ଆଦାନୀ ଗ୍ରୁପକୁ ଦିଆଯାଇଥିବା ଋଣ ବିଷୟରେ ବ୍ୟାଙ୍କରୁ ସୂଚନା ମାଗିଲା ଆରବିଆଇ : ଉତ୍ସ
ଆଦାନୀ ଗ୍ରୁପର ସେୟାର ମୂଲ୍ୟରେ ଅହେତୁକ ହ୍ରାସ ପରେ ଏହା ଉପରେ ରହିଛି ସମସ୍ତଙ୍କ ନଜର । ଏହା ପରେ ଆଦାନୀ ଗ୍ରୁପକୁ ଋଣ ଦେଇଥିବା ବ୍ୟାଙ୍କରୁ ସୂଚନା ମାଗିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।

ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ସେୟାର ମୂଲ୍ୟରେ ଅହେତୁକ ହ୍ରାସ ପରେ ଏହା ଉପରେ ରହିଛି ସମସ୍ତଙ୍କ ନଜର । ଏହା ପରେ ଆଦାନୀ ଗ୍ରୁପକୁ ଋଣ ଦେଇଥିବା ବ୍ୟାଙ୍କରୁ ସୂଚନା ମାଗିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏ ନେଇ କେତେକ ସୂତ୍ରରୁ ଖବର ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ଗତ କିଛି ଦିନ ମଧ୍ୟରେ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକର ସେୟାର ମୂଲ୍ୟରେ ଯଥେଷ୍ଟ ହ୍ରାସ ହୋଇଛି । ଆଦାନୀ ଏଣ୍ଟରପ୍ରାଇଜେସ୍ ମଧ୍ୟ ଏହାର FPO ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି । କମ୍ପାନୀର ଚେୟାରମ୍ୟାନ୍ ଗୌତମ ଆଦାନୀ 100 ପ୍ରତିଶତ ସବସ୍କ୍ରାଇବ ହେବା ପରେ ମଧ୍ୟ FPO ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ । କମ୍ପାନୀ ତରଫରୁ ଏହା କୁହାଯାଇଛି ଯେ ଷ୍ଟକ୍ ମାର୍କେଟର ଅସ୍ଥିରତାକୁ ଦୃଷ୍ଟିରେ ରଖି ଆମେ ଆମର ନିବେଶକଙ୍କ ସ୍ୱାର୍ଥରେ ଏହି FPO ପ୍ରତ୍ୟାହାର କରୁଛୁ ।
ଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ କହିଛନ୍ତି ଯେ ଏଭଳି ପରିସ୍ଥିତିରେ 20,000 କୋଟି ଟଙ୍କା FPO ସହିତ ଆଗକୁ ବଢିବା ଆମ ପାଇଁ ନୈତିକତା ଦୃଷ୍ଟିରୁ ଭୁଲ ହେବ । ଗୌତମ ଆଦାନୀଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ନିବେଶକଙ୍କ ଭାବନାକୁ ନିଜ ସପକ୍ଷରେ କରିବା ପାଇଁ ନିଆଯାଇଛି ବୋଲି କୁହାଯାଉଛି ।
ପ୍ରକାଶ ଥାଉକି, ଗୌତମ ଆଦାନୀଙ୍କ କମ୍ପାନୀ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟ ଯେଉଁଭଳି ଭାବେ ପ୍ରକାଶ ପାଇଛି , ସେବେଠାରୁ କମ୍ପାନୀର ସେୟାରଗୁଡ଼ିକ ଯଥେଷ୍ଟ ହ୍ରାସ ପାଇଛି । ହିଣ୍ଡେନବର୍ଗ ରିପୋର୍ଟରେ ଆଦାନୀ ଗ୍ରୁପ୍ ଉପରେ ଅନେକ ପ୍ରଶ୍ନ ଉଠିଛି । ଏହି ଆକଳନରେ ଭୁଲ ଉପସ୍ଥାପନା କରିଥିବା ନେଇ କମ୍ପାନୀ ବିରୋଧରେ ଅଭିଯୋଗ ହୋଇଛି । କିନ୍ତୁ ଆଦାନୀ ଗ୍ରୁପ୍ ଏହି ସମସ୍ତ ଅଭିଯୋଗକୁ ଅସ୍ୱୀକାର କରି ହିଣ୍ଡେନବର୍ଗଙ୍କ ରିପୋର୍ଟକୁ ମିଥ୍ୟା ବୋଲି କହିଛି । ଆଦାନୀ ଗ୍ରୁପ ପଭରୁ ହିଣ୍ଡେନବର୍ଗ ର ସମସ୍ତ 88 ପ୍ରଶ୍ନର ଜବାବ ବିସ୍ତୃତ ଭାବରେ ଦିଆଯାଇଛି । କିନ୍ତୁ ହିଣ୍ଡେନବର୍ଗ ଏହାର ପାଲଟା ଜବାବରେ କହିଛି, ଆମର ପ୍ରଶ୍ନର ଉତ୍ତର ଦିଆଯାଇ ନାହିଁ, କିନ୍ତୁ ପ୍ରଶ୍ନଗୁଡିକରୁ ଧ୍ୟାନକୁ ଦୂରେଇ ରଖିବା ପାଇଁ ଜାତୀୟତା ଏବଂ ରାଷ୍ଟ୍ରବାଦର ସାହାରା ନିଆଯାଉଛି ।












Click it and Unblock the Notifications