ଅପରିବର୍ତ୍ତିତ ରହିବ ରେପୋ ରେଟ୍, 2022-23 ପାଇଁ ଜିଡିପି ଅଭିବୃଦ୍ଧି 7.8 ପ୍ରତିଶତ ନେଇ ପୂର୍ବାନୁମାନ କଲା ଆରବିଆଇ
2022-23 ପାଇଁ ପ୍ରକୃତ ଜିଡିପି ଅଭିବୃଦ୍ଧି 7.8% ହେବ ବୋଲି ଆକଳନ କରାଯାଇଛି । ଆହୁରି ମଧ୍ୟ, 2022-23 ପାଇଁ CPI ମୁଦ୍ରାସ୍ଫୀତି 4.5% ହେବ ବୋଲି ଆକଳନ କରାଯାଇଛି ।
ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ପହିଲାରେ ସଂସଦରେ 2022-23 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଯାହା ପରେ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ପ୍ରଥମ ମୁଦ୍ରା ନୀତି କମିଟି (MPC) ର ଫଳାଫଳ ଘୋଷଣା କରାଯାଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅନୁଯାୟୀ ରେପୋ ହାରରେ କୌଣସି ପରିବର୍ତ୍ତନ ନହେବା ସହ 4% ରହିବ । ସେହିପରି MSF ହାର ଏବଂ ବ୍ୟାଙ୍କ ହାର 4.25% ରେ ଅପରିବର୍ତ୍ତିତ ରହିବ, ଏବଂ ରିଭର୍ସ ରେପୋ ରେଟ୍ ମଧ୍ୟ 3.35% ରେ ଅପରିବର୍ତ୍ତିତ ରହିବ ।

ଦାସଙ୍କ ଅନୁଯାୟୀ, 2022-23 ପାଇଁ ପ୍ରକୃତ ଜିଡିପି ଅଭିବୃଦ୍ଧି 7.8% ହେବ ବୋଲି ଆକଳନ କରାଯାଇଛି । ଆହୁରି ମଧ୍ୟ, 2022-23 ପାଇଁ CPI ମୁଦ୍ରାସ୍ଫୀତି 4.5% ହେବ ବୋଲି ଆକଳନ କରାଯାଇଛି । ଆଇଏମ୍ଏଫ୍ ଆକଳନ ଅନୁଯାୟୀ, ଭାରତ ପ୍ରମୁଖ ଅର୍ଥବ୍ୟବସ୍ଥାରେ ଦ୍ରୁତ ଗତିରେ ବଢିବା ନେଇ ଅଗ୍ରସର ଅଛି । ଏହି ପୁନରୁଦ୍ଧାର ମୁଖ୍ୟତଃ ଟୀକାକରଣ, ସ୍ଥାୟୀ ଆର୍ଥିକ ବ୍ୟବସ୍ଥା ଏବଂ ଆର୍ଥିକ ସହାୟତା ଯୋଗୁଁ ହୋଇଛି ।
The real GDP growth is projected at 7.8% for FY 2022-23: RBI Governor Shaktikanta Das pic.twitter.com/BBIm40TXs4
— ANI (@ANI) February 10, 2022
ଏଥି ସହିତ, ଆରବିଆଇ NPCI ଦ୍ୱାରା ବିକଶିତ ଏକ ପ୍ରିପେଡ୍ ଇ-ଭାଉଚରର e-RUPI ର ସୀମା ବୃଦ୍ଧି କରିଛି । ବର୍ତ୍ତମାନ ଏହା 10 ହଜାରରୁ 1 ଲକ୍ଷକୁ ବୃଦ୍ଧି ପାଇଛି । e-RUPI ହେଉଛି ଏକ QR କୋଡ୍ କିମ୍ବା SMS ଷ୍ଟ୍ରିଙ୍ଗ-ଆଧାରିତ ଇ-ଭାଉଚର୍, ଯାହା ହିତାଧିକାରୀଙ୍କ ମୋବାଇଲକୁ ବିତରଣ କରାଯାଇଥାଏ । ଶ୍ରୀ ଦାସଙ୍କ କହିବାନୁସାରେ, ସମସ୍ତ ବ୍ୟାଙ୍କ ସେମାନଙ୍କର ଶାସନ ଏବଂ ବିପଦ ପରିଚାଳନାକୁ ମଜବୁତ କରିବା ଉଚିତ୍ । ବର୍ତ୍ତମାନ ଆରବିଆଇର ଧ୍ୟାନ ଲିକ୍ୱିଡ୍ ପୁନଃସନ୍ତୁଳନ ଉପରେ ରହିଛି । ସିଷ୍ଟମରେ ଲିକ୍ୱିଡିଟିର କୌଣସି ସମସ୍ୟା ନାହିଁ ଏବଂ ବ୍ୟାଙ୍କଗୁଡିକର ବାଲାନ୍ସ ସିଟ୍ ଦୃଢ ରହିଥାଏ ।












Click it and Unblock the Notifications