ଅପରିବର୍ତ୍ତିତ ରହିଲା ରେପୋ ରେଟ୍, ପ୍ରକାଶ ପାଇଲା 2023-24 ଆର୍ଥିକ ବର୍ଷର ମୁଦ୍ରା ନୀତି
ନୂଆଦିଲ୍ଲୀ : 2023-24 ଆର୍ଥିକ ବର୍ଷ ପାଇଁ ପ୍ରଥମ ମୁଦ୍ରା ନୀତି ଘୋଷଣା କରାଯାଇଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ନେଇ ଘୋଷଣା କରିଛନ୍ତି । ମୁଦ୍ରା ନୀତି ଘୋଷଣା କରି ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏଥର ସୁଧ ହାରରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏହା 6.5 ପ୍ରତିଶତରେ ରଖାଯାଇଛି ।

ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ରେପୋ ରେଟରେ କୌଣସି ପରିବର୍ତ୍ତନ ନକରିବାକୁ ମୁଦ୍ରା ନୀତି କମିଟି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛି । ଏହାକୁ ଅପରିବର୍ତ୍ତିତ ରଖି ଏହାକୁ 6.5 ପ୍ରତିଶତରେ ରଖାଯାଇଛି । ଜାଣି ରଖୁନ୍ତୁ, ରେପୋ ରେଟେ ହେଉଛି ସୁଧ ହାର ଯେଉଁଥିରେ ବାଣିଜ୍ୟିକ ବ୍ୟାଙ୍କ ଗୁଡିକୁ ଋଣ ମିଳିଥାଏ ।
ମୁଦ୍ରାସ୍ଫୀତି ଯେପରି ବଡ ଆହ୍ୱାନ ହୋଇ ରହିଛି, ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ରେପୋ ରେଟରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ବର୍ଷ ମେ ମାସରୁ ଆରବିଆଇ ରେପୋ ରେଟ୍ କୁ ମୋଟ 250 ଆଧାର ପଏଣ୍ଟକୁ ବୃଦ୍ଧି କରିଛି ।
ଅର୍ଥନୀତିକୁ ମଜବୁତ ରଖିବା ପାଇଁ ବଜାରରେ ପୁଞ୍ଜି ପ୍ରବାହକୁ ଆରବିଆଇ ନିୟନ୍ତ୍ରଣ କରେ । ଏହା ମାଧ୍ୟମରେ ଆରବିଆଇ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରେ । ଯେତେବେଳେ ମୁଦ୍ରାସ୍ଫୀତି ବୃଦ୍ଧି ହୁଏ ଏବଂ ଜିନିଷର ମୂଲ୍ୟ ବଢେ ଆରବିଆଇ ବଜାରରେ ପୁଞ୍ଜି ପ୍ରବାହକୁ ହ୍ରାସ କରେ ।
ମୁଦ୍ରାସ୍ଫୀତି ହାରକୁ ନିୟନ୍ତ୍ରଣରେ ରଖିବା ରିଜର୍ଭ ବ୍ୟାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ । ଏହା ସହିତ ରିଜର୍ଭ ବ୍ୟାଙ୍କ ଆଗରେ ଏକ ବଡ ଆହ୍ୱାନ ହେଉଛି ଦେଶର ଅଭିବୃଦ୍ଧି ହାର ବୃଦ୍ଧି କରିବା । ଏହି ମାର୍ଗରେ ସବୁଠାରୁ ବଡ ପ୍ରତିବନ୍ଧକ ହେଉଛି ମୁଦ୍ରାସ୍ଫୀତି ହାରକୁ ନିୟନ୍ତ୍ରଣ କରିବା ।












Click it and Unblock the Notifications