ବଢିଲା ରେପୋ ରେଟ୍, 50 ବେସିକ୍ ପଏଣ୍ଟ ବଢି 5.9% କୁ ହେଲା ବୃଦ୍ଧି
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ମୁଦ୍ରା ନୀତି କମିଟି (ଏମପିସି) ଶୁକ୍ରବାର ରେପୋ ହାରକୁ 50 ଆଧାର ପଏଣ୍ଟ (ବିପିଏସ୍) କୁ ବଦ୍ଧି କରିଛି । ଏହା ପରେ ରେପୋ ରେଟ୍ 5.90 ପ୍ରତିଶତକୁ ବୃଦ୍ଧି ହୋଇଛି ।
ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ମୁଦ୍ରା ନୀତି କମିଟି (ଏମପିସି) ଶୁକ୍ରବାର ରେପୋ ହାରକୁ 50 ଆଧାର ପଏଣ୍ଟ (ବିପିଏସ୍) କୁ ବଦ୍ଧି କରିଛି । ଏହା ପରେ ରେପୋ ରେଟ୍ 5.90 ପ୍ରତିଶତକୁ ବୃଦ୍ଧି ହୋଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ ସୂଚନା ଦେଇଛନ୍ତି । ଶ୍ରୀ ଦାସ କହିଛନ୍ତି ଯେ କରୋନାଭାଇରସ୍ ମହାମାରୀର ଦୁଇଟି ଝଟକା ଏବଂ ୟୁକ୍ରେନ ବିବାଦ ପରେ ଆମେ ବର୍ତ୍ତମାନ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛୁ । ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଆଣିଥିବା ଆକ୍ରମଣାତ୍ମକ ମୁଦ୍ରା ନୀତି ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।

ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଆରବିଆଇ ଦ୍ୱାରା ରେପୋ ହାରରେ ବୃଦ୍ଧି କରାଯାଇଛି । କୋରୋନା ସମୟରେ ରେପୋ ହାର 5.40 ପ୍ରତିଶତ ଥିଲା, ବର୍ତ୍ତମାନ 5.90 ପ୍ରତିଶତକୁ ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ ଆରବିଆଇର ଏହି ପଦକ୍ଷେପ ମୁଦ୍ରାସ୍ଫୀତିରେ ହ୍ରାସ ଆଣିବ ବୋଲି କୁହାଯାଉଛି ।
ରେପୋ ରେଟ୍ କଣ ?
ରେପୋ ହେଉଛି ସେହି ହାର ଯେଉଁଥିରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଆବଶ୍ୟକ ସମୟରେ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ଋଣ ଦେଇଥାଏ । ଏହି କେନ୍ଦ୍ରୀୟ ବ୍ୟାଙ୍କ ମାଧ୍ୟମରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ହୁଏ । ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ଏହା ହେଉଛି ତୃତୀୟ ବୃଦ୍ଧି । ଆମେ ଆପଣଙ୍କୁ କହି ରଖୁଛୁ ଯେ, ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ 6 ଜଣିଆ ମୁଦ୍ରା ନୀତି କମିଟି ବୁଧବାର ଦିନ ଦ୍ୱି-ମାସିକ ନୀତି ସମୀକ୍ଷା ଉପରେ ବିଚାରବିମର୍ଶ ଆରମ୍ଭ କରିଥିଲେ, ଯାହା ପରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି ।
ରେପୋ ରେଟ୍ ବୃଦ୍ଧିକୁ ପାର୍ବଣ ଋତୁରେ ସାଧାରଣ ଲୋକଙ୍କ ପାଇଁ ବଡ଼ ଝଟକା ବୋଲି କୁହାଯାଉଛି । କାରଣ ରେପୋ ବୃଦ୍ଧି କରିବା ପରେ ଘର ଋଣ, ଅଟୋ ଋଣ ସମେତ ଅନ୍ୟାନ୍ୟ ଋଣ ମହଙ୍ଗା ହେବ । ଏପରି ପରିସ୍ଥିତିରେ, ବର୍ତ୍ତମାନର EMI ମଧ୍ୟ ବୃଦ୍ଧି ପାଇପାରେ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications