Get Updates
Get notified of breaking news, exclusive insights, and must-see stories!

କ୍ରମାଗତ ନବମ ଥର ପାଇଁ ଅପରିବର୍ତ୍ତିତ ରହିଲା ଆରବିଆଇ ରେପୋ-ରିଭର୍ସ ରେପୋ ରେଟ

ପୁଣି ଅପରବର୍ତ୍ତିତ ରହିଲା ଭାରତୀୟ ରିଭର୍ସ ବ୍ୟାଙ୍କର ରେପୋ ରେଟ । କୌଣସି ପରିବର୍ତ୍ତନ ନକରି ଏହାକୁ 4 ପ୍ରତିଶତରେ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ରିଭର୍ସ ରେପୋ ରେଟରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ନୂଆଦିଲ୍ଲୀ : ପୁଣି ଅପରବର୍ତ୍ତିତ ରହିଲା ଭାରତୀୟ ରିଭର୍ସ ବ୍ୟାଙ୍କର ରେପୋ ରେଟ । କୌଣସି ପରିବର୍ତ୍ତନ ନକରି ଏହାକୁ 4 ପ୍ରତିଶତରେ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ରିଭର୍ସ ରେପୋ ରେଟରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇନାହିଁ ।

repo rate

ବୁଧବାର ସକାଳେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହା ଘୋଷଣା କରିଛନ୍ତି । କୌଣସି ପରିବର୍ତ୍ତନ ନହେବା ସହିତ ରେପୋ ହାର 4 ପ୍ରତିଶତରେ ଅପରିବର୍ତ୍ତିତ ରହିବ ଏବଂ ରିଭର୍ସ ରେପୋ ହାର ମଧ୍ୟ 3.35 ପ୍ରତିଶତରେ ରହିବ ।

ଏହା ବ୍ୟତୀତ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି ଯେ ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି (ଏମଏସଏଫ) ହାର ଏବଂ ବ୍ୟାଙ୍କ ହାର 4.25 ପ୍ରତିଶତ ରହିବ । ଏହା ବ୍ୟତୀତ ଶ୍ରୀ ଦାସ କରୋନା ଭାରିଆଣ୍ଟ ଓମିକ୍ରନ୍ ର ନୂତନ ପ୍ରକାର ମଧ୍ୟରେ ଦେଶର ଜିଡିପି ଅଭିବୃଦ୍ଧିକୁ ସକାରାତ୍ମକ ରଖିଛନ୍ତି । ସେ କହିଛନ୍ତି ଯେ 2021-22 ରେ ପ୍ରକୃତ ଜିଡିପି ଅଭିବୃଦ୍ଧିର ପୂର୍ବାନୁମାନ 9.5 ପ୍ରତିଶତ ରଖାଯାଇଛି । ଏଥିସହିତ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI) ମୁଦ୍ରାସ୍ଫୀତି 2021-22 ରେ 5.3 ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+