ମୁଦ୍ରା ନୀତି ଘୋଷଣା କଲା ଆରବିଆଇ, ସୁଧ ହାରରେ ହେବନି କୌଣସି ପରିବର୍ତ୍ତନ
ମୁଦ୍ରା ନୀତି ଘୋଷଣା କରିବାବେଳେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ସୁଧ ହାରରେ (ରେପୋ ରେଟ୍) କୌଣସି ପରିବର୍ତ୍ତନ କରାଯାଇ ନାହିଁ ।
ନୂଆଦିଲ୍ଲୀ : ଭାରତ ରିଜର୍ଭ ବ୍ୟାଙ୍କ 2022-23 ଆର୍ଥିକ ବର୍ଷ ପାଇଁ ପ୍ରଥମ ମୁଦ୍ରା ନୀତି ଘୋଷଣା କରିଛି । ମୁଦ୍ରା ନୀତି ଘୋଷଣା କରିବାବେଳେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ସୁଧ ହାରରେ (ରେପୋ ରେଟ୍) କୌଣସି ପରିବର୍ତ୍ତନ କରାଯାଇ ନାହିଁ । ପୂର୍ବ ପରି ଏହା 4 ପ୍ରତିଶତରେ ଅପରିବର୍ତ୍ତିତ ଥିବାବେଳେ ରିଭର୍ସ ରେପୋ ରେଟ୍ ରେ 40 ବେସ୍ ପଏଣ୍ଟକୁ ବୃଦ୍ଧି କରାଯାଇଛି ।

ସୂଚନାଯୋଗ୍ୟ ଯେ କ୍ରମାଗତ 11 ତମ ତ୍ରୈମାସିକ ପାଇଁ ରେପୋ ହାର ସ୍ଥିର ରହିଛି ଏବଂ 4 ପ୍ରତିଶତରେ ରଖାଯାଇଛି । କିନ୍ତୁ, ରିରଭର୍ସ ରେପୋ ରେଟ୍ 3.75 ରେ 40 ଆଧାର ପଏଣ୍ଟ ବୃଦ୍ଧି କରାଯାଇଛି । ଦେଶର ଅର୍ଥନୀତି ଏବଂ ବିକାଶକୁ ବୃଦ୍ଧି କରିବା ଆମର ମୁଦ୍ରା ନୀତିର ଲକ୍ଷ୍ୟ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି ।
ମାର୍ଜିନାଲ ଷ୍ଟାଣ୍ଡିଂ ସୁବିଧା ମଧ୍ୟ ଆରବିଆଇ ଦ୍ୱାରା ପରିବର୍ତ୍ତିତ ହୋଇନାହିଁ ଏବଂ ଏହା 4.25 ପ୍ରତିଶତ ରହିଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି ଯେ ଏହି ଆର୍ଥିକ ବର୍ଷରେ ଜିଡିପି 7.2 ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି ।
ଆପଣଙ୍କୁ କହି ରଖୁଛୁ ଯେ 22 ମଇ 2020 ରେ ରେପୋ ରେଟ୍ 4 ପ୍ରତିଶତ ଥିଲା, ଏବଂ ବର୍ତ୍ତମାନ ଏଥିରେ କୌଣସି ପରବର୍ତ୍ତନ କରାଯାଇନାହିଁ ।












Click it and Unblock the Notifications