ସୁଧ ହାରକୁ 50 ବେସିକ୍ ପଏଣ୍ଟ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ
ଆରବିଆଇ ଗଭର୍ଣ୍ଣର ସୁଧ ହାରରେ 50 ବେସିକ୍ ପଏଣ୍ଟ ବୃଦ୍ଧି ଘୋଷଣା କରିଛନ୍ତି । ବୃଦ୍ଧି ପରେ ରେପୋ ହାର 5.40 ପ୍ରତିଶତକୁ ବୃଦ୍ଧି ପାଇଛି ।
ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଜି ଏହାର ମୁଦ୍ରା ନୀତି ଘୋଷଣା କରିଛି । ଏକ ସାମ୍ବାଦିକ ସମ୍ମିଳନୀରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ନୂତନ ମୁଦ୍ରା ନୀତି ଘୋଷଣା କରିଛନ୍ତି । ଆରବିଆଇ ଗଭର୍ଣ୍ଣର ସୁଧ ହାରରେ 50 ବେସିକ୍ ପଏଣ୍ଟ ବୃଦ୍ଧି ଘୋଷଣା କରିଛନ୍ତି । ବୃଦ୍ଧି ପରେ ରେପୋ ହାର 5.40 ପ୍ରତିଶତକୁ ବୃଦ୍ଧି ପାଇଛି ।

ବଢୁଥିବା ମୁଦ୍ରାସ୍ଫୀତି ହାରକୁ ନିୟନ୍ତ୍ରଣ କରିବା ପାଇଁ ଆରବିଆଇ ଏହି ବଡ ନିଷ୍ପତ୍ତି ନେଇଛି । ବୁଧବାର ରିଜର୍ଭ ବ୍ୟାଙ୍କର ମୁଦ୍ରା କମିଟିର ବୈଠକ ଆରମ୍ଭ ହୋଇଥିଲା । ରିଜର୍ଭ ବ୍ୟାଙ୍କ ମଧ୍ୟ ମେ ଏବଂ ଜୁନ୍ ମାସରେ ସୁଧ ହାର ବୃଦ୍ଧି କରିଛି । ଆରବିଆଇ ଉଭୟ ଥରରେ 90 ବେସିକ୍ ପଏଣ୍ଟ ବୃଦ୍ଧି କରିଛି । ଆଜିର ଘୋଷଣା ପୂର୍ବରୁ ରେପୋ ହାର 4.90 ପ୍ରତିଶତ, ରିଭର୍ସ ରେପୋ ହାର 3.35 ପ୍ରତିଶତ ଥିଲା ।
ଏହା ସହିତ ବ୍ୟାଙ୍କଗୁଡିକର ଋଣ ଅଭିବୃଦ୍ଧି ବାର୍ଷିକ 14% ବୃଦ୍ଧି ପାଇଛି । ଜୁନ୍ 2022 ରେ ମୁଦ୍ରାସ୍ଫୀତି ହାର 6 ପ୍ରତିଶତ ଥିଲା । ବିଶ୍ୱସ୍ତରରେ ମୁଦ୍ରାସ୍ଫୀତି ଏକ ଚିନ୍ତାର ବିଷୟ । ଯୋଗାଣ ବୃଦ୍ଧି ହେତୁ ଖାଇବା ତେଲର ମୂଲ୍ୟ ହ୍ରାସ ପାଇଛି । କେବଳ ଏତିକି ନୁହେଁ ଆସନ୍ତା ଦିନରେ ରନ୍ଧନ ତେଲର ମୂଲ୍ୟ ହ୍ରାସ ପାଇବ ବୋଲି ସେ କହିଛନ୍ତି । ଏହା ସହିତ ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ଆସନ୍ତା ବର୍ଷର ପ୍ରଥମ ତ୍ରୟମାସରେ ମୁଦ୍ରାସ୍ଫୀତି ହାର 5 ପ୍ରତିଶତ ହେବାର ସମ୍ଭାବନା ରହିଛି ।
ଏହା ସହିତ ସେ କହିଛନ୍ତି ଯେ କନଜ୍ୟୁମର ଇଣ୍ଡେକ୍ସ ମୁଦ୍ରାସ୍ଫୀତି ହାର ସାମାନ୍ୟ ଅଧିକ ରହିପାରେ, ଏହା 6 ପ୍ରତିଶତରୁ ଅଧିକ ରହିପାରେ । ଆର୍ଥିକ ବର୍ଷ 2023 ରେ ମୁଦ୍ରାସ୍ଫୀତି 6.7 ପ୍ରତିଶତ ହେବ ବୋଲି ଆଶା କରାଯାଉଛି ।












Click it and Unblock the Notifications