ପୋଷ୍ଟ ଅଫିସ୍ ନା ବ୍ୟାଙ୍କ : କେଉଁଠି କରିବେ ଟଙ୍କା ବିନିଯୋଗ ? ଜାଣନ୍ତୁ କେମିତି ହେବ ଆପଣଙ୍କ ଟଙ୍କା ଦ୍ୱିଗୁଣ
ନିୟମ 72 ଅନୁଯାୟୀ, ଯଦି ଆପଣ KVP ରେ ଟଙ୍କା ବିନିଯୋଗ କରନ୍ତି, ତେବେ ଟଙ୍କା ଦ୍ୱିଗୁଣିତ ହେବାକୁ ପ୍ରାୟ 10 ବର୍ଷ 4 ମାସ ସମୟ ଲାଗିବ । ଏସବିଆଇ ଫିକ୍ସ ଡିପୋଜିଟରେ ଟଙ୍କା ବିନିଯୋଗ କରନ୍ତି, ତେବେ ଟଙ୍କା ଦ୍ୱିଗୁଣିତ ହେବା ପାଇଁ 13 ବର୍ଷ 4 ମାସ ଲାଗିବ ।
ସମସ୍ତେ ନିଜ ଟଙ୍କାକୁ ଏପରି ଜାଗାରେ ବିନିଯୋଗ କରିବାକୁ ଚାହାଁନ୍ତି, ଯାହାଦ୍ୱାରା ସେମାନଙ୍କର ଟଙ୍କା ଯଥା ଶୀଘ୍ର ଦ୍ୱିଗୁଣିତ ହେବ । ସାଧାରଣତଃ ଲୋକମାନେ ଏକାଥରେ ଟଙ୍କା ବିନିଯୋଗ କରିବା ପାଇଁ ବ୍ୟାଙ୍କର ଫିକ୍ସ ଡିପୋଜିଟ୍ କୁ ବାଛିଥାନ୍ତି । କାରଣ ଗ୍ରାହକଙ୍କ ବିଶ୍ୱାସ ଯେ, ଏଠାରେ ଟଙ୍କା ସୁରକ୍ଷିତ ରହିଥାଏ ଏବଂ ଶୀଘ୍ର ଟଙ୍କା ଦ୍ୱିଗୁଣିତ ହୁଏ । ସେହିପରି ଆଉ କେତେକ ଗ୍ରାହକ ପୋଷ୍ଟ ଅଫିସର କିଶାନ ବିକାଶ ପତ୍ରରେ ମଧ୍ୟ ବିନିଯୋଗ କରିବାକୁ ପସନ୍ଦ କରନ୍ତି, କାରଣ ଏଥିରେ ମଧ୍ୱ ଅଧିକ ସୁଧ ମିଳିଥାଏ ।

ଯଦି ଆପଣ ମଧ୍ୟ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି ଏବଂ ଆପଣଙ୍କ ମନରେ ପ୍ରଶ୍ନ ଅଛି ଯେ ଆପଣ କେଉଁଠାରେ ଟଙ୍କା ବିନିଯୋଗ କରିବେ, ତେବେ ଆଜି ଆମେ ଆପଣଙ୍କ ଟେନସନ ଦୂର କରି ସମାଧାନ ର ବାଟ ଦେଖାଇବୁ । ଆଜି ଆମେ ଆପଣଙ୍କୁ କହିବୁ ଡାକଘରେ ଟଙ୍କା ବିନିଯୋଗ କରିବା ଆପଣଙ୍କ ପାଇଁ ଭଲ ହେବ କିମ୍ବା ଆପଣଙ୍କୁ କେବଳ ବ୍ୟାଙ୍କ ଏଫଡି ଉପରେ ନିର୍ଭର କରିବାକୁ ପଡିବ ।
କିଷାନ ବିକାଶ ପତ୍ରର କ'ଣ ବିଶେଷତ୍ୱ ?
କିଷାନ ବିକାଶ ପତ୍ରକୁ ସର୍ବାଧିକ ସୁଧ ପ୍ରଦାନ କରୁଥିବା ନିବେଶ ମଧ୍ୟରେ ଗଣାଯାଏ ଏବଂ ବର୍ତ୍ତମାନ ଅନେକ ଲୋକ ଏଥିରେ ବିନିଯୋଗ କରୁଛନ୍ତି । କିଷାନ ବିକାଶ ପତ୍ର (କେଭିପି) ରେ ବିନିଯୋଗ କେଲ ଆପଣ 6.9% ସୁଧ ପାଇପାରିବେ । ଯାହା ବ୍ୟାଙ୍କରେ ଏଫଡି ଉପରେ ମିଳୁଥିବା ସୁଧଠାରୁ ଅଧିକ । ବିଶେଷ କଥା ହେଉଛି ଆପଣ ଏଥିରେ 1000 ଟଙ୍କାରୁ ବିନିଯୋଗ ଆରମ୍ଭ କରିପାରିବେ ଏବଂ ଆପଣଙ୍କର ବଜେଟ୍ ଅନୁଯାୟୀ ବିନିଯୋଗ କରିପାରିବେ । 18 ବର୍ଷରୁ ଅଧିକ ଲୋକ ଏଥିରେ ବିନିଯୋଗ କରିପାରିବେ । ଆହୁରି ମଧ୍ୟ, ଅଢେଇ ବର୍ଷ ପରେ ଆପଣ ଏଥିରୁ ଟଙ୍କା ଉଠାଇ ପାରିବେ ।
SBI FD ରେ କ'ଣ ବିଶେଷତ୍ୱ ?
ଦେଶର ବୃହତ୍ତମ ବ୍ୟାଙ୍କ ଏସବିଆଇ ଫିକ୍ସଡ ଡିପୋଜିଟ ଉପରେ ସର୍ବାଧିକ 5.40% ସୁଧ ଦେଇଥାଏ । ଉଭୟର ସୁଧ ହାରରେ ବହୁତ ପାର୍ଥକ୍ୟ ଅଛି । ଆପଣ 7 ଦିନରୁ 10 ବର୍ଷ ପର୍ଯ୍ୟନ୍ତ SBI ରେ FD କରିପାରିବେ । ଆପଣ ବାଛିଥିବା ବର୍ଷ ଉପରେ ନିର୍ଭର କରି ବ୍ୟାଙ୍କ ଏହା ଉପରେ 2.9 ରୁ 5.4% ପର୍ଯ୍ୟନ୍ତ ସୁଧ ଦେଇଥାଏ । କିନ୍ତୁ 5 ବର୍ଷ ପାଇଁ ବିନିଯୋଗ କରିବାରେ ଅଧିକ ସୁଧ ମିଳିଥାଏ । ଏଥିରେ ମଧ୍ୟ ଆୟକର ଅଧିନିୟମ 1961 ର ଧାରା 80C ଅନୁଯାୟୀ ଟିକସ ଛାଡର ଲାଭ ପାଇପାରିବେ ।
କେଉଁଠାରେ ଶୀଘ୍ର ଦ୍ୱିଗୁଣିତ ହେବ ଟଙ୍କା ?
KVP ରେ ବିନିଯୋଗ ଉପରେ ସର୍ବାଧିକ ସୁଧ 6.90% ଏବଂ SBI FD ରେ ସର୍ବାଧିକ 5.40% ସୁଧ ମିଳିଥାଏ । ନିୟମ 72 ଅନୁଯାୟୀ, ଯଦି ଆପଣ KVP ରେ ଟଙ୍କା ବିନିଯୋଗ କରନ୍ତି, ତେବେ ଟଙ୍କା ଦ୍ୱିଗୁଣିତ ହେବାକୁ ପ୍ରାୟ 10 ବର୍ଷ 4 ମାସ ସମୟ ଲାଗିବ । ସେହିପରି ଯଦି ଆପଣ ଏସବିଆଇ ଫିକ୍ସ ଡିପୋଜିଟରେ ଟଙ୍କା ବିନିଯୋଗ କରନ୍ତି, ତେବେ ଟଙ୍କା ଦ୍ୱିଗୁଣିତ ହେବା ପାଇଁ 13 ବର୍ଷ 4 ମାସ ଲାଗିବ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications