Get Updates
Get notified of breaking news, exclusive insights, and must-see stories!

ବଢୁଛି ଭାରତର ଅର୍ଥବ୍ୟବସ୍ଥା, ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସରେ ଜିଡିପି 13.5 ପ୍ରତିଶତ

ଅପ୍ରେଲ - ଜୁନ୍ 2022-23 ରେ ଭାରତର ଅର୍ଥନୀତି 13.5 ପ୍ରତିଶତ ହାରରେ ବୃଦ୍ଧି ପାଇଛି, ଯାହା ଏକ ଆଶ୍ୱସ୍ତକର ଖବର । ତେବେ ଆରବିଆଇ ଏହା 16.2 ପ୍ରତିଶତ ହେବ ବୋଲି ଆକଳନ କରିଥିଲା । ଅର୍ଥାତ୍ ଅଭିବୃଦ୍ଧି ହାର ଆରବିଆଇର ଆକଳନଠାରୁ କମ୍ ରହିଛି ।

ନୂଆଦିଲ୍ଲୀ : କେନ୍ଦ୍ର ସରକାର ବୁଧବାର ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସିକ ଅର୍ଥାତ୍ 2022-23 ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସିକ ପାଇଁ ଅଭିବୃଦ୍ଧି ହାର ଆକଳନ କରିଛନ୍ତି । ଏହି ପରିସଂଖ୍ୟାନ ଅର୍ଥନୈତିକ କ୍ଷେତ୍ରରେ ସରକାରଙ୍କୁ ଆଶ୍ୱସ୍ତ ଖବର ଦେଇଛି । ଅପ୍ରେଲ - ଜୁନ୍ 2022-23 ରେ ଭାରତର ଅର୍ଥନୀତି 13.5 ପ୍ରତିଶତ ହାରରେ ବୃଦ୍ଧି ପାଇଛି, ଯାହା ଏକ ଆଶ୍ୱସ୍ତକର ଖବର । ତେବେ ଆରବିଆଇ ଏହା 16.2 ପ୍ରତିଶତ ହେବ ବୋଲି ଆକଳନ କରିଥିଲା । ଅର୍ଥାତ୍ ଅଭିବୃଦ୍ଧି ହାର ଆରବିଆଇର ଆକଳନଠାରୁ କମ୍ ରହିଛି ।

GDP

କରୋନା ମହାମାରୀ ପରେ ଭାରତୀୟ ଅର୍ଥନୀତି ବୃଦ୍ଧି ପାଇବାରେ ଲାଗିଛି । 2022-23 ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସିକରେ ଅଭିବୃଦ୍ଧି ହାର 13.5 ପ୍ରତିଶତରେ ପହଞ୍ଚିଛି । ସରକାର ଆଜି ଏହି ପରିସଂଖ୍ୟାନ ପ୍ରକାଶ କରିଥିବାବେଳେ 2021-22 ର ପ୍ରଥମ ତିନି ମାସରେ ଜିଡିପି 20.1 ପ୍ରତିଶତ ଥିବାବେଳେ ଜାନୁଆରୀରୁ ମାର୍ଚ୍ଚ ତିନି ମାସରେ ମାସରେ ଅଭିବୃଦ୍ଧି ହାର 4.1 ପ୍ରତିଶତରେ ପହଞ୍ଚିଥିଲା ।

ବିଶ୍ୱସ୍ତରୀୟ କାରଣରୁ ଏହି ତିନି ମାସରେ ଦ୍ରବ୍ୟ ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି, ତଥାପି ଏହି ଅସୁବିଧା ସତ୍ତ୍ୱେ ଅର୍ଥନୈତିକ ଅଭିବୃଦ୍ଧି ଗତି ଦେଖାଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ହାର 4.8%, କୃଷି କ୍ଷେତ୍ରର ଅଭିବୃଦ୍ଧି ହାର 2.2%, ନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ହାର 16.8%, ବାଣିଜ୍ୟ, ହୋଟେଲ, ପରିବହନ, ଯୋଗାଯୋଗ ପରି ସେବାଗୁଡିକର ଅଭିବୃଦ୍ଧି ହାର 25.7% ଥିବାବେଳେ ଆର୍ଥିକ, ରିଅଲ ଇଷ୍ଟେଟ୍ ଏବଂ ବୃତ୍ତିଗତ ସେବାଗୁଡିକର ଅଭିବୃଦ୍ଧି ହାର 9.2 ପ୍ରତିଶତ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+