Get Updates
Get notified of breaking news, exclusive insights, and must-see stories!

ସରକାରଙ୍କ ୧୩୭ ବର୍ଷର ପୁରୁଣା ସ୍କିମ୍ : ଟଙ୍କା ନିବେଶର ୫ ବର୍ଷ ପରେ ମିଳିବ ଲାଭ, ଚାହୁଁ ଚାହୁଁ ହେବେ ମାଲେମାଲ୍

ଏହା ଦେଶର ସର୍ବ ପୁରାତନ ବୀମା ଯୋଜନା । ଭାରତରେ ବ୍ରିଟିଶ ଶାସନ ସମୟରେ, ପ୍ରାୟ 137 ବର୍ଷ ପୂର୍ବେ ଏହି ବୀମା ଯଥା PLI ଆରମ୍ଭ ହୋଇଥିଲା । ଏହି ଜୀବନ ବୀମା କେବଳ ଡ଼ାକ ବିଭାଗ ଦ୍ୱାରା ହିଁ ପ୍ରଦାନ କରାଯାଇଥାଏ ।

PLI କିମ୍ବା ଡାକ ଜୀବନ ବୀମା ହେଉଛି ଭାରତ ସରକାରଙ୍କ ଜୀବନ ବୀମା ଯୋଜନା । ଡାକ ବିଭାଗ ତାର ନିଜ କାର୍ଯ୍ୟ ସହିତ ଏହି ଜୀବନ ବୀମା ପଲିସି ମଧ୍ୟ ବିକ୍ରି କରିଥାଏ । ଏହା ଦେଶର ସର୍ବ ପୁରାତନ ବୀମା ଯୋଜନା । ଭାରତରେ ବ୍ରିଟିଶ ଶାସନ ସମୟରେ, ପ୍ରାୟ 137 ବର୍ଷ ପୂର୍ବେ ଏହି ବୀମା ଯଥା PLI ଆରମ୍ଭ ହୋଇଥିଲା । ଏହି ଜୀବନ ବୀମା କେବଳ ଡ଼ାକ ବିଭାଗ ଦ୍ୱାରା ହିଁ ପ୍ରଦାନ କରାଯାଇଥାଏ । ପୋଷ୍ଟାଲ୍ ଲାଇଫ୍ ଇନ୍ସ୍ୟୁରାନ୍ସ ତଥା PLI ହେଉଛି ଏକ ସମ୍ପୂର୍ଣ୍ଣ ଜୀବନ ଆଶ୍ୱସନ ଯୋଜନା, ଯେଉଁଥିରେ ପାଞ୍ଚ ବର୍ଷ ପୂରିବା ପରେ ଏଣ୍ଡୋବମେଣ୍ଟ ଇନ୍ସ୍ୟୁରାନ୍ସ ପଲିସିରେ ବଦଳିବାର ବିକଳ୍ପ ରହିଛି ।

Post-Office

ଏହି ପୋଷ୍ଟାଲ୍ ଲାଇଫ୍ ଇନ୍ସ୍ୟୁରାନ୍ସ ଯୋଜନାରେ ଦୁଇ ପ୍ରକାର ପଲିସି ରହିଛି । ଗୋଟିଏ 15 ବର୍ଷ ପାଇଁ ହୋଇଥିବା ବେଳେ ଅନ୍ୟଟି 20ବର୍ଷ ପାଇଁ କିଣିପାରିବେ ।

15 ବର୍ଷର ଯୋଜନାରେ ଗ୍ରାହକଙ୍କୁ 6 ବର୍ଷ ପରେ ମୋଟ ଜମା ରାଶିର 20% ଏବଂ 9 ବର୍ଷ ପରେ 20%, ପୁଣି 12 ବର୍ଷ ପରେ 20% ଏବଂ 15 ବର୍ଷ ସମାପ୍ତ ହେବା ପରେ 40% ହାରରେ ବୋନସ୍ ମିଳିଥାଏ ।

ସେହିପରି 20 ବର୍ଷର ଯୋଜନାରେ ଆଠ ବର୍ଷ ପରେ 20 ପ୍ରତିଶତ, 12 ବର୍ଷ ପରେ 20 ପ୍ରତିଶତ, 16 ବର୍ଷ ପରେ 20 ପ୍ରତିଶତ ଏବଂ 20 ବର୍ଷ ପରେ ମୋଟ ରାଶିର 40% ହାରରେ ବୋନସ୍ ମିଳିଥାଏ ।

ପୋଷ୍ଟାଲ୍ ଲାଇଫ୍ ଇନ୍ସ୍ୟୁରାନ୍ସ ବିଷୟରେ କେତେକ ଗୁରୁତ୍ୱପୂର୍ଣ୍ଣ କଥା...

(1) ପୋଷ୍ଟାଲ୍ ଲାଇଫ୍ ଇନ୍ସ୍ୟୁରାନ୍ସ (PLI) ଯୋଜନା ଅଧୀନରେ, ଆପଣ ବର୍ତ୍ତମାନ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନ ବୀମା ନେଇପାରିବେ । ଏହି ସ୍କିମ୍ ଏଣ୍ଡୋବମେଣ୍ଟ ବୀମା ସହିତ ସମାନ । 5 ବର୍ଷ ପୁର ହେବା ପରେ ପରେ, କେତେକ ସର୍ତ୍ତାବଳୀ ସହିତ ଏହି ପଲିସି ଏଣ୍ଡୋବମେଣ୍ଟ ଇନ୍ସ୍ୟୁରାନ୍ସରେ ପରିବର୍ତ୍ତନ କରାଯାଇପାରିବ ।

(2) PLI ଯୋଜନା କିଣୁଥିବା ବ୍ୟକ୍ତିଙ୍କ ବୟସ 55 ବର୍ଷରୁ ଅଧିକ ହୋଇନଥିବ । ଯଦି ଯୋଜନା କିଣିବାର 6 ବର୍ଷ ପର୍ଯ୍ୟନ୍ତ ଗ୍ରାହକ ପଲିସି ପରିବର୍ତ୍ତନ କରିବା ନେଇ କୌଣସି ସୂଚନା ନ ଦିଅନ୍ତି, ତେବେ ସେହି ପଲିସିକୁ ସବୁଦିନ ପାଇଁ ଜୀବନ ବୀମା ଭାବରେ ବିବେଚନା କରାଯିବ ।

(3) ପୋଷ୍ଟାଲ୍ ଲାଇଫ୍ ଇନ୍ସ୍ୟୁରାନ୍ସ (PLI) ରେ ଋଣ ସୁବିଧା ମଧ୍ୟ ଉପଲବ୍ଧ । ଏତିସହିତ ତିନିବର୍ଷ ପରେ ଏହି ଯୋଜନାକୁ ବନ୍ଦ କରିପାରିବେ । ଯଦି ପାଞ୍ଚ ବର୍ଷ ପୂରଣ ହେବା ପୂର୍ବରୁ ଗ୍ରାହକ ବୀମା ଉପରେ ଋଣ ନେବାକୁ ଚାହାନ୍ତି କିମ୍ବା ପଲିସି ବନ୍ଦ କରିବାକୁ ଚାହାନ୍ତି, ତେବେ ପଲିସିରେ ଥିବ ବୋନସ୍ ଆଉ ମିଳିବ ନାହିଁ ।

4)ପୋଷ୍ଟାଲ୍ ଲାଇଫ୍ ଇନ୍ସ୍ୟୁରାନ୍ସ ର ସୁମଙ୍ଗଲ ଯୋଜନା 'ସୁମଙ୍ଗଲ' ଭାବରେ ମଧ୍ୟ ଜଣାଶୁଣା । ଏହା ସର୍ବାଧିକ 5ଲକ୍ଷ ଟଙ୍କାର ଏକ ବୀମା ସହିତ ମନିବ୍ୟାକ୍ ଯୋଜନାର ଅନ୍ତର୍ଭୁକ୍ତ । ଯଦି ଆପଣଙ୍କୁ ସମୟ ସମୟରେ କିଛି ପରିମାଣର ଟଙ୍କା ଆବଶ୍ୟକ ପଡ଼େ ତେବେ ଆପଣ ଏହି ପଲିସିରୁ ନେଇପାରିବେ ।

(5) ବୀମା କିଣିଥିବା ଗ୍ରାହକଙ୍କ ଅପ୍ରତ୍ୟାଶିତ ମୃତ୍ୟୁରେ ଯୋଜନାରେ ଲିଖିତ ଥିବା ବ୍ୟକ୍ତି କିମ୍ବା ଆଇନଗତ ଉତ୍ତରାଧିକାରୀଙ୍କୁ ଏହି ବୋନସ୍ ରାଶି ସହିତ ବୀମାର ସମ୍ପୂର୍ଣ୍ଣ ପରିମାଣ ମିଳିଥାଏ ।

(6) ଯଦି ପଲିସିଧାରୀ କ୍ରମାଗତ 6 ଥର ପ୍ରିମିୟମ ଭରିନଥାନ୍ତି, ତେବେ ତାଙ୍କ ଏହି ବୀମାକୁ ସକ୍ରିୟ ଭାବେ ଗ୍ରହଣ କରାଯାଏ ନାହିଁ । ଏହା ତିନି ବର୍ଷରୁ କମ୍ ସମୟ ପାଇଁ ଲାଗୁ ହୋଇଥାଏ । ସେହିଭଳି, ଯଦି ପଲିସି ତିନି ବର୍ଷରୁ ଅଧିକ ସମୟ ପାଇଁ ସକ୍ରିୟ ଥାଏ ଏବଂ ପ୍ରିମିୟମକୁ 12 ଥର ପର୍ଯ୍ୟନ୍ତ ଜମା କରେ ନାହିଁ, ତେବେ ଏହି ବୀମାକୁ ସକ୍ରିୟ ମନାଯାଏ ନାହିଁ ।

(7) ପୋଷ୍ଟାଲ୍ ଲାଇଫ୍ ଇନ୍ସ୍ୟୁରାନ୍ସ ରେ ଇନକମ ଟ୍ୟାକ୍ସ ଆକ୍ଟର ଧାରା 88 ଅନୁଯାୟୀ ଆପଣ ରିହାତି ପାଇପାରିବେ । ଏହି ଯୋଜନାକୁ ଆପଣ ଦେଶର ଯେକୌଣସି ସ୍ଥାନକୁ ଟ୍ରାନ୍ସଫର କରିପାରିବେ ।

(8) ଏହି ଜୀବନ ବୀମା ପଲିସି ପାଇଁ ବାର୍ଷିକ, ଅର୍ଦ୍ଧ ବାର୍ଷିକ କିମ୍ବା ମାସିକ ଭିତ୍ତିରେ ପ୍ରିମିୟମ ଭରିପାରିବେ । ଯେକୌଣସି କାର୍ଯ୍ୟ ଦିବସରେ ପ୍ରିମିୟମ୍ ଜମା କରିପାରିବେ ।

(9) ପୋଷ୍ଟାଲ୍ ଲାଇଫ୍ ଇନ୍ସ୍ୟୁରାନ୍ସ କ୍ଷେତ୍ରରେ ଅନେକ ଯୋଜନା ଅନ୍ତର୍ଭୁକ୍ତ ଅଛି । ଏହା ଅଧିନରେ ସୁରକ୍ଷା, ସୁମଙ୍ଗଲ, ସନ୍ତୋଷ, ସୁବିଧା, ଦମ୍ପତି ସୁରକ୍ଷା, ଶିଶୁ ଜୀବନ ବୀମା ଏବଂ ଭିନ୍ନକ୍ଷମଙ୍କ ସହ ଜଡିତ ଯୋଜନା ମଧ୍ୟ ରହିଛି । ଏଥିସହିତ ସରକାର ଏହି ବୀମା ଉପରେ ଗ୍ୟାରେଣ୍ଟି ମଧ୍ୟ ଦେଇଥାନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+