ହଟିବ କି ବ୍ୟାଙ୍କ ନୋଟ୍ ରୁ ଗାନ୍ଧିଙ୍କ ଫଟୋ ? ଜାଣନ୍ତୁ, କଣ ସ୍ପଷ୍ଟୀକରଣ ରଖିଲେ ଆରବିଆଇ
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସୋମବାର ସ୍ପଷ୍ଟ କରିଛି ଯେ ବର୍ତ୍ତମାନ ମୁଦ୍ରା ଏବଂ ନୋଟରେ କୌଣସି ପରିବର୍ତ୍ତନ ହେବ ନାହିଁ ।
ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସୋମବାର ସ୍ପଷ୍ଟ କରିଛି ଯେ ବର୍ତ୍ତମାନ ମୁଦ୍ରା ଏବଂ ନୋଟରେ କୌଣସି ପରିବର୍ତ୍ତନ ହେବ ନାହିଁ ।
ମହାତ୍ମା ଗାନ୍ଧିଙ୍କ ଫଟୋ ସ୍ଥାନରେ ଏପିଜେ ଅବଦୁଲ କଲାମ ଏବଂ ରବୀନ୍ଦ୍ରନାଥ ଟାଗୋରଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଫଟୋ ବଦଳାଇବା ନେଇ କେନ୍ଦ୍ରୀୟ ବ୍ୟାଙ୍କ ଏବଂ କେନ୍ଦ୍ର ସରକାର ନୋଟରେ ପରିବର୍ତ୍ତନ ଆଣୁଥିବା ନେଇ ଚର୍ଚ୍ଚା ହେଉଥିବା ଖବର ମଧ୍ୟରେ ସ୍ପଷ୍ଟୀକରଣ ଆସିଛି । ଆରବିଆଇ ଏକ ବିବୃତ୍ତିରେ କହିଛି ଯେ "କେତେକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ଯେ ମହାତ୍ମା ଗାନ୍ଧିଙ୍କ ଫଟୋ ବଦଳାଇ ରିଜର୍ଭ ବ୍ୟାଙ୍କ ବିଦ୍ୟମାନ ମୁଦ୍ରା ଏବଂ ନୋଟରେ ପରିବର୍ତ୍ତନ ଆଣିବାକୁ ବିଚାର କରୁଛି । ରିଜର୍ଭ ବ୍ୟାଙ୍କରେ ସେପରି କୌଣସି ପ୍ରସ୍ତାବ ନାହିଁ ।"

ସୂତ୍ର ଗୋପନ ରଖି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ କରିଛି ଯେ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଆରବିଆଇ ଏବଂ ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ ମେଣ୍ଟିଂ କର୍ପୋରେସନ୍ (ଏସପିଏମସିଏଲ୍) ଲେଖକ ତଥା ନୋବେଲ ପୁରସ୍କାର ପ୍ରାପ୍ତ ରବୀନ୍ଦ୍ରନାଥ ଟାଗୋର ଏବଂ ଭାରତର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଫଟୋର ୱାଟର ମାର୍କ ବ୍ୟବହାର କରିବାକୁ ଚିନ୍ତା କରୁଛନ୍ତି ।
ଏହି ପ୍ରକ୍ରିୟା ପାଇଁ ଦିଲ୍ଲୀ ଆଇଆଇଟିର ଏମୋରିଟସ ପ୍ରଫେସର ଦିଲିପ ଟି ଶାହାଣୀଙ୍କ ନିକଟକୁ ଅବଦୁଲ କଲାମ ଓ ରବିନ୍ଦ୍ରନାଥ ଟାଗୋରଙ୍କ ୱାଟରମାର୍କର ନମୁନାର ଦୁଇଟି ସେଟ ପଠାଇଛନ୍ତି । ପ୍ରଫେସର ଏହି ଦୁଇଟି ସେଟ ମଧ୍ୟରୁ ଏକ ସେଟ ବାଛି ସରକାରଙ୍କୁ ତାଙ୍କର ଚୂଡ଼ାନ୍ତ ନିଷ୍ପତ୍ତି ଉପସ୍ଥାପନ କରିବାକୁ କୁହାଯାଇଛି । ନମୁନାଗୁଡ଼ିକର ଡିଜାଇନ୍ ରେ 'ଅଫିସିଆଲ୍ ମଞ୍ଜୁରୀ' ଥିବାବେଳେ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ଦୃଢ ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ସେ କହିଛନ୍ତି ।












Click it and Unblock the Notifications