Post Office : ଏଇ ଚାରୋଟି ସ୍କିମ୍ ଉପରେ ନିବେଶ କରନ୍ତୁ ଟଙ୍କା, ଦୁଇଗୁଣ ସୁଧରେ ବନିଯିବେ ଲକ୍ଷପତି
ଡାକଘରର ଏପରି କେତେକ ଯୋଜନା ଅଛି ଯେଉଁଥିରେ ଯଦି ଆପଣ ବିନିଯୋଗ କରନ୍ତି, ତେବେ ଆପଣ କିଛି ବର୍ଷ ମଧ୍ୟରେ ଭଲ ରିଟର୍ଣ୍ଣ ପାଇବା ସହ ଲକ୍ଷପତି ହୋଇପାରିବେ । ଆଜି ଆମେ ଆପଣଙ୍କୁ ଡାକ ବିଭାଗର କିଛି ଯୋଜନା ବିଷୟରେ କହିବୁ, ଯାହା ମାଧ୍ୟମରେ ଆପଣ ଭଲ ଲାଭ ପାଇପାରିବେ ।
ଆପଣ ନିବେଶ କରିବାକୁ ଚାହୁଁଛନ୍ତି, କିନ୍ତୁ କେଉଁଠି କରିବେ ଜାଣିପାରୁ ନାହାନ୍ତି କି ? ନିବେଶ କରିବା ପୂର୍ବରୁ ଆପଣ ଚିନ୍ତିତ ହେବା ସାଧାରଣ କଥା । ତେବେ କିପରି ଏବଂ କେଉଁଠି ନିବେଶ କରିବେ, ନିବେଶ କରବା ପୂର୍ବରୁ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ସେ ବିଷୟରେ ଆପଣ ଜାଣିବା ନିହାତି ଜରୁରୀ । ଏହିପରି କ୍ଷେତ୍ରରେ ଜାଣି ରଖନ୍ତୁ, ଡାକଘର କିମ୍ବା ଡାକଘର ସଞ୍ଚୟ ଯୋଜନାଗୁଡିକ ନିରାପଦ ଏବଂ ଭଲ ରିଟର୍ଣ୍ଣ ପାଇଁ ଉତ୍ତମ ବିବେଚନା କରାଯାଏ । ଭାରତର ଡାକ ସେବା ହେଉଛି ବିଶ୍ୱର ସର୍ବବୃହତ ଡାକ ସେବା । ଦେଶର ସମସ୍ତ ଡାକଘର ଏବଂ ବଡ ବ୍ୟାଙ୍କରେ ଉପଲବ୍ଧ ଥିବା ଏହି ସମସ୍ତ ଯୋଜନାରେ ବିନିଯୋଗ କରି ଭବିଷ୍ୟତରେ ଆପଣ ଭଲ ରିଟର୍ଣ୍ଣ ପାଇପାରିବେ ।

ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ଡାକଘରେ ଟଙ୍କା ବିନିଯୋଗ କରିବାକୁ ଯୋଜନା କରୁଛନ୍ତି, ତେବେ ବର୍ତ୍ତମାନ ଆପଣଙ୍କୁ ଆପଣଙ୍କ ଟଙ୍କା ସୁରକ୍ଷା ଏବଂ ରିଟର୍ଣ୍ଣ ବିଷୟରେ ନିଶ୍ଚିତ ଚିନ୍ତା କରିବା ଆବଶ୍ୟକ । ଡାକଘରର ଏପରି କେତେକ ଯୋଜନା ଅଛି ଯେଉଁଥିରେ ଯଦି ଆପଣ ବିନିଯୋଗ କରନ୍ତି, ତେବେ ଆପଣ କିଛି ବର୍ଷ ମଧ୍ୟରେ ଭଲ ରିଟର୍ଣ୍ଣ ପାଇବା ସହ ଲକ୍ଷପତି ହୋଇପାରିବେ । ଆଜି ଆମେ ଆପଣଙ୍କୁ ଡାକ ବିଭାଗର କିଛି ଯୋଜନା ବିଷୟରେ କହିବୁ, ଯାହା ମାଧ୍ୟମରେ ଆପଣ ଭଲ ଲାଭ ପାଇପାରିବେ । ଏହାର ଯୋଜନା 5 ବର୍ଷରୁ 15 ବର୍ଷ ପର୍ଯ୍ୟନ୍ତ ରହିଛି ।
ଯଦି ଆପଣ ଟଙ୍କା ବିନିଯୋଗ କରି ଭଲ ରିଟର୍ଣ୍ଣ ପାଇବା ସହ ଲାଭବାନ ହେବାକୁ ଚାହୁଁଛନ୍ତି, ତେବେ ଏହି 4ଟି ଯୋଜନାରେ କରନ୍ତୁ ନିବେଶ । ତେବେ ଆସନ୍ତି ଜାଣିବା ଏହି ଟାରୋଟି ଯୋଜନା ଯାହାକି ନିବେଶକାରୀଙ୍କୁ ଲାଭବାନ କରିବାରେ ସାହାଯ୍ୟ କରେ । ଏହି ଯୋଜନା ଗୁଡ଼ିକ ମଧ୍ୟରେ ରହିଛି ପବ୍ଲିକ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (PPF), ରେକରିଙ୍ଗ ଡିପୋଜିଟ୍ (RD), ନ୍ୟାସନାଲ ସେଭିଙ୍ଗ ସାର୍ଟିଫିକେଟ୍(NSS) ଏବଂ ଟାଇମ୍ ଡିପୋଜିଟ୍(TD) । ଏହି ଯୋଜନାରେ ଟଙ୍କା ନିବେଶ କରି କିଛି ବର୍ଷ ମଧ୍ୟରେ ବହୁ ମୂଲ୍ୟ ପାଇପାରେ ସକ୍ଷମ ହୋଇପାରିବେ ।
ଜାଣନ୍ତୁ, କେଉଁ ଯୋଜନା ମିଳେ କେତେ ସୁଧ
- ପବ୍ଲିକ ପ୍ରୋଭିଡେଣ୍ଟ ପାଣ୍ଠି: 7.1%
- ସଞ୍ଚୟ ଜମା: 4%
- ଏକ ବର୍ଷିଆ ଟାଇମ୍ ଡିପୋଜିଟ୍ : 5.5%
- ଦୁଇ ବର୍ଷିଆ ଟାଇମ୍ ଡିପୋଜିଟ୍ : 5.5%
- ତିନି ବର୍ଷିଆ ଟାଇମ୍ ଡିପୋଜିଟ୍ : 5.5%
- ପାଞ୍ଚ ବର୍ଷିଆ ଟାଇମ୍ ଡିପୋଜିଟ୍ : 6.7%
- ପାଞ୍ଚ ବର୍ଷିଆ ରେକରିଙ୍ଗ ଡିପୋଜିଟ୍ : 5.8%
- ପାଞ୍ଚ ବର୍ଷିଆ ଏସସିଏସ୍ଏସ୍ : 7.4%
- ପାଞ୍ଚ ବର୍ଷିଆ ଏମ୍ଆଇଏସ୍ : 6.6%
- ପାଞ୍ଚ ବର୍ଷିଆ ନ୍ୟାସନାଲ୍ ସେଭିଙ୍ଗ ସାର୍ଟିଫିକେଟ୍ : 6.8%

ପୋଷ୍ଟ ଅଫିସ୍ ରେକରିଙ୍ଗ ଡିପୋଜିଟ୍
ଛୋଟ ଛୋଟ ସଞ୍ଚୟ ପାଇଁ ଡାକଘର RD ହେଉଛି ସର୍ବୋତ୍ତମ ବିକଳ୍ପ । ଏହା ମାଧ୍ୟମରେ ବିନିଯୋଗ କରି ଆପଣ ଭଲ ରିଟର୍ଣ୍ଣ ପାରପାରିବା ସହ ଲାଭବାନ ହୋଇପାରିବେ । ଡାକଘରେ ଅତି କମରେ ପାଞ୍ଚ ବର୍ଷ ପାଇଁ ଆରଡି ଆକାଉଣ୍ଟ ଖୋଲାଯାଏ । ଯେଉଁଠିକି ବ୍ୟାଙ୍କଗୁଡିକ ଛ ମାସ, ଗୋଟିଏ ବର୍ଷ, ଦୁଇ ବର୍ଷ, ତିନି ବର୍ଷ ଇତ୍ୟାଦି ପାଇଁ ଆରଡି ଆକାଉଣ୍ଟ ଖୋଲିବାର ସୁବିଧା ପ୍ରଦାନ କରିଥାନ୍ତି ।
ନ୍ୟାସନାଲ ସେଭିଙ୍ଗ ସାର୍ଟିଫିକେଟ୍
ଡାକଘର ନ୍ୟାସନାଲ ସାର୍ଟିଫିକେଟ୍ ଯୋଜନା ଡାକଘରେ ଉପଲବ୍ଧ ହୋଇଥାଏ । ଏହି ଯୋଜନାରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ନିବେଶ କରି 6.8 ପ୍ରତିଶତ ସୁଧ ପାଇପାରିବେ । ଏହି ଯୋଜନାରେ ନିବେଶ ପାଇଁ ଅତି କମରେ 5ବର୍ଷ ସମୟ ଆବଶ୍ୟକ । ଏହି ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ନିବେଶକାରୀ ଟଙ୍କା ଉଠାଇପାରିବେ ନାହିଁ ।

କିଷାନ ବିକାଶ ପତ୍ର
ଡାକ କାର୍ଯ୍ୟାଳୟର କିଷାନ ବିକାଶ ପତ୍ରରେ ପୁଞ୍ଜିନିବେଶକାରୀମାନେ ପରିପକ୍ୱତା ଅବଧି ପରେ ବିନିଯୋଗ ହୋଇଥିବା ଅର୍ଥର ଦ୍ୱିଗୁଣିତ ପାଇଥାନ୍ତି । ଏଥିରେ ଅତି କମରେ 1000 ଟଙ୍କା ବିନିଯୋଗ କରିବାକୁ ପଡିବ । ଏଥି ସହିତ, ବିନିଯୋଗ ରାଶି ପାଇଁ କୌଣସି ସର୍ବାଧିକ ସୀମା ନାହିଁ । ଏହି ଯୋଜନା କୃଷକମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି । ଏଥିରେ ବିନିଯୋଗ କରି, ସେମାନେ ଦୀର୍ଘକାଳୀନ ଭିତ୍ତିରେ ସେମାନଙ୍କର ଟଙ୍କା ସଞ୍ଚୟ କରିପାରିବେ ।

ସୁକନ୍ୟା ସମୃଦ୍ଧି ଯୋଜନା
ସୁକନ୍ୟା ସମୃଦ୍ଧି ଯୋଜନା ଝିଅମାନଙ୍କ ପାଇଁ ବେଶ୍ ଲୋକପ୍ରିୟ ଏବଂ ଲାଭଦାୟକ । ଏହି ଯୋଜନାରେ, ଯେକେହି ନିଜ ଝିଅମାନଙ୍କ ପାଇଁ ଏକ ଆକାଉଣ୍ଟ ଖୋଲିପାରିବେ । 21 ବର୍ଷ ବୟସର ଝିଅମାନେ ଏହି ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ । ଏହି ଯୋଜନାରେ ନିବେଶ ହୋଇଥିବା ପରିମାଣ 9 ବର୍ଷ 4 ମାସରେ ଦ୍ୱିଗୁଣିତ ହୋଇଥାଏ ।












Click it and Unblock the Notifications