୍ତ୍ତିତ ରହିବ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି । ଏହା ସହିତ 2021-22 ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି 9.5 ପ୍ରତିଶତ ହେବ ବୋଲି ଆରବିଆଇ ଗଭର୍ଣ୍ଣର ଆକଳନ କରିଛନ୍ତି ।

ନୂଆଦିଲ୍ଲୀ : ସେଣ୍ଟ୍ରାଲ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଜି ମୁଦ୍ରା ନୀତି କମିଟିର ସମୀକ୍ଷା କରିଛି । କରୋନା ଭାଇରସ ତୃତୀୟ ଲହର ଆଶଙ୍କା ମଧ୍ୟରେ ଆରବିଆଇ ଏହାର ପ୍ରମୁଖ ସୁଧ ହାର, ରେପୋ ହାରରେ କୌଣସି ପରିବର୍ତ୍ତନ କରିନାହିଁ । ରେପୋ ରେଟ୍ 4 ପ୍ରତିଶତରେ ଅପରିବର୍ତ୍ତିତ ରହିବ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି । ଏହା ସହିତ 2021-22 ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି 9.5 ପ୍ରତିଶତ ହେବ ବୋଲି ଆରବିଆଇ ଗଭର୍ଣ୍ଣର ଆକଳନ କରିଛନ୍ତି ।

RBI-Governor

ଆରବିଆଇ ମୁଦ୍ରା ନୀତି କମିଟି (ଏମପିସି) ର କ୍ରମାଗତ ସପ୍ତମ ବୈଠକରେ ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ନୀତି ହାରରେ କୌଣସି ପରିବର୍ତ୍ତନ ନକରିବାକୁ କମିଟି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛି । ରିଭର୍ସ ରେପୋ ରେଟ୍ ପୂର୍ବ ପରି 3.35 ପ୍ରତିଶତରେ ଅପରିବର୍ତ୍ତିତ ରହିବ, ମାର୍ଜିନାଲ ଷ୍ଟାଣ୍ଡିଂ ଫ୍ୟାସିଲିଟି ରେଟ୍ (MSFR) ଏବଂ ବ୍ୟାଙ୍କ ରେଟ୍ 4.25 ପ୍ରତିଶତ ରହିବ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହା ମଧ୍ୟ କହିଛନ୍ତି ଯେ ଯଦି ଏହା ଆବଶ୍ୟକ ନହୁଏ ତେବେ ସେ ନୀତିଗତ ଆଭିମୁଖ୍ୟ ଗ୍ରହଣ କରିବେ ।

rbi

ମିଳିଥିବା ସୂଚନା ଅନୁଯାୟୀ, 6 ଜଣ ସଦସ୍ୟଙ୍କ ମଧ୍ୟରୁ 5 ଜଣ ଆକୋମୋଡିଟିଭ ଷ୍ଟାଣ୍ଡରେ ସହମତ ହୋଇଥିଲେ । ଏଥି ସହିତ ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆସୁଛି ଏବଂ ଅର୍ଥନୀତି ଆଗକୁ ବଢୁଛି ବୋଲି ଏମପିସି ହିସାବ କରିଛି । ଜିଡିପି ଅଭିବୃଦ୍ଧି ପାଇଁ ନୀତି ସହାୟତା ଜରୁରୀ, ତେଣୁ ବର୍ତ୍ତମାନ ଆରବିଆଇର ଧ୍ୟାନ ଯୋଗାଣ, ଚାହିଦାକୁ ସୁଦୃଢ କରିବା ଉପରେ ରହିଛି ।

ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ଟୀକାକରଣରୁ ଅର୍ଥନୀତି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । କରୋନା ଭାଇସର ଦ୍ୱିତୀୟ ଲହର ପରେ ଅର୍ଥନୀତି ପୁଣି ଥରେ ସ୍ୱାଭାବିକ ସ୍ଥିତିକୁ ଫେରୁଛି । ଟୀକାକରଣ ବେଗ ବୃଦ୍ଧି ହେତୁ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି ବୋଲି ଶ୍ରୀ ଦାସ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+