ଗ୍ରାହକଙ୍କୁ ଆଲର୍ଟ କଲା ଆରବିଆଇ : ମେ ୨୩ ପୂର୍ବରୁ ସାରି ଦିଅନ୍ତୁ କାମ

ଡିଜିଟାଲ ଟ୍ରାଞ୍ଜାକ୍ସନ କରୁଥିବା ଗ୍ରାହକଙ୍କ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଆଲର୍ଟ ଜାରି କରିଛି । ଆରବିଆଇ କହିଛି ମେ ୨୩ରେ କିଛି ଘଣ୍ଟା ପାଇଁ ଏନଇଏଫଟି ସର୍ଭିସ କାମ କରିବ ନାହିଁ । ତେଣୁ ଏହା ପୂର୍ବରୁ ବାକି ଥିବା କାମ ତୁଟାଇ ଦିଅନ୍ତୁ ।

ନୂଆଦିଲ୍ଲୀ: ଡିଜିଟାଲ ଟ୍ରାଞ୍ଜାକ୍ସନ କରୁଥିବା ଗ୍ରାହକଙ୍କ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଆଲର୍ଟ ଜାରି କରିଛି । ଆରବିଆଇ କହିଛି ମେ ୨୩ରେ କିଛି ଘଣ୍ଟା ପାଇଁ ଏନଇଏଫଟି ସର୍ଭିସ କାମ କରିବ ନାହିଁ । ତେଣୁ ଏହା ପୂର୍ବରୁ ବାକି ଥିବା କାମ ତୁଟାଇ ଦିଅନ୍ତୁ । ଯଦି କାହାକୁ ଡିଜିଟାଲରେ ଟଙ୍କା ଦେବାର ଅଛି ତେବେ ସେହି କାମକୁ ଆଗୁଆ ସାରିବାକୁଅପିଲ୍ କରିଛି । ଏନେଇ ଆରବିଆଇ ଟ୍ୱିଟ୍ କରି ସୂଚନା ଦେଇଛି ।

RBI

ସୂଚନା ଅନୁସାରେ, ନ୍ୟାସନାଲ ଇଲେକଟ୍ରୋନିକ ଫଣ୍ଡ ଟ୍ରାନ୍ସଫର ସିଷ୍ଟମ(ଏନଇଏଫଟି) ସମଗ୍ର ଦେଶରେ ପ୍ରଚଳନ ହେଉଥିବା ଏକ ପେମେଣ୍ଟ ସିଷ୍ଟମ । ଏଥିରେ କୌଣସି ବ୍ୟାଙ୍କର ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ନେଣଦେଣ କରାଯାଇଥାଏ । ଏନଇଏଫଟି ଜରିଆରେ ଗ୍ରାହକ ମିନିଟରେ ଟଙ୍କା ଯେ କୌଣସି ବ୍ୟକ୍ତି ପାଖକୁ ପଠାଇ ପାରିବେ । ଦେଶର ଯେ କୌଣସି ବ୍ୟାଙ୍କର ଶାଖାରେ ଏହି ସୁବିଧା ଜରିଆରେ ଟଙ୍କା ପଠାଇ ପାରିବେ ।

ମେ ୨୨ରେ ବ୍ୟାଙ୍କରେ କାମ ସରିବା ପରେ ଟେକ୍ନିକାଲ ଅପଗ୍ରେଡେସନ ପାଇଁ ଏନଇଏଫଟି ମେ ୨୩ ତାରିଖ ରାତି ୧୨ଟାରୁ ଦିନ ୨ଟା ଯାଏଁ କାମ କରିବ ନାହିଁ ବୋଲି ଆରବିଆଇ ପକ୍ଷରୁ କରାଯାଇଛି । ତେବେ ଏନଇଏଫଟି ଜରିଆରେ ଟଙ୍କା ନେଣଦେଣ କରିବାର କୌଣସି ସର୍ବନିମ୍ନ ସୀମା ନାହିଁ । ଅର୍ଥାତ ଆପଣ ଯେତେ ଚାହିଁବେ ଟଙ୍କା ନେଣଦେଣ କରି ପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+