Get Updates
Get notified of breaking news, exclusive insights, and must-see stories!

କରୋନାର ତୃତୀୟ ତରଙ୍ଗ ଆସିଲେ ମଧ୍ୟ ଅର୍ଥନୀତିରେ ପୁନରୁଦ୍ଧାର ଜାରି ରହିବ : ଅର୍ଥ ମନ୍ତ୍ରଣାଳୟ

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ କହିଛି ଯେ କୋଭିଡ ତୃତୀୟ ଲହର ଦେଶରେ ଆସିଲେ ମଧ୍ୟ ଦ୍ୱିତୀୟ ଲହର ଦ୍ୱାରା ପ୍ରଭାବିତ ଭାରତର ଅର୍ଥନୀତି ଆସନ୍ତା ତିନି ତ୍ରୟମାସିକରେ ତୀବ୍ର ହେବ ।

ନୂଆଦିଲ୍ଲୀ : କରୋନା ମହାମାରୀ ହେତୁ ଦେଶର ଅର୍ଥନୀତି ଉପରେ ଖରାପ ପ୍ରଭାବ ପଡ଼ିଛି । ଗତ ବର୍ଷ ଦେଶବ୍ୟାପୀ ଲକଡାଉନ ପରେ 2020-21 ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ନକାରାତ୍ମକ ହୋଇ -24.4 ପ୍ରତିଶତ ରେକର୍ଡ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତିରେ ସୁଧାର ଆସିବା ପରେ ଅର୍ଥିନୀତି ଉନ୍ନତି କରୁଥିବା ଜଣାପଡିଛି । ଦେଶ କରୋନା ମହାମାରାର ଦୁଇଟି ଲହର ସମ୍ମୁଖୀନ ହୋଇସାରିଥିବାବେଳେ ବର୍ତ୍ତମାନ ବିଶେଷଜ୍ଞମାନେ ତୃତୀୟ ଲହରକୁ ନେଇ ଆଶଙ୍କା ରଖିଛନ୍ତି । ଏହି ସମୟରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ କହିଛି ଯେ କୋଭିଡ ତୃତୀୟ ଲହର ଦେଶରେ ଆସିଲେ ମଧ୍ୟ ଦ୍ୱିତୀୟ ଲହର ଦ୍ୱାରା ପ୍ରଭାବିତ ଭାରତର ଅର୍ଥନୀତି ଆସନ୍ତା ତିନି ତ୍ରୟମାସିକରେ ତୀବ୍ର ହେବ ।

economy

ଅର୍ଥ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, କରୋନା ଜୀବାଣୁ ଦ୍ୱିତୀୟ ଲହର ପରେ ମଧ୍ୟ ଆର୍ଥିକ ବର୍ଷ 2021-22 ର ପ୍ରଥମ ତ୍ରୟମାସରେ ଜିଡିପିରେ 'ଭି' ଆକୃତିର ଉନ୍ନତି ଚିହ୍ନଟ ହୋଇଛି । ପ୍ରଥମ ତ୍ରୟମାସିକ (ଅପ୍ରେଲ-ଜୁନ୍) ପାଇଁ ତଥ୍ୟ ଦର୍ଶାଇଲା ଯେ ଦ୍ୱିତୀୟ ଲହରରେ ମଧ୍ୟ ଜିଡିପି ଅଭିବୃଦ୍ଧି ହାର 20.1 ପ୍ରତିଶତ ଥିଲା, ଯାହା ଚୀନ୍‌ର ଅଭିବୃଦ୍ଧି ହାରଠାରୁ ଅଧିକ ଥିଲା । ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଦେଶରେ କରୋନାର ସମ୍ଭାବ୍ୟ ତୃତୀୟ ଲହର ଆସିଲେ ମଧ୍ୟ ଜିଡିପି ଅଭିବୃଦ୍ଧି ହାର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।

ଅର୍ଥ ମନ୍ତ୍ରାଳୟର ଆର୍ଥିକ ବ୍ୟାପାର ବିଭାଗ ଅଗଷ୍ଟ ମାସ ପାଇଁ ମାସିକ ସମୀକ୍ଷା ବୈଠକରେ କହିଛନ୍ତି ଯେ, ଦ୍ରୁତ ଗତିରେ ବଢୁଥିବା ଟୀକାକରଣ କଭରେଜ୍ ଏବଂ ସମୃଦ୍ଧ ଅଭିଜ୍ଞତା, ମହାମାରୀ ପରିଚାଳନା ଆତ୍ମବିଶ୍ୱାସ ପ୍ରଦାନ କରେ ଯେ ତୃତୀୟ ଲହର ହେଲେ ମଧ୍ୟ ପୁନରୁଦ୍ଧାର ଜାରି ରହିପାରିବ । ତେବେ କେରଳ ଏବଂ ମହାରାଷ୍ଟ୍ରରେ କୋଭିଡ ରୋଗୀ ବୃଦ୍ଧି ପାଉଥିବା ମାମଲାକୁ ନେଇ ମନ୍ତ୍ରଣାଳୟ ଉଦବେଗ ପ୍ରକାଶ କରିଛି ଏବଂ ଉଭୟ ରାଜ୍ୟରେ ମହାମାରୀ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଛି ।
ରିପୋର୍ଟରେ କୁହାଯାଇଛି ଯେ 2020-21 ର ଦ୍ୱିତୀୟାର୍ଦ୍ଧରେ ଆର୍ଥିକ ପୁନରୁଦ୍ଧାର ଗତି ବାଧାପ୍ରାପ୍ତ ହୋଇଥିଲା, କିନ୍ତୁ FY21 ର କ୍ୱାଟର-4ରେ ଟୀକାକରଣର ଦ୍ରୁତ ବୃଦ୍ଧି ଏବଂ FY22 ର Q1 ରେ ଉତ୍ପାଦନରେ ଧୀରେ ଧୀରେ ହ୍ରାସ ଘଟିଥିଲା । ଚଳିତ ଆର୍ଥିକ ପ୍ରଥମ ତ୍ରୟମାସରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) 20 ପ୍ରତିଶତ ବୃଦ୍ଧି ପାଇ ଦ୍ୱିତୀୟ ତରଙ୍ଗ ଆରମ୍ଭ ହେବା ସତ୍ତ୍ୱେ ଅର୍ଥନୀତିର ସ୍ଥିର 'ଭି' ଆକୃତିର ଅଭିବୃଦ୍ଧି ନିଶ୍ଚିତ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+