Rajasthan Budget 2021: ଗେହଲଟ୍ ସରକାରଙ୍କ 10 ଟି ବଡ ଘୋଷଣା, ଜାଣନ୍ତୁ କ'ଣ ରହିଲା ରାଜ୍ୟ ବଜେଟ୍ ?

ସହରିଆ ଜନଜାତି ଏବଂ ସ୍ୱତନ୍ତ୍ର ଯୋଗ୍ୟ ଶ୍ରମିକମାନେ MNREGA ରେ 100 ବଦଳରେ 200 ଦିନ ରୋଜଗାର ପାଇବେ । ନୂତନ ଯାନ ସହିତ ଗ୍ରାମୀଣ ବସ୍ ସେବା ପୁଣି ଆରମ୍ଭ ହେବ । ବିଜେପି ଶାସନ ଅଧୀନରେ ଏହି ବସ୍ ସେବା ବନ୍ଦ କରିଦିଆଯାଇଥିଲା ।

ଜୟପୁର : ରାଜସ୍ଥାନର ଗେହଲଟ୍ ସରକାର 24 ଫେବୃଆରୀରେ ବିଧାନସଭାରେ 2021-22 ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ସକାଳ 11 ଟାରୁ ଆରମ୍ଭ ହୋଇଥିବା ବଜେଟ୍ ଭାଷଣ ସମୟରେ ସିଏମ୍ ଅଶୋକ ଗେହଲୋଟ୍ ଅନେକ ଥର ବିରୋଧୀଙ୍କୁ ଥଟ୍ଟା କରିବା ସହ ହସମଜା ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା ।

Ashok-Gehlot

'ଏହା ଯାଦୁଗରର ଯାଦୁ ...' ସାଏରୀ ପଢିଲେ ଗେହଲଟ୍

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଜେପି ବିଧାୟକଙ୍କ ନିକଟକୁ ଯାଇ ସାଏରୀ ଗାଇବା ସହ 'ଏହା ଯାଦୁକର ଯାଦୁ' ବୋଲି କହିଥିଲେ । ଏଥିସହିତ ସେକହିଛନ୍ତି ​​କୃଷକମାନଙ୍କ ଠାରେ ଭାରତର ଆତ୍ମା ରହିଛି । ଆସନ୍ତା ବର୍ଷ ଠାରୁ କୃଷି ବଜେଟ୍ ପୃଥକ ଭାବରେ ଉପସ୍ଥାପିତ ହେବ ।

କରୋନା କାଳର ଚ୍ୟାଲେଞ୍ଜକୁ ବଖାଣିଲେ ଗେହଲଟ୍

ବଜେଟ୍ ଉପସ୍ଥାପନ ସମୟରେ ଗେହଲୋଟ୍ କୋଭିଡ୍ -19 ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହା ସହ ସେ କହିଛନ୍ତି, କରୋନା ହ୍ରାସ ପାଇଛି, ହେଲେ କରୋନା ଏବେବି ଶେଷ ହୋଇନାହିଁ ।

ବଜେଟର 10 ବଡ ଘୋଷଣା

କରୋନା ଅବଧିରେ ଅଟକାଯାଇଥିବା ସରକାରୀ କର୍ମଚାରୀଙ୍କ ଦରମା ରିଲିଜ୍ କରିବାକୁ ଘୋଷଣା କରାଯାଇଛି । ଏଥିପାଇଁ ପ୍ରାୟ 1600 କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏଥିସହିତ ଆସନ୍ତା ବର୍ଷଠାରୁ ପୃଥକ ଭାବରେ କୃଷି ବଜେଟ୍ ଉପସ୍ଥାପନ କରିବାର ଘୋଷଣା ମଧ୍ୟ କରିଛନ୍ତି । ଏଥିସହିତ 16 ହଜାର କୋଟି ଟଙ୍କାର ସୁଧମୁକ୍ତ ଚାଷ ଋଣ ମଧ୍ୟ ଦେବା ନେଇ ଘୋଷଣା କରିଛନ୍ତି ।

Rajasthan-Assembly

ଷ୍ଟାମ୍ପ ଡ୍ୟୁଟିରେ 50 ଲକ୍ଷ ଯାଏଁ ହ୍ରାସ

ଆର୍ଥିକ ବର୍ଷ 2021-22 ରେ 50 ହଜାର କୃଷକଙ୍କୁ ବିଦ୍ୟୁତ୍ ସଂଯୋଗ ଘୋଷଣା କରିବା ସହ କୃଷି ଉତ୍ପାଦନ ମଣ୍ଡିରେ 1000 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏଥିସହିତ ଯୋଧପୁରରେ କୃଷକ କମ୍ପ୍ଲେକ୍ସ ତିଆରି କରିବାର ଘୋଷଣା ମଧ୍ୟ କରିଛନ୍ତି ରାଜସ୍ଥାନ ସରକାର । DLC ହାରରେ 10% ହ୍ରାସର ଘୋଷଣା କରି ଫ୍ଲାଟରେ ଥିବା ଷ୍ଟାମ୍ପ ଡ୍ୟୁଟି 6 ରୁ 4 ପ୍ରତିଶତକୁ କମ୍ କରି 50 ଲକ୍ଷ ପର୍ଯ୍ୟନ୍ତ ହ୍ରାସ କରାଯାଇଛି ।

100 ଟି ବିଦ୍ୟାଳୟର ହେବ ନବୀକରଣ

ଏହି ଆର୍ଥିକ ବର୍ଷରେ ରାଜ୍ୟ ସରକାର ଚଳଚ୍ଚିତ୍ର ପ୍ରୋତ୍ସାହନ ନୀତି ଆଣିବା ନେଇ ଘୋଷଣା କରିଛନ୍ତି । ରାଜସ୍ଥାନୀ ଚଳଚ୍ଚିତ୍ରକୁ 25 ଲକ୍ଷ ଟଙ୍କା ସହଯୋଗୀ ରାଶି ଏବଂ ଜିଏସଟି ଉପରେ 100% ରିହାତି ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏଥିସହିତ ରାଜ୍ୟ ସ୍ୱାସ୍ଥ୍ୟ ବିଲ୍ ମଧ୍ୟ ଆଗତ ହେବ । ଆସନ୍ତା ବର୍ଷ ସୁଦ୍ଧା 3500 କୋଟି ଟଙ୍କା ବ୍ୟୟରେ ୟୁନିଭର୍ସାଲ୍ ହେଲଥ୍ ସ୍କିମ୍ କାର୍ଯ୍ୟକାରୀ ହେବ । 37 ହଜାର 400 ଅଙ୍ଗନୱାଡି କେନ୍ଦ୍ର, ଇଂରାଜୀ ବିଦ୍ୟାଳୟରେ ଆସବାବପତ୍ର ଯୋଗାଇ ଦିଆଯିବ । ଏହା ବ୍ୟତୀତ 50 ଟି ନୂତନ ସରକାରୀ ବିଦ୍ୟାଳୟ ଖୋଲିବ ଏବଂ 100 ଟି ବିଦ୍ୟାଳୟର ନବୀକରଣ କରାଯିବା ନେଇ ଘୋଷଣା କଲେ ଗେହଲଟ୍ ସରକାର ।

MNREGAରେ 100 ପରିବର୍ତ୍ତେ 200 ଦିନ ରୋଜଗାର ମିଳିବ

ସହରିଆ ଜନଜାତି ଏବଂ ସ୍ୱତନ୍ତ୍ର ଯୋଗ୍ୟ ଶ୍ରମିକମାନେ MNREGA ରେ 100 ବଦଳରେ 200 ଦିନ ରୋଜଗାର ପାଇବେ । ନୂତନ ଯାନ ସହିତ ଗ୍ରାମୀଣ ବସ୍ ସେବା ପୁଣି ଆରମ୍ଭ ହେବ । ବିଜେପି ଶାସନ ଅଧୀନରେ ଏହି ବସ୍ ସେବା ବନ୍ଦ କରିଦିଆଯାଇଥିଲା ।

ଚାରିଜଣ ବିଧାୟକଙ୍କ ନାମରେ ଖୋଲିବ କଲେଜ୍

ନିକଟରେ ପ୍ରାଣ ହରାଇଥିବା ରାଜସ୍ଥାନର 4 ଜଣ ବିଧାୟକଙ୍କ ନାମରେ ବାଳିକା ମହାବିଦ୍ୟାଳୟ ଖୋଲାଯିବ । ଏହା ଅଧୀନରେ ରାଜସଂସଦରେ କିରଣ ମହେଶ୍ୱରୀ ମହିଳା ମହାବିଦ୍ୟାଳୟ, ଭିଣ୍ଡରରେ ଗଜେନ୍ଦ୍ର ସିଂ ମହିଳା ମହାବିଦ୍ୟାଳୟ, ସୁଜନଗଡ଼ରେ ମାଷ୍ଟର ଭନୱରଲାଲ ମହିଳା ମହାବିଦ୍ୟାଳୟ, ଗଙ୍ଗାପୁରରେ କୈଳାଶ ତ୍ରିବେଦୀ ମହିଳା ମହାବିଦ୍ୟାଳୟ ପ୍ରଚିଷ୍ଠା କରିବା ନେଇ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+