ଦୁଇ ବଡ଼ ବ୍ୟାଙ୍କ ଉପରେ 6 କୋଟି ଜରିମାନା ଲଗାଇଲା ରିଜର୍ଭ ବ୍ୟାଙ୍କ, ଆକାଉଣ୍ଟଧାରୀଙ୍କ ଉପରେ କ'ଣ ରହିବ ଏହାର ପ୍ରଭାବ ?
ଭାରତୀୟ ରିଜର୍ଭ ବ୍ୟାଙ୍କ ଦୁଇଟି ସରକାରୀ କ୍ଷେତ୍ର ବ୍ୟାଙ୍କ ଉପରେ ଜରିମାନା ଲଗାଇଛି । ବ୍ୟାଙ୍କିଙ୍ଗ ଆକ୍ଟର ନିୟମ ଉଲ୍ଲଂଘନ କରିଥିବାରୁ ଆରବିଆଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ ଇଣ୍ଡିଆ ଉପରେ 6 କୋଟି ଟଙ୍କା ଜରିମାନା ଲଗାଇଛି ।
ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ଦୁଇଟି ସରକାରୀ କ୍ଷେତ୍ର ବ୍ୟାଙ୍କ ଉପରେ ଜରିମାନା ଲଗାଇଛି । ବ୍ୟାଙ୍କିଙ୍ଗ ଆକ୍ଟର ନିୟମ ଉଲ୍ଲଂଘନ କରିଥିବାରୁ ଆରବିଆଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ ଇଣ୍ଡିଆ ଉପରେ 6 କୋଟି ଟଙ୍କା ଜରିମାନା ଲଗାଇଛି । ନିୟମ ଉଲ୍ଲଂଘନ ପାଇଁ ଏହି ଉଭୟ ବ୍ୟାଙ୍କ ଉପରେ ଏହି ଦଣ୍ଡବିଧାନ କରାଯାଇଛି ।

ପିଏନବି ଏବଂ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ଜରିମାନା
ବ୍ୟାଙ୍କିଙ୍ଗ ନିୟମ ଉଲ୍ଲଂଘନ କରିଥିବାରୁ ଆରବିଆଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ ଇଣ୍ଡିଆ ଉପରେ ଜୋରିମାନା ଲଗାଇଛି । ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ଆରବିଆଇ 4 କୋଟି ଜରିମାନା ଲଗାଇଥିବା ବେଳେ ପିଏନବିକୁ 2 କୋଟି ଜରିମାନା କରାଯାଇଛି । ଜାଲିଆତିର ବର୍ଗୀକରଣ ଏବଂ ରିପୋର୍ଟ ସହ ଜଡିତ ମାମଲାରେ ସଠିକ୍ ସୂଚନା ଦେଇନଥିବାରୁ ସେମାନଙ୍କ ଉପରେ ଏହି ଜରିମାନା ଲାଗୁ କରାଯାଇଛି ।
ଏହି ପ୍ରସଙ୍ଗରେ ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି ଯେ ବ୍ୟାଙ୍କ ଅଫ୍ ଇଣ୍ଡିଆର ସୁପରଭାଇଜର ମୂଲ୍ୟାଙ୍କନ ସମୟରେ ଏହି ଦୁଇଟି ବ୍ୟାଙ୍କରେ ଠକେଇ ସମ୍ପର୍କରେ ସୂଚନା ପାଇବା ପରେ ସମୀକ୍ଷା ବୈଠକ କରାଯାଇଥିଲା ଏବଂ ପରେ ବ୍ୟାଙ୍କ ଉପରେ ଜରିମାନା ଲାଗୁ କରାଯାଇଥିଲା । ରିଜର୍ଭ ବ୍ୟାଙ୍କ କହିଛି ଯେ ଯାଞ୍ଚ ସମୟରେ ଏହା ଜଣାପଡିଛି ଯେ ବ୍ୟାଙ୍କଗୁଡିକ ନିୟମକୁ ଅଣଦେଖା କରୁଛନ୍ତି ।
ଖାତାଧାରୀଙ୍କ ଉପରେ ଏହାର ପ୍ରଭାବ କ'ଣ ?
ଏହି ରିପୋର୍ଟ ପରେ ଉଭୟ ବ୍ୟାଙ୍କକୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଥିଲା, ଯାହା ପରେ ସେମାନଙ୍କ ଉପରେ 6 କୋଟି ଟଙ୍କା ଜୋରିମାନା ଲାଗୁ କରାଯାଇଥିଲା । ବ୍ୟାଙ୍କଗୁଡିକ ଉପରେ ଲାଗୁ ହୋଇଥିବା ଏହି ଜରିମାନା ଯୋଗୁଁ ବ୍ୟାଙ୍କଗୁଡିକର ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଏହି ବ୍ୟାଙ୍କଗୁଡିକର ଆକାଉଣ୍ଟଧାରୀଙ୍କ ଜମା ପୁଞ୍ଜି ଉପରେ ମଧ୍ୟ କୌଣସି ପ୍ରଭାବ ପଡ଼ିବ ନାହିଁ । ଆକାଉଣ୍ଟଧାରୀଙ୍କ ଟଙ୍କା ସଂପୂର୍ଣ୍ଣ ସୁରକ୍ଷିତ ।












Click it and Unblock the Notifications